ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଅଧିକ ସୁସ୍ଥତା ଯୋଗୁଁ ଆରୋଗ୍ୟ ହାର ପାଖାପାଖି 75 ପ୍ରତିଶତରେ ପହଞ୍ଚିଛି

• ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ପାଖାପାଖି 16 ଲକ୍ଷ ଅଧିକ
• ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଭାରତର ମୃତ୍ୟୁହାର ପୁଣି ସର୍ବନିମ୍ନରେ

Posted On: 23 AUG 2020 2:50PM by PIB Bhubaneshwar

ଅଧିକରୁ ଅଧିକ କରୋନା ସଂକ୍ରମିତ ନୀରବଚ୍ଛିନ୍ନ ଭାବେ ଆରୋଗ୍ୟ ଲାଭ କରୁଥିବାରୁ ଦେଶରେ ସୁସ୍ଥତା ହାର ପାଖାପାଖି 75 ପ୍ରତିଶତରେ ପହଞ୍ଚିଛି ଗତ 24 ଘଣ୍ଟା ମଧ୍ୟରେ 57,989 ରୋଗୀ ସୁସ୍ଥ ହୋଇଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ଆଜି 22,80,566ରେ ପହଞ୍ଚିଛି ସକ୍ରିୟ ରୋଗୀଙ୍କ ତୁଳନାରେ (7,07,668) ପାଖାପାଖି 16 ଲକ୍ଷ (15,72,898) ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ରେଖାଚିତ୍ରରେ ପ୍ରଦତ୍ତ ସୂଚନା ଅନୁସାରେ ଦୈନିକ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ପହିଲାରୁ 7 ମଧ୍ୟରେ ଏହା 15,018 ଥିବାବେଳେ ଅଗଷ୍ଟ 13ରୁ 19 ମଧ୍ୟରେ ଏହା 60,557କୁ ବୃଦ୍ଧି ପାଇଛି । ନୀରବଚ୍ଛିନ୍ନ ସୁସ୍ଥତା ହାର ବୃଦ୍ଧି ପାଉଥିବାରୁ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମୋଟ ସଂଖ୍ୟାର ମାତ୍ର 23.24 ପ୍ରତିଶତ ବୋଲି ଜଣାପଡିଛି । ଏଥିସହିତ ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ବର୍ତ୍ତମାନ 1.86 ପ୍ରତିଶତରେ ପହଞ୍ଚିଛି । ଏହାକୁ ବିଶ୍ଵର ସର୍ବନିମ୍ନ ବୋଲି ବିବେଚନା କରାଯାଉଛି ବ୍ୟାପକ ପରୀକ୍ଷଣ, ଚିହ୍ନଟ ଓ ଦକ୍ଷ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇପାରିଛି ଅଧିକ ଆରୋଗ୍ୟ ଓ କମ ମୃତ୍ୟୁହାର ଯୋଗୁଁ ଦେଶର ସୁଚିନ୍ତିତ କୋଭିଡ ପରିଚାଳନା ରଣନୀତି ସମ୍ଭବ ହୋଇପାରିଛି ।

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ

 

*********

 

 



(Release ID: 1648115) Visitor Counter : 171