ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ସଂଯୋଗ କରୁଥିବା ସମୁଦ୍ର ତଳ କେବୁଲ ବ୍ୟବସ୍ଥାର ଉଦ୍ଘାଟନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 10 AUG 2020 12:23PM by PIB Bhubaneshwar

ଭାରତର ସ୍ୱାଧୀନତାର ତପୋଭୂମି, ସଂକଳ୍ପସ୍ଥଳୀ, ଆଣ୍ଡାମାନ- ନିକୋବରର ଭୂମି ଏବଂ ସେଠାରେ ବସବାସ କରୁଥିବା ସମସ୍ତ ଲୋକଙ୍କୁ ମୋର ନମସ୍କାର!!!

ଆଜିର ଏହି ପବିତ୍ର ଦିନ ଆଣ୍ଡାମାନ ଓ ନିକୋବରର କେଇ ଡଜନ ଦ୍ୱୀପରେ ବସବାସ କରୁଥିବା ସାଥୀମାନଙ୍କ ନିମନ୍ତେ ବେଶ୍ ଗୁରୁତ୍ୱ ବହନ କରେ । ପୁରା ଦେଶ ଲାଗି ମଧ୍ୟ ଆଜିର ଦିନଟି ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

ସାଥୀଗଣ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ନମସ୍କାର ପୂର୍ବକ, ପାଖାପାଖି ଦେଢ ବର୍ଷ ପୂର୍ବେ ମୋତେ ସବମେରାଇନ ଅପଟିକାଲ୍ ଫାଇବର କେବଳ ସଂଯୋଗ ପରିଯୋଜନାର ଶୁଭାରମ୍ଭ କରିବାର ଅବସର ମିଳିଥିଲା । ମୁଁ ଅତ୍ୟନ୍ତ ଖୁସି ଯେ ଏବେ ସେହି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଏବଂ ଆଜି ଏହାର ଲୋକାର୍ପଣ କରିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଛି । ଚେନ୍ନାଇରୁ ପୋର୍ଟବ୍ଲେୟାର ନେଇ ଲିଟଲ ଆଣ୍ଡାମାନ ଏବଂ ପୋର୍ଟବ୍ଲେୟାର ଠାରୁ ସ୍ୱରାଜ ଦ୍ୱୀପ ପର୍ଯ୍ୟନ୍ତ, ଆଣ୍ଡାମାନ ନିକୋବରର ଏକ ବଡ଼ ଅଂଶକୁ ଏହି ସେବା ଆଜିଠାରୁ ଆରମ୍ଭ ହୋଇ ସାରିଛି ।

ମୁଁ ଆଜି ଆଣ୍ଡାମାନ ଓ ନିକୋବରର ଲୋକମାନଙ୍କୁ ଏହି ସୁବିଧା ପ୍ରାପ୍ତ ହୋଇଥିବା ଯୋଗୁ, ଅନନ୍ତ ଅବସରରେ ଭରପୂର ଏହି ସଂଯୋଗ ପାଇଁ ବହୁତ ବହୁତ ବଧେଇ ଜଣାଉଛି, ଶୁଭକାମନା ପ୍ରଦାନ କରୁଛି । ସ୍ୱତନ୍ତ୍ରତା ଦିବସ ପୂର୍ବରୁ ଆଣ୍ଡାମାନବାସଙ୍କ ପାଇଁ ଏକ ପ୍ରକାର ଅଗଷ୍ଟ 15ର ଏକ ସପ୍ତାହ ପୂର୍ବରୁ ଏହା ସ୍ନେହଭରା ଏକ ଉପହାର ଭଳି ଅବସର ବୋଲି ମୁଁ ବିବେଚନା କରୁଛି ।

ସାଥୀଗଣ, ସମୁଦ୍ର ଭିତରେ ପାଖାପାଖି 2300 କିଲୋମିଟର ପର୍ଯ୍ୟନ୍ତ କେବୁଲ ବିଛାଇବାର ଏହି କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହେବା, ନିଜସ୍ୱ ଢ଼ଙ୍ଗରେ ଏକ ଅତି ପ୍ରଶଂସନୀୟ କାର୍ଯ୍ୟ । ଗଭୀର ସମୁଦ୍ରରେ ସର୍ଭେ କାର୍ଯ୍ୟ ସଂପାଦନ କରିବା, କେବଲର ଗୁଣାତ୍ମକ ମାନ କାଏମ ରଖିବା, ବିଶେଷ ଜାହାଜମାନଙ୍କ ସାହାଯ୍ୟରେ ସେସବୁକୁ ବିଛାଇବା କିଛି ସହଜ କାର୍ଯ୍ୟ ନୁହେଁ । ସମୁଦ୍ର ଉପରେ ଉଠୁଥିବା ବଡ଼ ବଡ଼ ଢ଼େଉ, ଝଡ଼ ତୋଫାନ ଏବଂ ମୌସୁମୀ ବର୍ଷାର ପ୍ରକୋପ ସବୁକିଛି ଏଭଳି କାର୍ଯ୍ୟ ଦିଗରେ ଗୋଟିଏ ଗୋଟିଏ ବାଧକ । ଏହି ପ୍ରକଳ୍ପ ଯେତିକି ବଡ଼ ଥିଲା, ସେତିକି ଅଧିକ ମାତ୍ରାରେ ଏଥିସହ ଚାଲେଞ୍ଜ ଯୋଡ଼ି ହୋଇ ରହିଥିଲା । ଏହା ମଧ୍ୟ ଗୋଟିଏ କାରଣ ଯେ ବର୍ଷ ବର୍ଷ ଧରି ଏହି ସୁବିଧାର ଆବଶ୍ୟକତା ଉପଲବ୍ଧି କରାଯାଉଥିଲେ ସୁଦ୍ଧା ଏହି କାର୍ଯ୍ୟ ଉପରେ ପଦକ୍ଷେପ ଗ୍ରହଣ କରାଯାଇ ପାରୁନଥିଲା । କିନ୍ତୁ ମୁଁ ଅତ୍ୟନ୍ତ ଖୁସି ଯେ ସକଳ ପ୍ରକାର ବାଧା ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେସବୁକୁ ଅତିକ୍ରମ କରି, ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଛି । ଏପରିକି କରୋନା ଭଳି ବୈଶ୍ୱିକ ମହାମାରୀ ଭଳି ଆପଦା ସମୟରେ, ଯାହାକି ସମଗ୍ର ବିଶ୍ୱରେ ସବୁକିଛି କାର୍ଯ୍ୟକୁ ଠପ୍ କରିଦେଇଛି, ତାହା ମଧ୍ୟ ଏଭଳି କାର୍ଯ୍ୟକୁ ରୋକି ପାରିନାହିଁ ।

ସାଥୀଗଣ, ଦେଶର ଇତିହାସ, ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏତେ ମହତ୍ୱପୂର୍ଣ୍ଣ ସ୍ଥାନକୁ, ସେଠାକାର ପରିଶ୍ରମୀ ନାଗରିକମାନଙ୍କୁ ଆଧୁନିକ ଟେଲିକମ୍ ସଂଯୋଗ ସୁବିଧା ଦେବା ଦେଶର ଦାୟିତ୍ୱ ଥିଲା । ଏକ ସଂପୂର୍ଣ୍ଣ ଭାବେ ସମର୍ପିତ ଟିମ୍ ଦ୍ୱାରା ଗୋଷ୍ଠୀଗତ ଭାବନା ଦ୍ୱାରା ଆଜି ଏହି ସ୍ୱପ୍ନକୁ ସାକାର କରାଯାଇପାରିଛି । ମୁଁ ଏହି ପ୍ରକଳ୍ପ ସହ ଯୋଡ଼ିହୋଇ ରହିଥିବା ପ୍ରତ୍ୟେକ ସାଥୀଙ୍କୁ ଅନେକ ଅନେକ ଶୁଭକାମନା ଜ୍ଞାପନ କରୁଛି, ସେମାନଙ୍କୁ ସମସ୍ତଙ୍କୁ ନମସ୍କାର କରୁଛି ।

ସାଥୀଗଣ, ଏଭଳି ସଂକଟଭରା କାର୍ଯ୍ୟ ସେତିକିବେଳେ ସାକାର କରାଯିବା ସମ୍ଭବପର ହୋଇଥାଏ ଯେତେବେଳେ ସଂପୂର୍ଣ୍ଣ କ୍ଷମତାର ସହିତ, ସଂପୂର୍ଣ୍ଣ କନେକ୍ଟିଭିଟି ସହିତ କାର୍ଯ୍ୟ ସଂପାଦନ କରାଯାଇଥାଏ । ଆମର ସମର୍ପଣ ରହିଛି ଯେ ଦେଶର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ କ୍ଷେତ୍ରକୁ ଦିଲ୍ଲୀ ସହିତ ଏବଂ ଦିଲ୍ଲୀ ଠାରୁ ଉଭୟ ପକ୍ଷ ଦୂରତାକୁ କିଭଳି ସଂଯୋଗ କରାଯାଇପାରିବ । ଆମର ସଂକଳ୍ପ ରହିଛି ଯେ ଦେଶର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ କ୍ଷେତ୍ର ପାଖରେ କିଭଳି ଭାବେ ସକଳ ପ୍ରକାର ଆଧୁନିକ ସୁବିଧା ସୁଯୋଗ ପହଞ୍ଚିବ । ପ୍ରତ୍ୟେକ ନାଗରିକଙ୍କ ଜୀବନ କିଭଳି ସହଜ ଓ ସରଳ ହୋଇପାରିବ । ଆମର ଏହି ପ୍ରତିବଦ୍ଧତା ରହିଛି ଯେ ରାଷ୍ଟ୍ରର ସୁରକ୍ଷା ସହିତ ସଂଶ୍ଳିଷ୍ଟ ସୀମାନ୍ତ କ୍ଷେତ୍ର ଏବଂ ସମୁଦ୍ର  ସୀମା ନିକଟରେ ଥିବା କ୍ଷେତ୍ରଗୁଡ଼ିକର କିଭଳି ଦ୍ରୁତ ବିକାଶ ଘଟିପାରିବ ।

ସାଥୀଗଣ, ଆଣ୍ଡାମାନ ଓ ନିକୋବରକୁ ଦେଶର ଅବଶିଷ୍ଟ ଭାଗ ସହିତ ଏବଂ ସମଗ୍ର ବିଶ୍ୱ ସହିତ ଯୋଡ଼ି ପାରୁଥିବା ଅପ୍ଟିକାଲ୍ ଫାଇବର, ଇଜ୍ ଅଫ୍ ଲିଭିଂ ପ୍ରତି ଆମର ପ୍ରତିବଦ୍ଧତାର ଏହା ହେଉଛି ପ୍ରତୀକ । ଏବେ ଆଣ୍ଡାମାନ ଓ ନିକୋବର ଦ୍ୱୀପର ଜନସାଧାରଣ ମଧ୍ୟ ମୋବାଇଲ୍ କନେକ୍ଟିଭିଟି ଏବଂ ଦ୍ରୁତ ଇଣ୍ଟରନେଟ୍ ସେହିଭଳି ଶସ୍ତା ଓ ଗୁଣାତ୍ମକ ସୁବିଧା ପାଇପାରିବେ, ଯେଉଥିପାଇଁ ଆଜି ପୁରା ବିଶ୍ୱରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଏବଂ ସେହି ସ୍ଥାନ ଅଧିକାର କରିପାରିଛି । ଏବେ ଆଣ୍ଡାମାନ ଓ ନିକୋବରର ଲୋକମାନଙ୍କୁ, ଭାଇ ଓ ଭଉଣୀମାନଙ୍କ, ପିଲାମାନଙ୍କୁ, ଯୁବକଯୁବତୀମାନଙ୍କୁ, ବ୍ୟବସାୟୀ ଓ କାରବାରକାରୀମାନଙ୍କୁ ଡିଜିଟାଲ ଇଣ୍ଡିଆର ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହୋଇପାରିବ । ଦେଶର ଅବଶିଷ୍ଟ ଲୋକମାନଙ୍କୁ ଯେଉଁସବୁ ସୁବିଧା ସୁଯୋଗ ମିଳିପାରିଛି ତାହା ଏବେ ସେମାନେ ପାଇପାରିବେ । ଅନଲାଇନରେ ପାଠପଢ଼ା ବ୍ୟବସ୍ଥା ହେଉ, ଟୁରିଜିମରୁ ଉପାର୍ଜନ ବ୍ୟବସ୍ଥା ହୋଇଥାଉ, ବ୍ୟାଙ୍କିଙ୍ଗ୍ ସେବା ହୋଇଥାଉ, ସପିଂ ହେଉ ବା ଔଷଧ ମିଳିବା ଭଳି ବ୍ୟବସ୍ଥା ହୋଇଥାଉ, ଏବେ ଆଣ୍ଡାମାନ ଓ ନିକୋବରର ହଜାର ହଜାର ପରିବାରଙ୍କ ବି ଅନଲାଇନର ଏହି ସୁବିଧା ପ୍ରାପ୍ତ ହେବ ।

ସାଥୀଗଣ, ଆଜି ଆଣ୍ଡାମାନକୁ ଯେଉଁ ସୁବିଧା ପ୍ରାପ୍ତ ହୋଇଛି, ଏହାର ବହୁତ ବଡ଼ ଫାଇଦା ସେଠାକୁ ଯାଉଥିବା ପର୍ଯ୍ୟଟକମାନଙ୍କ ମଧ୍ୟ ମିଳିପାରିବ । ଉତ୍ତମ ନେଟ୍ ସଂଯୋଗ ଆଜି ଯେକୌଣସି ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ପାଇଁ ସର୍ବପ୍ରଥମ ପ୍ରାଥମିକତା ଓ ଆବଶ୍ୟକତା ହୋଇଛି । ପୂର୍ବରୁ ଦେଶ ଓ ଦୁନିଆର ପର୍ଯ୍ୟଟକମାନଙ୍କୁ ମୋବାଇଲ ଏବଂ ଇଣ୍ଟରନେଟ୍ ସଂଯୋଗର କମ୍ ଉପଲବ୍ଧ ହେବା ଘୋର ସମସ୍ୟାରେ ପକାଉଥିଲା । ନିଜର ପରିବାରଙ୍କ ସହ, ନିଜର ବ୍ୟବସାୟ ସହିତ ଏକ ପ୍ରକାର ନିରନ୍ତର ସଂପର୍କରେ ରହିବା ସମ୍ଭବପର ହୋଇପାରୁନଥିଲା । ଏବେ ଏହିସବୁ ସମସ୍ୟା ସଂପୂର୍ଣ୍ଣ ରୂପେ ସମାପ୍ତ ହୋଇଯିବ । ଏବେ ଉତ୍ତମ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ, ଏବଂ ତାହା ଫଳରେ ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ଲୋକମାନେ ଏବଂ ଦୂର ଦୂରାନ୍ତରୁ ଲୋକମାନେ ସେଠାକୁ ଯିବାକୁ ପସନ୍ଦ କରିବେ । ଯେତେବେଳେ ଅଧିକ ଲୋକ ଆସିବେ ଓ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ଅବସ୍ଥାନ କରିବେ, ସେଠାକାର ସମୁଦ୍ର ଆଉ ସେମାନଙ୍କ ପାଇଁ କୌଣସି ଦୂରତା ରଖିବ ନାହିଁ । ସେଠାକାର ଖାଇବା ପିଇବା ଠାରୁ ନେଇ ସକଳ ପ୍ରକାର ଆନନ୍ଦ ଉପଭୋଗ କରିପାରିବେ । ତାହାର ବଡ଼ ପ୍ରଭାବ ସେଠାକାର ରୋଜଗାରକୁ ହେବ ଏବଂ ସ୍ଥାନୀୟ ଲୋକମାନେ ରୋଜଗାର କରିବାର ନୂଆ ନୂଆ ଅବସର ପାଇପାରିବେ ।

ସାଥୀଗଣ, ଆଣ୍ଡାମାନ ଓ ନିକୋବର ଭାରତର ଆର୍ଥିକ- ରଣନୀତିକ ସହଯୋଗ ଏବଂ ସମନ୍ୱୟର ପ୍ରମୁଖ କେନ୍ଦ୍ର ଅଟେ । ଭାରତ ମହାସାଗର ହଜାର ହଜାର ବର୍ଷ ଧରି ଭାରତର ବ୍ୟାପାରିକ ଏବଂ ସାମୁଦ୍ରିକ ସାମର୍ଥ୍ୟର କେନ୍ଦ୍ରସ୍ଥଳୀ ହୋଇ ରହିଆସିଛି । ଏବେ ଯେତେବେଳେ ଭାରତ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବ୍ୟବସାୟ ବାଣିଜ୍ୟ କାରବାର ଏବଂ ସହଯୋଗର ନୂଆ ନୀତି ଏବଂ ରୀତି ଆଧାରରେ ଆଗକୁ ଅଗ୍ରସର ହେଉଛି, ସେତେବେଳେ ଆଣ୍ଡାମାନ ଓ ନିକୋବର ସହିତ ଆମର ସେଠାକାର ସମସ୍ତ ଦ୍ୱୀପର ମହତ୍ତ୍ୱ ଅଧିକ ବୃଦ୍ଧି ପାଇଛି । ଆମର ଆକ୍ଟ ଇଷ୍ଟ ନୀତିଅଧୀନରେ ପୂର୍ବ ଏସୀୟ ରାଷ୍ଟ୍ରମାନ ଏବଂ ସମୁଦ୍ର ସହିତ ସଂଯୁକ୍ତ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ମଜଭୁତ ହୋଇ ଚାଲିଥିବା ସଂପର୍କରେ ଆଣ୍ଡାମାନ ଓ ନିକୋବରର ଭୂମିକା ସବୁଠାରୁ ଅଧିକ ଏବଂ ତାହା ନିରନ୍ତର ଭାବେ ବୃଦ୍ଧି ପାଇଚାଲିଛି । ନୂତନ ଭାରତରେ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଏହି ଭୂମିକାକୁ ମଜଭୁତ କରିବା ସକାଶେ, 3 ବର୍ଷ ପୂର୍ବେ ଦ୍ୱୀପ ବିକାଶ ଏଜେନ୍ସି ଗଠନ କରାଯାଇଥିଲା ଆଜି ଆପଣମାନେ ଦେଖି ପାରୁଛନ୍ତି ଯେ ଆଣ୍ଡାମାନ ଓ ନିକୋବରରେ ଯେଉଁସବୁ ପ୍ରକଳ୍ପ ବର୍ଷ ବର୍ଷ ଧରି ଅସଂପୂର୍ଣ୍ଣ ଅବସ୍ଥାରେ ରହିଥିଲା, ସେସବୁ ଏବେ ତୀବ୍ରତାର ସହ ସଂପୂର୍ଣ୍ଣ ହେବାକୁ ଯାଉଛି ।

ସାଥୀଗଣ, ଆଣ୍ଡାମାନ ଓ ନିକୋବରର 12ଟି ଦ୍ୱୀପରେ ହାଇ ଇମ୍ପାକ୍ଟ ପ୍ରୋଜେକ୍ଟର ବିସ୍ତାରଣ କରାଯାଉଛି । ମୋବାଇଲ୍ ଏବଂ ଇଣ୍ଟରନେଟ୍ ସଂଯୋଗର ଏକ ବହୁତ ବଡ଼ ସମସ୍ୟାର ସମାଧାନ ଆଜି ହୋଇପାରିଛି । ଏହା ବ୍ୟତୀତ, ସଡ଼କ, ବିମାନ ଏବଂ ଜଳପଥରେ ସଂଯୋଗ ମାଧ୍ୟମରେ ଫିଜିକାଲ କନେକ୍ଟିଭିଟିକୁ ମଧ୍ୟ ସଶକ୍ତ କରାଯାଉଛି । ଉତ୍ତର ଏବଂ ମଧ୍ୟ ଆଣ୍ଡାମାନର ସଡ଼କ ସଂଯୋଗକୁ ମଜଭୁତ କରିବା ସକାଶେ 2ଟି ବଡ଼ ସେତୁ ଏବଂ ଜାତୀୟ ରାଜପଥ 4କୁ ଆହୁରି ଚଉଡ଼ା କରିବା ନିମନ୍ତେ ବେଶ୍ କ୍ଷିପ୍ରତାର ସହ କାର୍ଯ୍ୟ କରାଯାଉଛି । ପୋର୍ଟ ବ୍ଲେୟାର ବିମାନ ବନ୍ଦରରେ ଏକା ସଙ୍ଗେ 1200 ଯାତ୍ରୀଙ୍କୁ ହ୍ୟାଣ୍ଡଲ କରିବା ଭଳି କ୍ଷମତା ଆଗାମୀ କିଛି ମାସ ମଧ୍ୟରେ ପ୍ରସ୍ତୁତ ହୋଇଯିବାର ଆଶା କରାଯାଉଛି ।

ଏହା ବ୍ୟତୀତ, ଦିଗ୍ଲିପୁର, କାର୍ ନିକୋବର ଏବଂ କ୍ୟାମ୍ପବେଲ୍ ବେରେ ମଧ୍ୟ ବିମାନ ବନ୍ଦର ଅପରେସନ୍ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇସାରିଛି । ସ୍ୱରାଜ ଦ୍ୱୀପ, ଶହୀଦ ଦ୍ୱୀପ ଏବଂ ଲଙ୍ଗ ଆଇଲାଣ୍ଡ ଦ୍ୱୀକରେ ପାସେଞ୍ଜର ଟର୍ମିନାଲ, ଫ୍ଲୋଟିଂ ଜେଟି ଭଳି ଜଳ ଏରୋଡ଼୍ରୋମ ଭିତ୍ତିଭୂମି ମଧ୍ୟ ଆଗାମୀ କିଛି ମାସ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏହାତିରିକ୍ତ, ଏଠାରେ ଉଡ଼ାନ ଯୋଜନା ଅଧୀନରେ ସମୁଦ୍ର ବିମାନ ସେବା ଆରମ୍ଭ କରାଯିବ । ଏହାଦ୍ୱାରା ଏହି ଦ୍ୱୀପର ଅନ୍ୟ ଦ୍ୱୀପପୁଞ୍ଜମାନଙ୍କ ସହ ସଂଯୋଗ ସୁବିଧା ମଧ୍ୟ ମଜଭୁତ ହୋଇପାରିବ ଏବଂ ଲୋକମାନଙ୍କ ଆତଯାତରେ ମଧ୍ୟ ଯେଉଁସବୁ ଅସୁବିଧା ଥିଲା ତାହା ହ୍ରାସ ପାଇବ । ସାଥୀଗଣ, ପ୍ରତ୍ୟେକ ଦ୍ୱୀପ ମଧ୍ୟରେ ଅନ୍ୟାନ୍ୟ ରାଷ୍ଟ୍ରଙ୍କ ସଂଯୋଗ ସୁବିଧା ବୃଦ୍ଧି କରିବା ସକାଶେ କୋଚି ସିପୟାର୍ଡ଼ରେ ଯେଉଁ 4ଟି ଜାହାଜ ନିର୍ମାଣ କରାଯାଉଛିସେଗୁଡ଼ିକର ଡେଲିଭରୀ ମଧ୍ୟ ଆଗାମୀ କିଛି ମାସ ମଧ୍ୟରେ ହୋଇଯିବ । ପ୍ରୟାସ କରାଯାଉଛି ଯେ ଆସନ୍ତା ଏକ ବର୍ଷ ଭିତରେ ଯେଉଁ ମରାମତି କରାଯିବାର ସୁବିଧା ସେଠାରେ ଦ୍ୱୀପମାନଙ୍କରେ ହିଁ ବିକଶିତ କରାଯିବ । ଏହାଦ୍ୱାରା ଆପଣମାନଙ୍କ ସମୟ ବଂଚିବ ଏବଂ ଖର୍ଚ୍ଚ ମଧ୍ୟ କମିବ । ରୋଜଗାରର ଅବସର ମିଳିପାରିବ । ଏହାର ସବୁଠାରୁ ଅଧିକ ଲାଭ ଫିସେରୀ ସେକ୍ଟରକୁ ହିଁ ମିଳିପାରିବ ।

ସାଥୀଗଣ, ଆଗାମୀ ସମୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପ ବନ୍ଦର ଭିତ୍ତିକ ବିକାଶର ଏକ ପେଣ୍ଠସ୍ଥଳୀରେ ପରିଣତ ହେବାକୁ ଯାଉଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପ ବିଶ୍ୱର ଅନେକ ବନ୍ଦର ସହିତ ବେଶ ପ୍ରତିଦ୍ୱନ୍ଦ୍ୱିତାମୂଳକ ଦୂରତ୍ୱରେ ଅବସ୍ଥିତ ।  ଏବେ ସମଗ୍ର ବିଶ୍ୱ ଏକଥା ସ୍ୱୀକାର କରୁଛି ଯେ ଯେଉଁ ଦେଶର ବନ୍ଦର ନେଟୱାର୍କ ଯେତିକି ସୁଦୃଢ଼ ଏବଂ ଏହାର ସଂଯୋଗ ସୁବିଧା ଉତ୍ତମ ଧରଣର, ସେହି ଏକବିଂଶ ଶତାବ୍ଦୀରେ ବାଣିଜ୍ୟକୁ ଗତି ପ୍ରଦାନ କରିବ । ଏମିତି ଦେଖିବାକୁ ଗଲେ, ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ହେଉଥିବା ଭିତ୍ତିଭୂମିର ବିକାଶ ସହିତ ସଂଶ୍ଳିଷ୍ଟ ଅନେକ କାର୍ଯ୍ୟ, ଏହାର ବିକାଶ ସହିତ ନୂଆ ଶୀର୍ଷରେ ପହଂଚିପାରିବ ।

ସାଥୀଗଣ, ଆଜି ଯେତେବେଳେ ଆତ୍ମନିର୍ଭର ଭାରତର ସଂପଳ୍ପର ସହିତ ଆମେମାନେ ଆଗକୁ ଅଗ୍ରସର ହେଉଛୁବିଶ୍ୱ ମେନୁଫାକଚରିଂ ହବ ଭାବେ, ବିଶ୍ୱ ଯୋଗାଣ ଏବଂ ମୂଲ୍ୟ ଚେନର ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲେୟାର ରୂପେ ଦେଶ ନିଜକୁ ସ୍ଥାପିତ କରିବାରେ ଯୋଡ଼ିହୋଇ ରହିଛି, ସେତେବେଳେ ଜଳପଥ ଏବଂ ଆମର ବନ୍ଦରସମୂହକୁ ସଶକ୍ତ କରିବା ଖୁବ୍‌ ଜରୁରି କଥା । ବିଗତ 6-7 ବର୍ଷ ମଧ୍ୟରେ ବନ୍ଦର ବିକାଶ ଏବଂ ବନ୍ଦର ଭିତ୍ତିକ ବିକାଶକୁ ନେଇ ଯେଉଁ କାର୍ଯ୍ୟ ସଂପାଦନ କରାଯାଉଛି, ତାହାଦ୍ୱାରା ଦେଶକୁ ନୂଆ ଶକ୍ତି ପ୍ରାପ୍ତ ହେଉଛି ।

ଆଜି ଆମେମାନେ ନଦୀ ଜଳମାର୍ଗର ଏକ ବଡ଼ ନେଟୱାର୍କ ପ୍ରସ୍ତୁତ କରୁଛୁ ଯାହା ସମୁଦ୍ରର ବଡ଼ ବନ୍ଦରକୁ ଦେଶର ଭୂବନ୍ଦୀ ରାଜ୍ୟମାନଙ୍କ ସହ ସଂଯୋଗ କରିପାରୁଛି । ବନ୍ଦର ଭିତ୍ତିଭୂମିର ବିକାଶ ଯେ ଯେଉଁ ଆଇନଗତ ଅସୁବିଧାମାନ ଥିଲା, ସେସବୁକୁ ଲଗାତାର ଭାବେ ଦୂର କରାଯାଉଛି । ସରକାରଙ୍କ ଧ୍ୟାନ ସମୁଦ୍ରରେ ଇଜ୍‌ ଅଫ୍‌ ଡୁଇଂ ବିଜିନେସକୁ ପ୍ରୋତ୍ସାହନ କରିବା ଏବଂ ସାମୁଦ୍ରିକ ଲଜିଷ୍ଟିକ୍ସକୁ ସରଳ କରିବା ଉପରେ କେନ୍ଦ୍ରୀତ ରହିଛି । ଏମିତି ଦେଖିବାକୁ ଗଲେ ବିଶ୍ୱର ସବୁଠାରୁ ବଡ଼ ସିଙ୍ଗଲ ୱିଣ୍ଡୋ ପ୍ଲାଟଫର୍ମକୁ ପ୍ରସ୍ତୁତ କରିବା ଉପରେ ମଧ୍ୟ ଆମର କାର୍ଯ୍ୟ ଜାରି ରହିଛି ।

ସାଥୀଗଣ, ଏମିତିରେ ଅନେକ ପ୍ରୟାସ କାରଣରୁ ଏବେ ଦେଶରେ ବନ୍ଦର ନେଟୱାର୍କର କ୍ଷମତା ଏବଂ ଦକ୍ଷତା, ଉଭୟର ବିସ୍ତାର ହୋଇଚାଲିଛି । ତିନି ଦଶକର ପ୍ରତୀକ୍ଷା ପରେ ପଶ୍ଚିମ ତଟରେ ଭାରତର ପ୍ରଥମ ଡୀପ୍‌ ଡ୍ରାଫ୍ଟ ଗ୍ରୀନଫିଲ୍ଡ ସାମୁଦ୍ରିକ ବନ୍ଦରକୁ ସିଦ୍ଧାନ୍ତିକ ମଞ୍ଜୁରି ପ୍ରଦାନ କରାଯାଇଛି । ସେହିଭଳି ପୂର୍ବ ତଟରେ ଡୀପ୍‌ ଡ୍ରାଫ୍ଟ ଇନର ବନ୍ଦରର ନିର୍ମାଣ କାର୍ଯ୍ୟ ବେଶ୍‌ ପ୍ରଖର ଗତିରେ ଚାଲୁ ରହିଛି ।

ଏବେ ଗ୍ରେଟର ନିକୋବରରେ ପାଖାପାଖି 10 ହଜାର କୋଟି ଟଙ୍କା ମୂଲ୍ୟର ସମ୍ଭାବିତ ନିବେଶରେ ଟ୍ରାନ୍ସ ସିପମେଂଟ ବନ୍ଦରର ନିର୍ମାଣ ପ୍ରସ୍ତାବ ରହିଛି । ଆମର ପ୍ରୟାସ ଏହା ଯେ ଆଗାମୀ 4-5 ବର୍ଷ ଭିତରେ ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ କିଭଳି ସଂପୂର୍ଣ୍ଣ କରାଯାଇପାରିବ । ଥରେ ଯେତେବେଳେ ଏହି ବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ସେତେବେଳେ ଏଠାରେ ବଡ଼ ବଡ଼ ଜାହାଜ ମଧ୍ୟ ରୋକି ପାରିବେ । ଏହାଦ୍ୱାରା ସାମୁଦ୍ରିକ ବ୍ୟାପାରରେ ଭାରତର ଭାଗିଦାରୀ ବୃଦ୍ଧି ପାଇବ, ଆମର ଯୁବବର୍ଗଙ୍କୁ ନୂଆ ନୂଆ ସୁଯୋଗ ମିଳିପାରିବ ।

ସାଥୀଗଣ, ଆଜି ଯେତେ ଯେତେ ଆଧୁନିକ ଭିତ୍ତିଭୂମି ଆଣ୍ଡାମାନ ନିକୋବରରେ ପ୍ରସ୍ତୁତ କରାଯାଉଛି, ସେସବୁ ବ୍ଲୁ ଇକୋନୋମିକୁ ଗତି ପ୍ରଦାନ କରିବ । ବ୍ଲୁ ଇକୋନୋମିର ଏକ ପ୍ରମୁଖ ଅଂଶ ହେଉଛି ମାଛଧରା, ମାଛଚାଷ ଏବଂ ସାମୁଦ୍ରିକ ଗୁଳ୍ମ ଫାର୍ମିଂ, ସାମୁଦ୍ରିକ ଗୁଳ୍ମର ଫାଇଦାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । କେତେକ ଦେଶ ଏହି ସମ୍ଭାବାନ ଦିଗରେ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି । ମୁଁ ଅତ୍ୟନ୍ତ ଖୁସି ଯେ ଆଣ୍ଡାମାନ ନିକୋବର ଦ୍ୱୀପ କ୍ଷେତ୍ରରେ ଏଭଳି ସମ୍ଭାବନାର ସନ୍ଧାନ ନିମନ୍ତେ ପୋର୍ଟ ବ୍ଲେୟାରରେ ଯେଉଁ ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଥିଲା, ସାହାର ପରିଣାମ ବେଶ୍‌ ଉତ୍ସାହଜନକ ଅଟେ । ଏବେ ଏହାର ଚାଷକୁ ଦ୍ୱୀପମାନଙ୍କରେ ପ୍ରୋତ୍ସାହିତ କରିବା ସକାଶେ ଅଧ୍ୟୟନ ଆରମ୍ଭ କରାଯାଇ ସାରିଛି । ଯଦି ଏହି ପ୍ରୟୋଗ ବିରାଟ ଆକାରରେ ସଫଳ ହୋଇପାରିବ, ତେବେ ଏହାକୁ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବିସ୍ତାରିତ କରାଯାଇହେବ । ଏହା ବିଶେଷ କରି ଆମର ମତ୍ସ୍ୟଜୀବୀ ସାଥୀମାନଙ୍କ ପାଇଁ ବେଶ୍‌ ଲାଭଜନକ ହୋଇପାରିବ । ମୋର ବିଶ୍ୱାସ ଯେ ଆମର ଆଜିର ପ୍ରୟାସ ଏହି ଦଶକରେ ଆଣ୍ଡାମାନ ଓ ନିକୋବରକୁ, ଏଠାକାର ଲୋକମାନଙ୍କୁ କେବଳ ନୂତନ ସଂଯୋଗର ସୁବିଧା ଯୋଗାଇବ ନାହିଁ ଅପରନ୍ତୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ମଧ୍ୟ ଏହାକୁ ଏକ ପ୍ରମୁଖ ସ୍ଥାନ ରୂପେ ସୁପ୍ରତିଷ୍ଠିତ କରିପାରିବ ।

ପୁଣି ଥରେ ଆପଣମାନଙ୍କୁ ସମସ୍ତ ଆଣ୍ଡାମାନ- ନିକୋବରବାସୀଙ୍କୁ ଏହି ମୋବାଇଲ ଓ ଇଂଟରନେଟ୍‌ ସଂଯୋଗୀକରଣର ଆଧୁନିକ ସୁବିଧା ସକାଶେ ବହୁତ ବହୁତ ଶୁଭକାମନା ଜଣାଉଛି ଏବଂ ଏବେ ଯେତେବେଳେ କରୋନାର ସମୟ ଆସିଛି, ସେତେବେଳେ ବିଶେଷ ଭାବେ ଆପଣମାନଙ୍କ ପାଇଁ ମୁଁ ପ୍ରାର୍ଥନା କରିବ ଯେ ଆପଣମାନେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରହନ୍ତୁ । ଆପଣମାନଙ୍କ ପରିବାର ସୁସ୍ଥ ରହନ୍ତୁ । କରୋନର ଏହି କାଳ ଘଡ଼ିରେ ଦୁଇ ଗଜର ଦୂରତା ପାଳନ ସଦାସର୍ବଦା ଆପଣମାନେ ପାଳନ କରନ୍ତୁ, ଆଗକୁ ମଧ୍ୟ ବଢ଼ି ଚାଲନ୍ତୁ ।

ଏହି କାମନାର ସହ ସ୍ୱାଧୀନତାର ଏହି ତପୋଭୂମିକୁ ଏବଂ ଅଗଷ୍ଟ 15 ପୂର୍ବରୁ ଆଜି ମୋତେ ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର କରିବାର ସୁଯୋଗ ପ୍ରାପ୍ତ ହୋଇଛି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ 15 ଅଗଷ୍ଟର ପୂର୍ବରୁ, ସ୍ୱାଧୀନତାର ପର୍ବ ପୂର୍ବରୁ ଏହି ବିରାଟ ଅବସର ପାଇଁ ଅନେକ ଅନେକ ବଧେଇ ଜଣାଉଛି ଏବଂ ଆପଣମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ  କିଭଳି ଭାବେ ନୂଆ ଶୀର୍ଷରେ ପହଂଚିବା ଲାଗି ଲମ୍ଫ ପ୍ରଦାନ କରିବ ସେଥିପାଇଁ ଆପଣମାନଙ୍କ ଆହ୍ୱାନ ଜଣାଉଛି ।

ଅନେକ ଅନେକ ଧନ୍ୟବାଦ ।

 

**********

 



(Release ID: 1644951) Visitor Counter : 203