ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦିନକରେ ସର୍ବାଧିକ 30 ହଜାର କରୋନା ସଂକ୍ରମିତ ସୁସ୍ଥ

• ମୋଟ ସୁସ୍ଥ ସଂଖ୍ୟା 7.82 ଲକ୍ଷ ଅତିକ୍ରମ କଲା

Posted On: 23 JUL 2020 2:21PM by PIB Bhubaneshwar

କ୍ରମାଗତ ଭାବେ ଦେଶରେ ସୁସ୍ଥତା ହାରରେ ବୃଦ୍ଧି ଘଟିଛି ଗତ 24 ଘଣ୍ଟା ମଧ୍ୟରେ 29,557 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି, ଯାହାକି ଏପର୍ଯ୍ୟନ୍ତ ଦିନକରେ ସୁସ୍ଥ ହୋଇଥିବା ସଂଖ୍ୟାରେ ସର୍ବାଧିକ । ବର୍ତ୍ତମାନ ସୁଦ୍ଧା 7,82,606 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥତା ହାର ଶତକଡା 63.18ରେ ପହଞ୍ଚିଛି । ଏହାଫଳରେ ସକ୍ରିୟ ଓ ସୁସ୍ଥ ରୋଗୀଙ୍କ ସଂଖ୍ୟାରେ ପାର୍ଥକ୍ୟ ସଂଖ୍ୟାରେ ବୃଦ୍ଧି ପାଇଁ ବର୍ତ୍ତମାନ ଏହା 3,56,439 ପହଞ୍ଚିଛି । କୋଭିଡ-19 ପରିଚାଳନା ଦିଗରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶିତା ଯୋଗୁଁ ଏହା ସମ୍ଭବ ହୋଇଛି । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମିଶି ବ୍ୟାପକ ପରୀକ୍ଷା କରିବା, ପ୍ରଭାବଶାଳୀ ଆବଦ୍ଧାଞ୍ଚଳର ବ୍ୟବସ୍ଥା ଓ ଦକ୍ଷ ଉପଚାର ଯୋଗୁଁ ଏହା ସମ୍ଭବ ହୋଇଛି । ଏହାଛଡା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିଶେଷଜ୍ଞମାନଙ୍କ ପରାମର୍ଶ, ଯୁଗ୍ମ ତଦାରଖ ଦଳ ଏବଂ ନୂଆଦିଲ୍ଲୀସ୍ଥିତ ଏମ୍ସର ବିଷାରଦ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ, ଆଇସିଏମଆର ଓ ଏନସିଡିସିର ସମନ୍ଵୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି । କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ବିଶେଷଜ୍ଞ ଥିବା କେନ୍ଦ୍ରୀୟ ଦଳ ପଠାଇ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏମ୍ସ ପକ୍ଷରୁ ବିଭିନ୍ନ ରାଜ୍ୟର କୋଭିଡ ହସ୍ପିଟାଲଗୁଡିକରେ ଥିବା ଚିକିତ୍ସକମାନଙ୍କୁ ଟେଲି ଯୋଗାଯୋଗ ଜରିଆରେ ପରାମର୍ଶ ଦିଆଯାଉଛି । ଏଭଳି ସମନ୍ଵିତ ପଦକ୍ଷେପ ଯୋଗୁଁ ମୃତ୍ୟୁ ହାର ଖୁବ କମ ରହିଛି । ଏହା 2.41 ପ୍ରତିଶତ ଥିବା ବେଳେ କ୍ରମଶଃ ଦ୍ରୁତ ହ୍ରାସ ପାଉଛି ।

ଏହାଫଳରେ ପ୍ରକୃତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । ବର୍ତ୍ତମାନ 4,26,167 ଜଣ ସକ୍ରିୟ ରୋଗୀ ଅଛନ୍ତି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 

      

 

 

 



(Release ID: 1640716) Visitor Counter : 208