ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
                
                
                
                
                
                
                    
                    
                        ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ 28,472 ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି
                    
                    
                        •	ବର୍ତ୍ତମାନ ସୁଦ୍ଧା 7.5 ଲକ୍ଷରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି
•	63 ପ୍ରତିଶତ ଅତିକ୍ରମ କଲା ଆରୋଗ୍ୟ ହାର 
•	19 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର 63.13 ପ୍ରତିଶତରୁ ଅଧିକ
                    
                
                
                    Posted On:
                22 JUL 2020 12:34PM by PIB Bhubaneshwar
                
                
                
                
                
                
                ଗୋଟିଏ ଦିନରେ ସର୍ବାଧିକ 28,472 ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି । ଏହା ଗତ 24 ଘଣ୍ଟା ମଧ୍ୟରେ କୋଭିଡ-19 ସଂକ୍ରମଣରୁ ଆରୋଗ୍ୟ ହୋଇ ଘରକୁ ଫେରିଥିବା ସର୍ବୋଚ୍ଚ ସଂଖ୍ୟା । ଏହା ସହିତ ସମୁଦାୟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା 7,53,049ରେ ପହଞ୍ଚିଛି । ଏହା ସୁସ୍ଥତା ହାର 63.13%କୁ ବୃଦ୍ଧି କରିଛି ।
କ୍ରମାଗତ ଭାବରେ ବୃଦ୍ଧି ପାଇଥିବା ଆରୋଗ୍ୟ ଓ ସକ୍ରିୟଙ୍କ ସଂଖ୍ୟା (ଆଜି 4,11,133) ମଧ୍ୟରେ ପାର୍ଥକ୍ୟ ସଂଖ୍ୟା 3,41,916କୁ ବୃଦ୍ଧି ପାଇଛି । ଏହି ପାର୍ଥକ୍ୟ ଧୀରେ ଧୀରେ ବୃଦ୍ଧି ପାଉଥିବା ଧାରାକୁ ଦର୍ଶାଉଛି । 
ଜାତୀୟ ସୁସ୍ଥତା ହାରରେ ଉନ୍ନତି ଆସିଥିବାବେଳେ, 19ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସେମାନଙ୍କ ଆରୋଗ୍ୟ ହାର ଜାତୀୟ ହାର ତୁଳନାରେ ଅଧିକ ଥିବା ଦର୍ଶାଯାଇଛି । 
	
		
			| 
			 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ 
			 | 
			
			 ଆରୋଗ୍ୟ ହାର 
			 | 
		
		
			| 
			 ଦିଲ୍ଲୀ 
			 | 
			
			 84.83% 
			 | 
		
		
			| 
			 ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ) 
			 | 
			
			 84.31% 
			 | 
		
		
			| 
			 ତେଲଙ୍ଗାନା 
			 | 
			
			 78.37% 
			 | 
		
		
			| 
			 ହରିୟାଣା 
			 | 
			
			 76.29% 
			 | 
		
		
			| 
			 ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ 
			 | 
			
			 75.00% 
			 | 
		
		
			| 
			 ରାଜସ୍ଥାନ 
			 | 
			
			 72.50% 
			 | 
		
		
			| 
			 ଗୁଜରାଟ 
			 | 
			
			 72.30% 
			 | 
		
		
			| 
			 ଛତିଶଗଡ 
			 | 
			
			 71.81% 
			 | 
		
		
			| 
			 ଆସାମ 
			 | 
			
			 71.05% 
			 | 
		
		
			| 
			 ଓଡିଶା 
			 | 
			
			 70.96% 
			 | 
		
		
			| 
			 ତାମିଲନାଡୁ 
			 | 
			
			 70.12% 
			 | 
		
		
			| 
			 ମଣିପୁର 
			 | 
			
			 69.48% 
			 | 
		
		
			| 
			 ଚଣ୍ଡିଗଡ 
			 | 
			
			 68.97% 
			 | 
		
		
			| 
			 ଉତ୍ତରାଖଣ୍ଡ 
			 | 
			
			 67.99% 
			 | 
		
		
			| 
			 ପଞ୍ଜାବ 
			 | 
			
			 67.86% 
			 | 
		
		
			| 
			 ମଧ୍ୟପ୍ରଦେଶ 
			 | 
			
			 67.47% 
			 | 
		
		
			| 
			 ଦାଦ୍ରା ଓ ନଗର ହାଭେଳି ଏବଂ ଡାମନ ଓ ଡିଉ 
			 | 
			
			 65.67% 
			 | 
		
		
			| 
			 ହିମାଚଳ ପ୍ରଦେଶ 
			 | 
			
			 64.72% 
			 | 
		
		
			| 
			 ବିହାର 
			 | 
			
			 63.95% 
			 | 
		
	
ଆରୋଗ୍ୟ ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଏବଂ ସକ୍ରିୟ ଓ ସୁସ୍ଥ ରୋଗୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ପାର୍ଥକ୍ୟ, କେନ୍ଦ୍ର ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ରଣନୀତିର ଫଳାଫଳ । ଘରକୁ ଘର ସର୍ବେକ୍ଷଣ, ଚିହ୍ନଟ, ପ୍ରଭାବଶାଳୀ ଆବଦ୍ଧାଞ୍ଚଳ ଯୋଜନା, ଅସୁରକ୍ଷିତ ଜନତାଙ୍କ ସ୍କ୍ରିନିଂ ଏବଂ ବ୍ୟାପକ ପରୀକ୍ଷଣ ମାଧ୍ୟମରେ ପ୍ରାଥମିକ ଚିହ୍ନଟ ଉପରେ ଧ୍ୟାନ ଦିଆଯାଉଛି । ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଉତ୍ତମ ରୂପେ କାର୍ଯ୍ୟକ୍ଷମ ହୋଇଥିବା ଷ୍ଟାଣ୍ଡାର୍ଡ ଅଫ କେୟାର ପ୍ରୋଟୋକଲ  ହସ୍ପିଟାଲଗୁଡିକରେ ପ୍ରଭାବୀ ଚିକିତ୍ସା ଏବଂ ଘରୋଇ ଏକାନ୍ତବାସକୁ ସହାୟତା କରିଛି ।
ଏମ୍ସ, ନୂଆଦିଲ୍ଲୀ ସହିତ ସେଣ୍ଟର୍ସ ଅଫ ଏକ୍ସଲେନ୍ସ ଅଫ ଷ୍ଟେଟସ / ୟୁଟିସି ଆଇସିୟୁ ରୋଗୀଙ୍କ ଚିକିତ୍ସା ତଥା ଗୁରୁତ୍ଵପୂର୍ଣ ଚିକିତ୍ସାକୁ ବଢାଇ ଦେଇଛନ୍ତି, ଯାହା ଦ୍ଵାରା ଭାରତରେ ମୃତ୍ୟୁ ହାର ହ୍ରାସ ପାଇଛି । ଏମ୍ସର ଇ-ଆଇସିୟୁ କାର୍ଯ୍ୟକ୍ରମ ହେଉଛି କେନ୍ଦ୍ର-ରାଜ୍ୟ ସହଯୋଗର ଆଉ ଏକ ଉପାୟ ଯାହା ମୃତ୍ୟୁହାର ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି । ସପ୍ତାହରେ ଦୁଇଥର ଆୟୋଜିତ ଏହି ଟେଲି-ପରାମର୍ଶ ଅଧିବେଶନଗୁଡ଼ିକ ଆଇସିୟୁ ରୋଗୀଙ୍କ ଚିକିତ୍ସା ପରିଚାଳନାରେ ଡୋମେନ ବିଶେଷଜ୍ଞଙ୍କ ସହଭାଗୀ ଅଭିଜ୍ଞତା ଏବଂ ବୈଷୟିକ ପରାମର୍ଶ ମାଧ୍ୟମରେ ରାଜ୍ୟଗୁଡିକର ବଡ କୋଭିଡ-19 ଡାକ୍ତରଖାନାଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଏବଂ ସମର୍ଥନ କରିଛନ୍ତି । ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଉତ୍ସର୍ଗୀକୃତ ପ୍ରୟାସ ଦ୍ୱାରା ମୃତ୍ୟୁହାର କ୍ରମାଗତ ଭାବରେ ହ୍ରାସ ପାଉଛି, ଯାହା ବର୍ତ୍ତମାନ 2.41%ରେ ରହିଛି ।
କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA । 
ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ । 
କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ । 
https://www.mohfw.gov.in/pdf/coronvavirushelplinenumber.pdf
 
**********
 
                
                
                
                
                
                (Release ID: 1640473)
                Visitor Counter : 276
                
                
                
                    
                
                
                    
                
                Read this release in: 
                
                        
                        
                            Punjabi 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Malayalam