ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାରାଣସୀସ୍ଥିତ ଏନଜିଓ ପ୍ରତିନିଧିମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ
Posted On:
09 JUL 2020 1:25PM by PIB Bhubaneshwar
ହର ହର ମହାଦେବ,
କାଶୀର ପୁଣ୍ୟ ଧରଣୀରେ ରହିଥିବା ଆପଣ ସମସ୍ତ ପୁଣ୍ୟାତ୍ମା ଲୋକମାନଙ୍କୁ ପ୍ରଣାମ । ଶ୍ରାବଣ ମାସ ଚାଲୁଛି । ଏଭଳି ସ୍ଥିତିରେ ବାବାଙ୍କ ଚରଣକୁ ଆସିବାର ମନ ସମସ୍ତଙ୍କର ହୋଇଥାଏ । କିନ୍ତୁ ଯେତେବେଳେ ବାବାଙ୍କ ନଗରୀର ଲୋକମାନଙ୍କ ସହିତ ଦେଖା ସାକ୍ଷାତ କରିବାର ସୁଯୋଗ ମିଳିଲା ତ ଏଭଳି ଲାଗୁଛି କି ଆଜି ମୋ ପାଇଁ ଏକ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ସର୍ବ ପ୍ରଥମେ ତ ଆପଣ ସମସ୍ତଙ୍କୁ ଭଗବାନ ଭୋଳାନାଥଙ୍କ ଏହି ପ୍ରିୟ ମାସ ପାଇଁ ବହୁତ-ବହୁତ ଶୁଭକାମନା ।
ଏହା ଭଗବାନ ଭୋଳାନାଥଙ୍କର ହିଁ ହେଉଛି ଆଶୀର୍ବାଦ କି କରୋନାର ଏହି ସଙ୍କଟକାଳରେ ମଧ୍ୟ ଆମର କାଶୀ ଆଶାରେ ଭରି ରହିଛି, ଉତ୍ସାହରେ ଭରି ରହିଛି । ଏହା ହେଉଛି ଠିକ୍ ଯେ ଏହି ଦିନମାନଙ୍କରେ ବାବା ବିଶ୍ୱନାଥଙ୍କ ଧାମକୁ ଯାଇ ପାରୁ ନାହାଁନ୍ତି ଆଉ ତାହା ମଧ୍ୟ ଶ୍ରାବଣ ମାସରେ ନ ଯାଇ ପାରିବା, ତ ଆପଣମାନଙ୍କର କଷ୍ଟ ମୁଁ ବୁଝି ପାରୁଛି । ଏହା ମଧ୍ୟ ଠିକ୍ ଯେ ମାନସ ମନ୍ଦିର ହେଉ, ଦୁର୍ଗା କୁଣ୍ଡ ହେଉ, ସଙ୍କଟମୋଚନରେ ଶ୍ରାବଣର ମେଳା, ସବୁକିଛି ସ୍ଥଗିତ ହୋଇ ଯାଇଛି, ଆୟୋଜନ କରାଯାଇ ନାହିଁ ।
କିନ୍ତୁ ଏହା ମଧ୍ୟ ଠିକ ଯେ ଏହି ଅଦ୍ଭୁତପୂର୍ବ ସଙ୍କଟ ସମୟରେ ଆଉ ମୋର କାଶୀ, ଆମର କାଶୀ, ଏହି ଅଦ୍ଭୁତପୂର୍ବ ସଙ୍କଟର ମୁକାବିଲା ଦୃଢ଼ତାର ସହିତ କରିଛନ୍ତି । ଆଜିକାର ଏହି କାର୍ଯ୍ୟକ୍ରମ ମଧ୍ୟ ତ ଏହାର ହେଉଛି ଗୋଟିଏ ଶୃଙ୍ଖଳ । ସଙ୍କଟ କେତେ ବଡ଼ ମଧ୍ୟ ହେଉ ନା କାହିଁକି, କେହି ମଧ୍ୟ କାଶୀର ଲୋକମାନଙ୍କ ସାହସ ସହିତ କୌଣସି ମୁକାବିଲା କରି ପାରିବେ ନାହିଁ । ଯେଉଁ ସହର ଦୁନିଆକୁ ଗତି ଦେଇଥାଏ, ତା’ ସମ୍ମୁଖରେ କରୋନା ଅବା କେଉଁ ବଡ଼ କଥା, ଏହା ଆପଣମାନେ ଦେଖାଇ ଦେଇଛନ୍ତି ।
ମୋତେ ଅବଗତ କରାଯାଇଛି କି କରୋନାରେ.... କାଶୀର ଯେଉଁ ସବୁ ବିଶେଷତ୍ୱ ରହିଛି, ଏହି କରୋନା କାରଣରୁ କାଶୀରେ ରହିଥିବା ଯେଉଁ ସବୁ ଛୋଟ ଛୋଟ ଚା’ ଦୋକାନ, ତାହା ମଧ୍ୟ ଶୁନଶାନ ହୋଇ ଯାଇଛି ତ ଏବେ ଡିଜିଟାଲ ଅଡ଼ିୟାଁ ଆରମ୍ଭ ହୋଇ ଯାଇଛି । ଭିନ୍ନ-ଭିନ୍ନ ଅଂଚଳର ବିଭୁତିମାନେ ଅଡ଼ି ପରମ୍ପରାକୁ ତ ଜୀବିତ କରିଛନ୍ତି । ଏଠାକାର ଯେଉଁ ସଙ୍ଗୀତ ପରମ୍ପରାକୁ ବିସମିଲ୍ଲା ଖାଁ ମହାଶୟ, ଗିରିଜା ଦେବୀ ମହାଶୟା, ହିରାଲାଲ ଯାଦବ ମହାଶୟଙ୍କ ଭଳି ମହାନ ସାଧକମାନେ ସମୃଦ୍ଧ କରିଛନ୍ତି, ତାହାକୁ ଆଜି କାଶୀର ସମ୍ମାନିତ କଳାକାର, ନୂତନ ପିଢିର କଳାକାର ଆଗକୁ ବଢ଼ାଉଛନ୍ତି । ଏହି ପ୍ରକାରର ଅନେକ କାର୍ଯ୍ୟ ବିଗତ ତିନି-ଚାରି ମାସରେ କାଶୀରେ ନିରନ୍ତର ଭାବେ ହେଉଛି ।
ଏହି ସମୟରେ ମଧ୍ୟ ମୁଁ ଲଗାତାର ଭାବେ ଯୋଗୀ ମହାଶୟଙ୍କ ସହିତ ଯୋଗାଯୋଗରେ ରହିଥିଲି, ସରକାରଙ୍କର ଭିନ୍ନ-ଭିନ୍ନ ଲୋକମାନଙ୍କ ସମ୍ପର୍କରେ ରହିଥିଲି । କାଶୀରୁ ଯେଉଁସବୁ ଖବର ମୋ ପାଖକୁ ଆସୁଥିଲା, ସେ ସବୁ ପାଇଁ କ’ଣ କରିବାକୁ ହେବ, କ’ଣ କରିବାକୁ ନ ହେବ, କ୍ରମାଗତ ଭାବେ ସେମାନଙ୍କ ସହିତ କଥାବାର୍ତ୍ତା କରୁଥିଲି । ଆଉ ଆପଣମାନଙ୍କ ମଧ୍ୟରୁ କେତେକ ଲୋକ ଅଛନ୍ତି, ବନାରସରେ ଥିବା କେତେ ଲୋକମାନଙ୍କ ସହିତ ମୁଁ ଲଗାତାର ଫୋନରେ କଥାବାର୍ତ୍ତା ହେଉଥିଲି, ସୁଖ-ଦୁଃଖ ପଚାରୁଥିଲି, ଖବର ନେଉଥିଲି, ମତାମତ ନେଉଥିଲି । ଆଉ ମୋର ପୂର୍ଣ୍ଣ ବିଶ୍ୱାସ ରହଛି ସେମାନଙ୍କ ମଧ୍ୟରୁ କେତେଜଣ ଏଠାରେ ଏହି କାର୍ଯ୍ୟକ୍ରମରେ ବସିଥିବେ, ଯେଉଁମାନଙ୍କ ସହିତ ପୂର୍ବରୁ ଫୋନ ଯୋଗେ ମୋର ବାର୍ତ୍ତାଳାପ ହୋଇଥିବ ।
ସଂକ୍ରମଣକୁ ରୋକିବା ପାଇଁ କିଏ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି, ହସ୍ପିଟାଲର ସ୍ଥିତି ସବୁ କେମିତି ରହିଛି, ଏଠାରେ କେଉଁ ପ୍ରକାରର ବ୍ୟବସ୍ଥା କରାଯାଉଛି, କ୍ୱାରେଣ୍ଟିନକୁ ନେଇ କ’ଣ ସବୁ ହେଉଛି, ବାହାରୁ ଆସିଥିବା ଶ୍ରମିକ ସାଥୀମାନଙ୍କ ପାଇଁ ଆମେ କେତେ ସବୁ ବ୍ୟବସ୍ଥା କରି ପାରୁଛୁ, ଏ ସମସ୍ତ ତଥ୍ୟ ମୁଁ ଲଗାତାର ଭାବେ ସଂଗ୍ରହ କରୁଛି ।
ସାଥୀଗଣ, ଆମ କାଶୀରେ ବାବା ବିଶ୍ୱନାଥ ଏବଂ ମାଆ ଅନ୍ନପୂର୍ଣ୍ଣା, ଦୁଇଜଣ ବିରାଜମାନ ଅଛନ୍ତି । ଆଉ ପୁରୁଣା ମାନ୍ୟତା ରହିଛି କି ଗୋଟିଏ ସମୟରେ ମହାଦେବ ନିଜେ ମାତା ଅନ୍ନପୂର୍ଣ୍ଣାଙ୍କ ଠାରୁ ଭିକ୍ଷା ମାଗିଥିଲେ । ସେତେବେଳ ଠାରୁ କାଶୀ ଉପରେ ଏକ ବିଶେଷ ଆଶୀର୍ବାଦ ରହି ଆସିଛି କି ଏଠାରେ କେବେ ହେଲେ କେହି ଭୋକରେ ଶୋଇବେ ନାହିଁ, ମାତା ଅନ୍ନପୂର୍ଣ୍ଣା ଏବଂ ବାବା ବିଶ୍ୱନାଥ, ସମସ୍ତଙ୍କ ପାଇଁ ଖାଦ୍ୟର ବନ୍ଦୋବସ୍ତ କରିଦେବେ ।
ଆପଣ ସମସ୍ତଙ୍କ ପାଇଁ, ସମସ୍ତ ସଂଗଠନଙ୍କ ପାଇଁ, ଆମ ସମସ୍ତଙ୍କ ପାଇଁ ଏହା ହେଉଛି ଖୁବ ସୌଭାଗ୍ୟର ବିଷୟ କି ଏଥର ଗରିବଙ୍କ ସେବାର ମାଧ୍ୟମ ଭଗବାନ ଆମ ସମସ୍ତଙ୍କୁ କରିଛନ୍ତି, ବିଶେଷ ଭାବେ ଆପଣମାନଙ୍କୁ ସମସ୍ତଙ୍କୁ କରିଛନ୍ତି । ଗୋଟିଏ ପ୍ରକାରରେ ଆପଣମାନେ ସମସ୍ତେ ମାତା ଅନ୍ନପୂର୍ଣ୍ଣା ଏବଂ ବାବା ବିଶ୍ୱନାଥଙ୍କ ଦୂତ ଭାବେ ପ୍ରତ୍ୟେକ ଅଭାବୀ ଲୋକଙ୍କ ପାଖରେ ପହଂଚିଛନ୍ତି ।
ଏତେ କମ୍ ସମୟ ମଧ୍ୟରେ ଫୁଡ଼ ହେଲ୍ପଲାଇନ ହେଉ, ଗୋଷ୍ଠୀ ଭୋଜନର ବ୍ୟାପକ ନେଟୱର୍କ ପ୍ରସ୍ତୁତ କରିବା, ହେଲ୍ପଲାଇନ ବିକଶିତ କରିବା, ଡାଟା ସାଇନ୍ସର ଆଧୁନିକ ବିଜ୍ଞାନ ଟେକ୍ନୋଲୋଜିର ସାହାଯ୍ୟ ନେବା, ବାରାଣସୀ ସ୍ମାର୍ଟ ସିଟିର କଂଟ୍ରୋଲ ଏବଂ କମାଣ୍ଡ ସେଂଟରର ଏହି ସେବା କାର୍ଯ୍ୟରେ ଭରପୂର ବ୍ୟବହାର କରିବା, ଅର୍ଥାତ ପ୍ରତ୍ୟେକ ସ୍ତରରେ ସମସ୍ତେ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ସଂପୂର୍ଣ୍ଣ କ୍ଷମତାର ସହିତ କାର୍ଯ୍ୟ କଲେ । ଆଉ ମୁଁ ଏହା ମଧ୍ୟ କହିଦିଏ, ଆମ ଦେଶରେ କୌଣସି ସେବାର ଭାବନା, ଏହା କୌଣସି ନୂତନ କଥା ନୁହେଁ, ଆମ ସଂସ୍କାରରେ ରହି ଆସିଛି । କିନ୍ତୁ ଏ ଥରର ଯେଉଁ ସେବା କାର୍ଯ୍ୟ ରହିଛି, ତାହା କୌଣସି ସାଧାରଣ ସେବା କାର୍ଯ୍ୟ ନୁହେଁ । ଏଠାରେ କେବଳ କୌଣସି ଦୁଃଖୀ ଲୋକର ଲୁହ ପୋଛିବା, କୌଣସି ଗରିବଙ୍କୁ ଖାଦ୍ୟ ଦେବା, ଏତିକି ନ ଥିଲା, ଏଥିରେ ଗୋଟିଏ ପ୍ରକାରରେ କରୋନା ଭଳି ରୋଗକୁ ଆଲିଙ୍ଗନ କରିବା ଭଳି ଭୟ ମଧ୍ୟ ଥିଲା, ଯଦି କରୋନା ଆମକୁ କବଳିତ କରିନେବ ତ । ଆଉ ଏଥିପାଇଁ ସେବା ଭାବନା ସହିତ ତ୍ୟାଗ ଏବଂ ବଳିଦାନର ପ୍ରସ୍ତୁତିର ଭାବ ମଧ୍ୟ ରହିଥିଲା । ଆଉ ଏଥିପାଇଁ ହିନ୍ଦୁସ୍ତାନର ପ୍ରତ୍ୟେକ କୋଣ ଅନୁକୋଣରେ ଯେଉଁ-ଯେଉଁ ଲୋକମାନେ ଏହି କରୋନାର ସଙ୍କଟ ସମୟ ମଧ୍ୟରେ କାର୍ଯ୍ୟ କରିଛନ୍ତି ତାହା କୌଣସି ସାଧାରଣ କାର୍ଯ୍ୟ ନୁହେଁ । କେବଳ ନିଜର ଦାୟିତ୍ୱ ତୁଲାଇଲେ, ଏଭଳି ନୁହେଁ, ଏକ ଭୟ ରହିଥିଲା, ଏକ ଡର ଥିଲା, ସଙ୍କଟ ସାମ୍ନାରେ ଥିଲା ଆଉ ସାମ୍ନାକୁ ଯିବା, ସ୍ୱେଚ୍ଛାକୃତ ଭାବେ ଯିବା, ଏହା ହେଉଛି ସେବାର ଏକ ନୂତନ ରୂପ ।
ଆଉ ମୋତେ ଅବଗତ କରାଯାଇଛି କି ଯେତେବେଳେ ଜିଲ୍ଲା ପ୍ରଶାସନ ପାଖରେ ଭୋଜନ ବାଣ୍ଟିବା ପାଇଁ ନିଜର ଗାଡି ସଂଖ୍ୟା କମ୍ ହୋଇଗଲା, ତ ଡାକ ବିଭାଗ ନିଜର ଖାଲି ପଡ଼ିଥିବା ପୋଷ୍ଟାଲ ଭ୍ୟାନଗୁଡ଼ିକୁ କାର୍ଯ୍ୟରେ ଲଗାଇ ଦେଲେ । ଚିନ୍ତା କରନ୍ତୁ, ସରକାରଙ୍କର, ପ୍ରଶାସନର ଏହି ଛବି ତ ରହି ଆସିଛି କି ପ୍ରଥମେ ସବୁ କାମକୁ ମନା କରି ଦିଆ ଯାଇଥାଏ । ଏହା ତ ହେଉଛି ମୋର ବିଭାଗ, ତୁମକୁ କାହିଁକି ଦେବି, ମୋତେ ତ ଏହା କରିବାର ଅଛି, ତୁମେ କିଏ, ଏହା ହେଉଥିଲା । କିନ୍ତୁ ଆମେ ଏଠାରେ ଦେଖିଲୁ କି ଆଗକୁ ବଢ଼ି ଜଣେ ଅନ୍ୟଜଣଙ୍କୁ ସାହାଯ୍ୟ ସହଯୋଗ କରି ଚାଲିଲେ । ଏହି ଏକଜୁଟତା, ଏହି ସାମୁହିକତା ଆମର କାଶୀକୁ ଆହୁରି ଭବ୍ୟ କରିଦେଇଛି । ଏଭଳି ମାନବୀୟ ବ୍ୟବସ୍ଥା ପାଇଁ ଏଠାକାର ପ୍ରଶାସନ ହେଉ, ଗାୟତ୍ରୀ ପରିବାର ରଚନାତ୍ମକ ଟ୍ରଷ୍ଟ ହେଉ, ରାଷ୍ଟ୍ରୀୟ ରୋଟୀ ବ୍ୟାଙ୍କ ହେଉ, ଭାରତ ସେବାଶ୍ରମ ସଂଘ ହେଉ, ଆମର ସିନ୍ଧି ସମାଜର ଭାଇ-ଭଉଣୀ ହୁଅନ୍ତୁ, ଭଗବାନ ଅବଧୂତ ରାମ କୁଷ୍ଠ ସେବା ଆଶ୍ରମ ସର୍ବେଶ୍ୱରୀ ସମୂହ ହେଉ, ବ୍ୟାଙ୍କ ସହିତ ଜଡ଼ିତ ଲୋକ ହୁଅନ୍ତୁ, କୋର୍ଟ-ପ୍ୟାଣ୍ଟ-ଟାଇ ଛାଡ଼ିକରି ଗଳିକନ୍ଦିରେ ଗରିବଙ୍କ ଦୁଆର ଆଗରେ ଯାଇ ଠିଆ ହୋଇଯିବେ, ସମସ୍ତ ବ୍ୟବସାୟୀ ସଂଗଠନ ହୁଅନ୍ତୁ, ଆଉ ଆମର ଅନୱର ଅହମ୍ମଦ ମହାଶୟ କେତେ ଭଲ ଭାବେ ଜଣାଇ କହିଲେ, ଏଭଳି କେତେ ଅଗଣିତ ଲୋକ ଆଉ ମୁଁ ତ ଏବେ କେବଳ ପାଂଚ-ସାତ ଲୋକଙ୍କ ସହିତ କଥାବାର୍ତ୍ତା ହୋଇ ପାରିଛି, କିନ୍ତୁ ଏଭଳି ହଜାର ହଜାର ଲୋକମାନେ କାଶୀର ଗୌରବ ବୃଦ୍ଧି କରିଛନ୍ତି । ଶହ ଶହ ସଂସ୍ଥାନଗୁଡ଼ିକ ନିଜକୁ ନିଜେ ନିୟୋଜିତ କରିଛନ୍ତି । ସମସ୍ତଙ୍କ ସହିତ ମୁଁ କଥାବାର୍ତ୍ତା କରି ପାରି ନାହିଁ, କିନ୍ତୁ ମୁଁ ଆଜି ପ୍ରତ୍ୟେକଙ୍କ କାର୍ଯ୍ୟକୁ ପ୍ରଣାମ କରୁଛି । ଏହି କାର୍ଯ୍ୟରେ ଜଡ଼ିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ପ୍ରଣାମ କରୁଛି । ଆଉ ମୁଁ ଆଜି ଯେତେବେଳେ ଆପଣଙ୍କ ସହିତ କଥାବାର୍ତ୍ତା ହେଉଛି ସେତେବେଳେ କେବଳ ତଥ୍ୟ ସଂଗ୍ରହ କରୁ ନାହିଁ, ମୁଁ ଆପଣମାନଙ୍କଠାରୁ ପ୍ରେରଣା ନେଉଛି । ଅଧିକ କାର୍ଯ୍ୟ କରିବା ପାଇଁ ଆପଣଙ୍କ ଭଳି ଲୋକମାନେ ଏହି ସଙ୍କଟ ସମୟରେ କାର୍ଯ୍ୟ କରିଛନ୍ତି, ସେମାନଙ୍କର ଆଶୀର୍ବାଦ ଗ୍ରହଣ କରୁଛି । ଆଉ ମୋର ପ୍ରାର୍ଥନା ହେଉଛି କି ବାବା ଏବଂ ମାତା ଅନ୍ନପୂର୍ଣ୍ଣା ଆପଣମାନଙ୍କୁ ସାମର୍ଥ୍ୟ ଦିଅନ୍ତୁ, ଆହୁରି ଶକ୍ତି ପ୍ରଦାନ କରନ୍ତୁ ।
ସାଥୀଗଣ, କରୋନାର ଏହି ସଙ୍କଟ ସମୟରେ ଦୁନିଆକୁ ଚିନ୍ତା କରିବା, ବୁଝିବା, କାର୍ଯ୍ୟ କରିବା, ଖାଇବା-ପିଇବା, ସମସ୍ତଙ୍କର ରହଣୀ ସହଣୀ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଛି । ଆଉ ଯେଉଁ ଭଳି ଭାବେ ଆପଣମାନେ ସେବା କଲେ, ଆଉ ଏହି ସେବାର ସାମାଜିକ ଜୀବନ ଉପରେ ବଡ଼ ପ୍ରଭାବ ପଡ଼ିଥାଏ । ମୁଁ ପିଲାଦିନେ ଶୁଣୁଥିଲି, କି ଜଣେ ବଣିଆ, ତାହାର ଛୋଟମୋଟ ନିଜର ଘରେ କାମ କରୁଥିଲେ ଆଉ କିଛି ପରିବାରଙ୍କ ପାଇଁ ସୁନାର ଜିନିଷ ଆଦି ଗଢ଼ାଇବା କାର୍ଯ୍ୟ ଚାଲୁ ରହିଥିଲା । କିନ୍ତୁ ସେହି ମହାଶୟଙ୍କର ଗୋଟିଏ ଅଭ୍ୟାସ ଥିଲା, ସେ ବଜାରରୁ ଦାନ୍ତକାଠି କିଣୁଥିଲେ । ଆଜି ଆମେ ଯେଉଁ ବ୍ରଶ ବ୍ୟବହାର କରୁଛେ, ଆଗକାଳରେ ସକାଳେ ଦାନ୍ତ ଘଷିବା ପାଇଁ ଦାନ୍ତକାଠି ବ୍ୟବହାର କରୁଥିଲେ । ଆଉ ସେ ହସ୍ପିଟାଲକୁ ଯାଇ ସେଠାରେ ଯେଉଁ ରୋଗୀ ରହୁଥିଲେ, ସେମାନଙ୍କର ଯେଉଁସବୁ ସମ୍ପର୍କିୟ ରହୁଥିଲେ, ସେତିକି ସଂଖ୍ୟା ଗଣିକରି ପ୍ରତିଦିନ ସଂନ୍ଧ୍ୟାରେ ଦାନ୍ତକାଠି ଦେଇ ଆସୁଥିଲେ, ଏହି କାର୍ଯ୍ୟ କରୁଥିଲେ ଆଉ ଦିନ ସାରା ନିଜର ବଣିଆ କାର୍ଯ୍ୟ କରୁଥିଲେ । ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଜଣେ ବଣିଆ ଭାବେ ନିଜ କାର୍ଯ୍ୟ ସହିତ ଏହି ଦାନ୍ତକାଠି ଦେବା କାର୍ଯ୍ୟ ଲୋକଙ୍କୁ ସାହାଯ୍ୟ କରିବାର କାର୍ଯ୍ୟ ଏହି ଛୋଟିଆ କାର୍ଯ୍ୟକୁ ନିଜର ଅଭ୍ୟାସ କରି ଦେଇଥିଲେ, ସେହି ସମଗ୍ର ଅଂଚଳରେ ତାଙ୍କର ଏତିକି ଛବି ଥିଲା, ତାଙ୍କର ସେବାଭାବର ଏତେ ଚର୍ଚ୍ଚା ଥିଲା କି ସୁନାର କାମ କରିବା ପାଇଁ ଲୋକ କହୁଥିଲେ କି ଆରେ ଭାଇ, ଏ ତ ହେଉଛନ୍ତି ସେବା ଭାବନାଯୁକ୍ତ ଲୋକ, ତାଙ୍କ ପାଖରେ ହିଁ ସୁନାର କାମ କରାଇବା । ଅର୍ଥାତ ସେ ସେବା କାର୍ଯ୍ୟ ତ କରୁଥିଲେ, କିନ୍ତୁ ଆପଣାଛାଏଁ ଗୋଟିଏ ବିଶ୍ୱସନୀୟତା ସୃଷ୍ଟି ହୋଇ ଯାଇଥିଲା, ତାଙ୍କର ନିଜର ସୁନା କାମ କରି ପ୍ରତ୍ୟେକ ପରିବବାରଙ୍କ ପାଇଁ ବିଶ୍ୱାସର ପାତ୍ର ହୋଇ ଯାଇଥିଲେ । ଅର୍ଥାତ ଆମର ସମାଜ ହେଉଛି ଏପରି ଯେ ସେବା ଭାବ କିଛି ପାଇବା ପରେ, କିଛି ମିଳିଲା ପରେ, ସେତିକିରେ ନୁହେଁ, ତା’ଠାରୁ ମଧ୍ୟ ବହୁ ଅଧିକ ଭାବନାର ସହିତ ଦେଖିଥାଏ । ଆଉ ଯିଏ ସେବା ନେଇଥାଏ, ସେ ମଧ୍ୟ ମନରେ ଏକ ଦୃଢ଼ ଧାରଣା କରି ନେଇଥାଏ, କି ଯେତେବେଳେ ମଧ୍ୟ ସୁଯୋଗ ମିଳିବ ସେ ମଧ୍ୟ କାହା ପାଇଁ କିଛି ସାହାଯ୍ୟ କରିବ, ଏହି ଚକ୍ର ଚାଲିଥାଏ । ଏହା ହିଁ ତ ସମାଜକୁ ପ୍ରେରଣା ଦେଇଥାଏ ।
ଆପଣମାନେ ଶୁଣିଥିବେ ଶହେ ବର୍ଷ ପୂର୍ବେ ଏହିଭଳି ହିଁ ଭୟାନକ ମହାମାରୀ ହୋଇଥିଲା, ଏବେ ଶହେ ବର୍ଷ ପରେ ଏହା ହୋଇଛି । ଆଉ କୁହନ୍ତି କି ସେତେବେଳେ ଭାରତରେ ଜନସଂଖ୍ୟା ଏତେ ନଥିଲା, କମ୍ ଲୋକ ଥିଲେ । କିନ୍ତୁ ସେହି ସମୟରେ ମଧ୍ୟ ସେହି ମହାମାରୀ ସମୟରେ ଦୁନିଆରେ ସବୁଠାରୁ ଅଧିକ ଲୋକ ଯେଉଁଠାରେ ମୃତ୍ୟୁବରଣ କରିଥିଲେ, ସେଥିରେ ଆମ ହିନ୍ଦୁସ୍ତାନ ମଧ୍ୟ ଥିଲା । କୋଟି କୋଟି ଲୋକ ମରି ଯାଇଥିଲେ । ଆଉ ତେଣୁକରି ଏଥର ଯେଉଁ ମହାମାରୀ ଆସିଲା, ତ ସମଗ୍ର ଦୁନିଆ, ଭାରତର ନାଁ ଧରୁ ଧରୁ ସେମାନଙ୍କୁ ଡର ଲାଗୁଥିଲା । ଲାଗୁଥିଲା କି ଭାଇ ଶହେ ବର୍ଷ ପୂର୍ବେ ଭାରତ କାରଣରୁ ଏତେ ସବୁ କ୍ଷତି ହୋଇଥିଲା, ଭାରତରେ ଏତେ ଲୋକ ମରି ଯାଇଥିଲେ ଆଉ ଆଜି ଭାରତର ଏତେ ବିଶାଳ ଜନସଂଖ୍ୟା, ଏତେସବୁ ଆହ୍ୱାନ, ବଡ଼ ବଡ଼ ବିଶେଷଜ୍ଞମାନେ ଏହାସବୁ କହୁଥିଲେ ଆଉ ଭାରତ ଉପରେ ପ୍ରଶ୍ନଚିହ୍ନ ଲଗାଇବାକୁ ଲାଗିଥିଲେ କି ଏଥର ମଧ୍ୟ ଭାରତର ସ୍ଥିତି ବିଗିଡ଼ିଯିବ । କିନ୍ତୁ କ’ଣ ସ୍ଥିତି ହେଲା । ଆପଣମାନେ ଦେଖିଥିବେ 23-24 କୋଟି ଜନସଂଖ୍ୟା ଥିବା ଆମର ଉତ୍ତରପ୍ରଦେଶ, ଆଉ ସେଥିପାଇଁ ତ ଲୋକମାନଙ୍କ ମନରେ ବହୁ ଶଙ୍କା-କୁଶଙ୍କା ମଧ୍ୟ ରହିଥିଲା, ଏମାନେ କିପରି ବଂଚିବେ । କେହି କହୁଥିଲେ କି ଆଉ କେହି କହୁଥିଲେ, କି ୟୁପିରେ ଗରିବୀ ବହୁତ ରହିଛି, ଏଠାରେ ବାହାରକୁ କାମ କରିବାକୁ ଯାଇଥିବା ଶ୍ରମିକ, ମୁଲିଆ ସାଥୀ ହେଉଛନ୍ତି ବହୁତ, ସେମାନେ ଦୁଇ ଗଜର ଦୂରତାକୁ କିପରି ପାଳନ କରି ପାରିବେ ? ସେମାନେ କରୋନାରେ ନ ହେଲେ ତ ଭୋକରେ ମରିଯିବେ । କିନ୍ତୁ ଆପଣଙ୍କ ସହଯୋଗ ଫଳରେ, ଉତ୍ତରପ୍ରଦେଶର ଲୋକମାନଙ୍କର ପରିଶ୍ରମ ଫଳରେ, ପରାକ୍ରମ ଫଳରେ ସମସ୍ତ ଆଶଙ୍କାକୁ ଧ୍ୱସ୍ତ କରି ଦେଲା ।
ସାଥୀଗଣ, ବ୍ରାଜିଲ ଭଳି ବଡ଼ ଦେଶରେ, ଯାହାର ଜନସଂଖ୍ୟା ହେଉଛି ପ୍ରାୟ 24 କୋଟି, ସେଠାରେ କରୋନାରେ 65 ହଜାରରୁ ଅଧିକ ଲୋକଙ୍କର ଦୁଃଖଦ ମୃତ୍ୟୁ ହୋଇଛି । କିନ୍ତୁ ସେତିକି ହିଁ ଜନସଂଖ୍ୟା ଥିବା ଆମର ୟୁପିରେ ପ୍ରାୟ-ପ୍ରାୟ 800 ଲୋକଙ୍କର ମୃତ୍ୟୁ କରୋନା ଫଳରେ ହୋଇଛି । ଅର୍ଥାତ ୟୁପିରେ କରୋନା ଫଳରେ ହଜାର ହଜାର ଜୀବନ, ଯାହାଙ୍କର ମୃତ୍ୟୁ ହେବାର ସମ୍ଭାବନା ଦେଖା ଯାଉଥିଲା, ସେମାନଙ୍କୁ ସବୁ ବଂଚାଇ ଦିଆଯାଇଛି । ଆଜିକାର ସ୍ଥିତି ହେଉଛି ଏହିଭଳି କି ଉତ୍ତରପ୍ରଦେଶ ନା କେବଳ ସଂକ୍ରମଣର ଗତିକୁ କାବୁ କରି ପାରିଛି ବରଂ ଯେଉଁମାନଙ୍କୁ କରୋନା ହୋଇଛି, ସେମାନେ ମଧ୍ୟ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି । ଆଉ ଏହାର ଏକ ବହୁତ ବଡ଼ କାରଣ ହେଉଛି ଆପଣଙ୍କ ଭଳି ଅନେକ ମହାନୁଭବଙ୍କ ସଚେତନତା, ସେବାଭାବ, ସକ୍ରିୟତା । ଆପଣଙ୍କ ଭଳି ସାମାଜିକ, ଧାର୍ମିକ ଏବଂ ପରୋପକାରୀ ସଂଗଠନମାନଙ୍କର ଏହି ଯେଉଁ ସ୍ୱଭାବ ରହିଛି, ଆପଣଙ୍କର ଯେଉଁ ସଂକଳ୍ପ ରହିଛି, ଆପଣଙ୍କର ସଂସ୍କାର ରହିଛି, ଯିଏ ଏହି କଠିନ ସମୟରେ, କଷ୍ଟରୁ, କଷ୍ଟରୁ ଅତି କଷ୍ଟ ପରିସ୍ଥିତି ମଧ୍ୟରେ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ କରୋନା ବିରୁଦ୍ଧରେ ଲଢ଼େଇରେ ଲଢ଼ିବାକୁ ଶକ୍ତି ପ୍ରଦାନ କରିଛି, ସେ ବହୁତ ବଡ଼ ସାହାଯ୍ୟ କରିଛି ।
ସାଥୀଗଣ, ଆମେ ତ ହେଉଛୁ କାଶୀବାସୀ । ଆଉ କବୀର ଦାସ ମହାଶୟ କହିଛନ୍ତି-
ସେବକ ଫଲ ମାଙ୍ଗେ ନହିଁ, ସେବ କରେ ଦିନ ରାତ
ସେବା କରିବା ବାଲା ସେବାର ଫଳ ମାଗି ନ ଥାଆନ୍ତି, ଦିନ ରାତି ନିଃସ୍ୱାର୍ଥପର ଭାବେ ସେବା କରିଥାଆନ୍ତି । ଅନ୍ୟମାନଙ୍କ ପ୍ରତି ନିଃସ୍ୱାର୍ଥ ସେବାର ଭାବନା ଯାହା ଆମ ସଂସ୍କାରରେ ରହିଛି, ଯାହା ଏହି କଠିନ ସମୟରେ ଦେଶବାସୀଙ୍କ କାମରେ ଆସୁଛି । ଏହି ଭାବନାର ସହିତ କେନ୍ଦ୍ର ସରକାର ମଧ୍ୟ ନିରନ୍ତର ଭାବେ ପ୍ରୟାସ କରିଛନ୍ତି, ଯେ କରୋନାର ଏହି ସମୟ ମଧ୍ୟରେ ସାଧାରଣ ଜନତାଙ୍କର କଷ୍ଟକୁ ବାଣ୍ଟିବା, ତାହାକୁ କମ୍ କରିବା ପାଇଁ କ୍ରମାଗତ ଭାବେ ଚେଷ୍ଟା କରାଯାଉଛି । ଗରିବଙ୍କୁ ରାସନ ମିଳୁ, ସେମାନଙ୍କ ପକେଟରେ କିଛି ପଇସା ରହୁ, ସେମାନଙ୍କ ପାଖରେ ରୋଜଗାର ରହୁ ଆଉ ସେମାନେ ସେମାନଙ୍କ କାମ ପାଇଁ ଋଣ ନେଇ ପାରନ୍ତୁ । ଏହିସବୁ ବିଷୟ ଉପରେ ଧ୍ୟାନ ଦେଇଛୁ ।
ସାଥୀଗଣ, ଆଜି ଭାରତରେ 80 କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଉଛି । ଏହାର ବହୁତ ବଡ଼ ଲାଭ ବନାରସର ଗରିବ ଲୋକଙ୍କୁ, ଶ୍ରମିକଙ୍କୁ ହେଉଛି । ଆପଣମାନେ କଳ୍ପନା କରି ପାରିବେ କି ଭାରତ, ଆମେରିକାରୁ ମଧ୍ୟ ଦୁଇଗୁଣ ଜନସଂଖ୍ୟା ବିଶିଷ୍ଟ, ଗୋଟିଏ ପଇସା ନ ନେଇ ସେମାନଙ୍କର ଭରଣ ପୋଷଣ କରୁଛି । ଆଉ ଏବେ ତ ଏହି ଯୋଜନାକୁ ନଭେମ୍ବର ଶେଷ ପର୍ଯ୍ୟନ୍ତ, ଅର୍ଥାତ ଦୀପାବଳୀ ଏବଂ ଛଠ୍ ପୂଜା, ଅର୍ଥାତ 30 ନଭେମ୍ବର ପର୍ଯ୍ୟନ୍ତ ଏହାକୁ ବଢ଼ାଇ ଦିଆଯାଇଛି । ଆମର ଏହି ଚେଷ୍ଟା ରହିଛି କି କୌଣସି ଗରିବଙ୍କୁ ପର୍ବ ସମୟରେ ଖାଦ୍ୟପେୟର କୌଣସି ଊଣା ନ ରହୁ । ଖାଦ୍ୟ ସହିତ ହିଁ, ଲକଡାଉନ୍ ସମୟରେ ଗରିବମାନଙ୍କୁ ଖାଦ୍ୟ ରୋଷେଇ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼ୁ, ଏଥିପାଇଁ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ବିଗତ ତିନି ମାସ ଧରି ମାଗଣା ସିଲିଣ୍ଡର ଦିଆଯାଉଛି ।
ସାଥୀଗଣ, ଗରିବଙ୍କର ଜନଧନ ଖାତାରେ ହଜାର ହଜାର କୋଟି ଟଙ୍କା ଜମା କରିବା ହେଉ କିମ୍ବା ଗରିବଙ୍କ, ଶ୍ରମିକଙ୍କର ରୋଜଗାରର ଚିନ୍ତା, ଛୋଟ ଛୋଟ ଉଦ୍ୟୋଗ ଗୁଡ଼ିକୁ, ଉଠା ଦେକାନୀ-ଠେଲା ଲଗାଇବା ବାଲାଙ୍କୁ, ସହଜ ଋଣ ଉପଲବ୍ଧ କରାଇବା ହେଉ କିମ୍ବା କୃଷି, ପଶୁପାଳନ, ମତ୍ସ୍ୟପାଳନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଐତିହାସିକ ନିଷ୍ପତି ଏବଂ ସରକାର କ୍ରମାଗତ ଭାବେ କାର୍ଯ୍ୟ କରୁଛନ୍ତି ।
କିଛି ଦିନ ପୂର୍ବରୁ ହିଁ 20 ହଜାର କୋଟି ଟଙ୍କାର ମତ୍ସ୍ୟସମ୍ପଦ ଯୋଜନାକୁ ମଞ୍ଜୁରି ଦିଆଯାଇଛି । ଏହାର ଲାଭ ମଧ୍ୟ ଏହି କ୍ଷେତ୍ରର ମତ୍ସ୍ୟପାଳକଙ୍କୁ ହେବ । ଏହା ବ୍ୟତୀତ ଏଠାରେ ୟୁପିରେ କିଛି ଦିନ ପୂର୍ବେ ହିଁ ରୋଜଗାର ଏବଂ ସ୍ୱରୋଜଗାର ପାଇଁ ଆଉ ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଆମର ଯେଉଁ ହସ୍ତଶିଳ୍ପୀ ରହିଛନ୍ତି, ବୁଣାକାର ରହିଛନ୍ତି, ଅନ୍ୟାନ୍ୟ କାରିଗର ଅଛନ୍ତି କିମ୍ବା ପୁଣି ଅନ୍ୟାନ୍ୟ ରାଜ୍ୟରୁ ଯେଉଁ ଶ୍ରମିକ ସାଥୀ ଗାଁକୁ ଫେରି ଆସିଛନ୍ତି, ଏଭଳି ଲକ୍ଷ-ଲକ୍ଷ କାମ କରୁଥିବା ଲୋକମାନଙ୍କ ପାଇଁ ରୋଜଗାରର ବ୍ୟବସ୍ଥା କରାଯାଇଛି ।
ସାଥୀଗଣ, କରୋନାର ଏହି ବିପଦ ହେଉଛି ଏତେ ବଡ଼ କି ଏହା ସହିତ ଲଢ଼େଇ କରିବା ପାଇଁ କ୍ରମାଗତ ଭାବେ କାର୍ଯ୍ୟ କରିବାକୁ ହିଁ ପଡ଼ିବ । ଆମେ ସନ୍ତୋଷ ଅନୁଭବ କରି ଚୁପ ହୋଇ ବସି ପାରିବା ନାହିଁ । ଆମର ବୁଣାକାର ଭାଇ-ଭଉଣୀ ହୁଅନ୍ତୁ, ନୌକା ଚଳାଉଥିବା ଆମର ସାଥୀ ହୁଅନ୍ତୁ, ବ୍ୟବସାୟୀ-କାରବାରୀ ହୁଅନ୍ତୁ, ସମସ୍ତଙ୍କୁ ମୁଁ ଆଶ୍ୱସ୍ତ କରାଇବାକୁ ଚାହୁଁଛି କି, ଆମର ନିରନ୍ତର ପ୍ରୟାସ ରହିଛି କି ସମସ୍ତଙ୍କୁ କମରୁ ଅତି କମ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁ ଆଉ ବନାରସ ମଧ୍ୟ ଆଗକୁ ବଢ଼ି ଚାଲୁ । ମୁଁ କିଛି ଦିନ ପୂର୍ବରୁ ହିଁ ବନାରସର ବିକାଶ କାର୍ଯ୍ୟକୁ ନେଇ ପ୍ରଶାସନ ସହିତ, ସହରର ଆମ ବିଧାୟକମାନଙ୍କ ସହିତ ମଧ୍ୟ ଟେକ୍ନୋଲୋଜି ମାଧ୍ୟମରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲି, ଖୁବ୍ ବିସ୍ତୃତ ଭାବେ କଥା ହୋଇଥିଲି, ପ୍ରତିଟି ଜିନିଷକୁ ମୁଁ ଟେକ୍ନୋଲୋଜି ଏବଂ ଡ୍ରୋନ ପଦ୍ଧତି ମାଧ୍ୟମରେ ଅନୁଧ୍ୟାନ କରିଥିଲେ । ଏଥିରେ ସଡ଼କ, ବିଜୁଳି, ପାଣି ଭଳି ତମାମ ପ୍ରକଳ୍ପ ସହିତ ବାବା ବିଶ୍ୱନାଥ ଧାମ ପ୍ରକଳ୍ପର ସ୍ଥିତିକୁ ନେଇ ମଧ୍ୟ ବିସ୍ତୃତ ସୂଚନା ମୋତେ ଦିଆ ଯାଇଥିଲା । ମୁଁ ମଧ୍ୟ ଆବଶ୍ୟକ ସୂଚନା ମଧ୍ୟ ଦେଇଥିଲି । କିଛି ଅସୁବିଧା ମଧ୍ୟ ହୋଇଥାଏ ତ ସେଗୁଡ଼ିକୁ ଦୂର କରିବା ପାଇଁ ଯେଉଁଠି-ଯେଉଁଠି ଯାହା କିଛି କହିବାକୁ ପଡ଼ିବ କହିଥିଲି ।
ଏହି ସମୟରେ କାଶୀରେ ହିଁ ପ୍ରାୟ 8 ହଜାର କୋଟି ଟଙ୍କାର ଭିନ୍ନ ଭିନ୍ନ ପ୍ରକଳ୍ପ ଉପରେ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । 8 ହଜାର କୋଟି ଟଙ୍କାର କାର୍ଯ୍ୟ, ଅର୍ଥାତ ଅନେକ ଲୋକଙ୍କୁ ଜୀବିକା ମିଳିବ । ଯେତେବେଳେ ପରିସ୍ଥିତି ସାଧାରଣ ହେବ ତ କାଶୀରେ ପୁରୁଣା ସୌନ୍ଦର୍ଯ୍ୟ ମଧ୍ୟ ସେତିକି ହିଁ ଦ୍ରୁତ ଗତିରେ ଫେରି ଆସିବ ।
ଏଥିପାଇଁ ଆମକୁ ଏବେଠାରୁ ପ୍ରସ୍ତୁତି ମଧ୍ୟ କରିବାକୁ ହେବ ଆଉ ଏଥିପାଇଁ ପର୍ଯ୍ୟଟନ ସହିତ ଜଡ଼ିତ ସମସ୍ତ ପ୍ରକଳ୍ପ, ଯେପରି କ୍ରୁଜ ଟୁରିଜିମ, ଆଲୋକ ଏବଂ ଶ୍ରାବ୍ୟ ଶୋ’, ଦଶାଶ୍ୱମେଧ ଘାଟର ପୁନରୁଦ୍ଧାର, ଗଙ୍ଗା ଆରତୀ ପାଇଁ ଅଡିଓ ଭିଡିଓ ସ୍କ୍ରିନ ଲଗାଇବାର କାର୍ଯ୍ୟ, ଘାଟରେ ଆହୁରି ମଧ୍ୟ ପରିଚାଳନା ବ୍ୟବସ୍ଥାର କାର୍ଯ୍ୟ, ଏଭଳି ପ୍ରତ୍ୟେକ ପ୍ରକଳ୍ପକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିବା ଉପରେ ଧ୍ୟାନ ଦିଆ ଯାଉଛି ।
ସାଥୀଗଣ, ଆଗାମୀ ସମୟରେ କାଶୀକୁ ଆତ୍ମନିର୍ଭର ଭାରତ ଅଭିଯାନର ଏକ ବଡ଼ କେନ୍ଦ୍ର ଭାବେ ଗଢ଼ିକରି ଆମେ ସମସ୍ତେ ଦେଖିବାକୁ ଚାହୁଁଛୁ ଆଉ ଏହା ହେଉଛି ମଧ୍ୟ ଆମ ସମସ୍ତଙ୍କର ଦାୟିତ୍ୱ । ସରକାର ନିକଟରେ ନେଇଥିବା ନିଷ୍ପତି ପରେ ଏଠାକାର ଶାଢ଼ୀ, ଏଠାକାର ଅନ୍ୟାନ୍ୟ ହସ୍ତଶିଳ୍ପ ପାଇଁ, ଏଠାକାର ଡାଏରୀ, ମତ୍ସ୍ୟପାଳନ ଏବଂ ମହୁମାଛି ପାଳନର ବ୍ୟବସାୟ ପାଇଁ ନୂତନ ସମ୍ଭାବନାର ଦ୍ୱାର ଖୋଲିବ । ମହୁମାଛି-ମହମର ବହୁତ ଅଧିକ ଚାହିଦା ରହିଛି ଦୁନିଆରେ । ଏହାକୁ ପୂରଣ କରିବାର ପ୍ରୟାସ ଆମେ କରି ପାରିବା ।
ମୁଁ କୃଷକଙ୍କୁ, ଯୁବ ସାଥୀଙ୍କୁ ମଧ୍ୟ ଏହା ଅନୁରୋଧ କରିବାକୁ ଚାହିଁବି କି ଏହି ପ୍ରକାରର ବ୍ୟବସାୟରେ ସଂପୂର୍ଣ୍ଣ ରୂପେ ଭାଗୀଦାରୀ ସୁନିଶ୍ଚିତ କରନ୍ତୁ । ଆମ ସମସ୍ତଙ୍କର ପ୍ରୟାସ ଫଳରେ ଆମ କାଶୀ ଭାରତର ଏକ ବଡ଼ ରପ୍ତାନୀ କେନ୍ଦ୍ର ରୂପେ ବିକଶିତ ହୋଇ ପାରିବ ଆଉ ଆମକୁ କରିବାକୁ ହେବ । କାଶୀକୁ ଆମେ ଆତ୍ମନିର୍ଭର ଭାରତ ଅଭିଯାନର ପ୍ରେରକ ସ୍ଥଳୀ ଭାବେ ବିକଶିତ କରିବା, ସ୍ଥାପିତ କରିବା ।
ସାଥୀଗଣ, ମୋତେ ଭଲ ଲାଗିଲା, ଆଜି ଆପଣମାନଙ୍କର ସମସ୍ତଙ୍କର ଦର୍ଶନ କରିବାର ସୌଭାଗ୍ୟ ମିଳିଲା ଏବଂ କାଶୀବାସୀଙ୍କର ଶ୍ରାବଣ ମାସରେ ଦର୍ଶନ ଲାଭ ହେବା ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ସୌଭାଗ୍ୟର ବିଷୟ । ଆଉ ଆପଣମାନେ ଯେଉଁ ସେବା ଭାବନାର ସହିତ କାର୍ଯ୍ୟ କରିଛନ୍ତି, ଏବେ ମଧ୍ୟ ଯେଉଁ ମନୋଭାବର ସହିତ ଆପଣମାନେ କରୁଛନ୍ତି, ମୁଁ ଆଉ ଥରେ ପୁଣି ଆପଣ ସମସ୍ତଙ୍କୁ ବହୁତ-ବହୁତ କୃତଜ୍ଞତା ବ୍ୟକ୍ତ କରୁଛି ।
ପରୋପକାରର, ସେବା ଭାବନା ଆପଣମାନଙ୍କର କାର୍ଯ୍ୟରେ ଆପଣମାନେ ସମସ୍ତଙ୍କୁ ପ୍ରେରଣା ଦେଇଛନ୍ତି, ଆଗକୁ ମଧ୍ୟ ପ୍ରେରଣା ଦେଇ ଚାଲିବେ । କିନ୍ତୁ ହଁ, ଗୋଟିଏ କଥାକୁ ଆମକୁ ବାରମ୍ବାର କରିବାକୁ ପଡ଼ିବ, ପ୍ରତ୍ୟେକଙ୍କୁ କରିବାକୁ ପଡ଼ିବ, ନିଜକୁ ମଧ୍ୟ କରିବାକୁ ପଡ଼ିବ । ଆମେ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକରୁ ମୁକ୍ତି ପାଇବାକୁ ଚାହୁଁଛୁ, ତାହାକୁ ଛାଡ଼ିବା ନାହିଁ । ଏବେ ରାସ୍ତା ଉପରେ ଛେପ ପକାଇବା ଆଉ ସେଥିରେ ଆମର ବନାରସୀ ପାନ, ଆମକୁ ଆମର ଅଭ୍ୟାସକୁ ବଦଳାଇବାକୁ ପଡ଼ିବ । ଦ୍ୱିତୀୟଟି, ଦୁଇ ଗଜର ଦୂରତା, ଗାମୁଛା କିମ୍ବା ଫେସ ମାସ୍କ ଏବଂ ହାତ ଧୋଇବାର ଅଭ୍ୟାସ ନା ଆମେ ଛାଡ଼ିବା ନା ଆଉ କାହାକୁ ଛାଡ଼ିବାକୁ ଦେବା । ଏବେ ଏହାକୁ ଆମର ସଂସ୍କାର ଭାବେ କରି ନେବାକୁ ହେବ, ସ୍ୱଭାବ ଭାବେ ଆପଣେଇବାକୁ ପଡ଼ିବ ।
ବାବା ବିଶ୍ୱନାଥ ଏବଂ ଗଙ୍ଗା ମାତାଙ୍କ ଆଶୀର୍ବାଦ ଆପଣମାନଙ୍କ ଉପରେ ସର୍ବଦା ରହୁ, ଏହି କାମନା ସହିତ ମୁଁ ମୋର ବାଣୀକୁ ବିରାମ ଦେଉଛି ଆଉ ପୁଣି ଥରେ ଆପଣଙ୍କର ଏହି ମହାନ କାର୍ଯ୍ୟକୁ ପ୍ରଣାମ କରୁଛି ।
ବହୁତ-ବହୁତ ଧନ୍ୟବାଦ ! ହର ହର ମହାଦେବ !!!
************
(Release ID: 1637716)
Visitor Counter : 182
Read this release in:
Punjabi
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Gujarati
,
Tamil
,
Telugu
,
Kannada
,
Malayalam