ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତାକାଲି ବାରଣାସୀ ସ୍ଥିତ ବେସରକାରୀ ସଂସ୍ଥା ପ୍ରତିନିଧିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

• ପ୍ରଧାନମନ୍ତ୍ରୀ ସାମାଜିକ ସଂସ୍ଥାଗୁଡିକ ଦ୍ୱାରା ଲକଡାଉନ କାଳରେ କରାଯାଇଥିବା ଖାଦ୍ୟ ଆବଂଟନ ଏବଂ ଅନ୍ୟ ସହାୟତା କାର୍ଯ୍ୟଗୁଡିକ ବିଷୟରେ ଆଲୋଚନା କରିବେ

Posted On: 08 JUL 2020 2:17PM by PIB Bhubaneshwar

କରୋନା ମହାମାରୀ ଯୋଗୁ ଘୋଷିତ ଲକଡାଉନ ସମୟରେ ବାରଣାସୀର ଲୋକମାନଙ୍କୁ ସାମାଜିକ ସଂସ୍ଥାଗୁଡିକ ଦ୍ୱାରା ଜିଲ୍ଲା ପ୍ରଶାସନ ଜରିଆରେ ତଥା ନିଜସ୍ୱ ପ୍ରଚେଷ୍ଟାରେ ଖାଦ୍ୟ ଉପଲବ୍ଧ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଏଭଳି ସଂସ୍ଥାଗୁଡିକର ପ୍ରତିନିଧିମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଲକଡାଉନ ସମୟରେ କରାଯାଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟଗୁଡିକ ବିଷୟରେ ଆଲୋଚନା କରି ଦେଶବାସୀଙ୍କୁ ଅବଗତ କରାଇବେ ।

ଲକଡାଉନର ସମୟରେ ବାରଣାସୀରେ ଭିନ୍ନ ଭିନ୍ନ କ୍ଷେତ୍ରର ଶହେରୁ ଅଧିକ ସଂସ୍ଥାଗୁଡିକ ଦ୍ୱାରା ଜିଲ୍ଲା ପ୍ରଶାସନର ଫୁଡ ସେଲ ଜରିଆରେ ତଥା ବ୍ୟକ୍ତିଗତ ଭାବେ ପ୍ରାୟ 20 ଲକ୍ଷ ଖାଦ୍ୟ ପ୍ୟାକେଟ ଓ 2 ଲକ୍ଷ ରାସନ କିଟ ଆବଂଟିତ କରାଯାଇଛି ।

ମହାମାରୀ ନିୟନ୍ତ୍ରଣ ପାଇଁ ଏହିସବୁ ସଂସ୍ଥାଗୁଡିକ ଦ୍ୱାରା ଖାଦ୍ୟ ଆବଂଟନ ବ୍ୟତୀତ ସାନିଟାଇଜର/ ମାସ୍କ ଆବଂଟନ ଆଦି କାର୍ଯ୍ୟ ମଧ୍ୟ କରାଯାଇଛି । ଜିଲ୍ଲା ପ୍ରଶାସନ ଦ୍ୱାରା ସେମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଛି ।

ଏହି ସଂସ୍ଥାଗୁଡିକ ସ୍ୱାସ୍ଥ୍ୟ,  ଶିକ୍ଷା, ସାମାଜିକ, ହୋଟେଲ/ସାମାଜିକ କ୍ଲବ ତଥା ବ୍ୟବସାୟିକ କ୍ଷେତ୍ରରେ ସହାୟତା ପ୍ରଦାନ କରୁଛନ୍ତି

 

**********



(Release ID: 1637354) Visitor Counter : 219