ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତୀୟ ଯବାନଙ୍କ ସହ ମତବିନିମୟ କରିବା ଲାଗି ଲଦାଖର ନିମୁ ଗସ୍ତକଲେ ପ୍ରଧାନମନ୍ତ୍ରୀ

• ଭାରତର ଶତ୍ରୁମାନେ ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ଦେଖିଛନ୍ତି: ପ୍ରଧାନମନ୍ତ୍ରୀ
• ଗତ କିଛି ସପ୍ତାହ ମଧ୍ୟରେ ଆମ ସୈନିକ ମାନଙ୍କର ଦୃଷ୍ଟାନ୍ତମୂଳକ ସାହସିକତା ବିଶ୍ୱବାସୀଙ୍କୁ ଆମର ସାହସ ସମ୍ପର୍କରେ ଅବଗତ କରାଇଛି : ପ୍ରଧାନମନ୍ତ୍ରୀ
• ଶାନ୍ତି ପ୍ରତି ଭାରତର ଅଙ୍ଗୀକାରବଦ୍ଧତାକୁ ଭାରତର ଦୁର୍ବଳତା ଭାବିବା ଉଚିତ ନୁହେଁ : ପ୍ରଧାନମନ୍ତ୍ରୀ
• ବିସ୍ତାରବାଦର ଯୁଗ ଆଉ ନାହିଁ, ଏବେ ହେଉଛି ବିକାଶର ସମୟ : ପ୍ରଧାନମନ୍ତ୍ରୀ
• ସୀମାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ତିନିଗୁଣ ଅଧିକ ଖର୍ଚ୍ଚ କରାଯାଇଛି : ପ୍ରଧାନମନ୍ତ୍ରୀ

Posted On: 03 JUL 2020 2:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଯବାନ ମାନଙ୍କ ସହ ମତବିନିମୟ କରିବା ଲାଗି ଲଦାଖର ନିମୁ ଗସ୍ତ କରିଛନ୍ତିଜନସ୍କର ପର୍ବତମାଳା ଦ୍ୱାରା ପରିବେଷ୍ଟିତ ନିମୁ ସିନ୍ଧୁ ନଦୀ କୂଳରେ ଅବସ୍ଥିତପ୍ରଧାନମନ୍ତ୍ରୀ ଭାରତୀୟ ସେନାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବା ପରେ ସ୍ଥଳସେନା, ବାୟୁସେନା ଆଇଟିବିପିର ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ

ସୈନିକମାନଙ୍କ ଶୌର୍ଯ୍ୟ ପ୍ରତି କୃତଜ୍ଞତା

ପ୍ରଧାନମନ୍ତ୍ରୀ ସଶସ୍ତ୍ର ସେନାର ସାହସିକତା ପ୍ରତି ଗଭୀର କୃତଜ୍ଞତା ଜଣାଇ ଦେଶ ମାତୃକା ପ୍ରତି ଆମ ସେନାର କର୍ତ୍ତବ୍ୟବୋଧ ଅତୁଳନୀୟ ବୋଲି କହିଛନ୍ତିଭାରତବାସୀ ଶାନ୍ତିରେ ଜୀବନଯାପନ କରୁଛନ୍ତି କାରଣ ସେମାନେ ଜାଣନ୍ତି ଆମର ସଶସ୍ତ୍ର ସେନା ଦୃଢ଼ତାର ସହିତ ଦେଶକୁ ରକ୍ଷା କରୁଛନ୍ତିପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ସପ୍ତାହ ମଧ୍ୟରେ ଭାରତୀୟ ସେନାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ଯୋଗୁ ବିଶ୍ୱବାସୀ ଭାରତର ଶକ୍ତି ସମ୍ପର୍କରେ ଅବଗତ ହୋଇଛନ୍ତି

ଗଲୱାନ ଉପତ୍ୟକାରେ ସୈନିକଙ୍କ ତ୍ୟାଗକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ଗଲୱାନ ଘାଟିରେ ଦେଶ ମାତୃକାର ରକ୍ଷା ପାଇଁ ପ୍ରାଣ ବିସର୍ଜନ କରିଥିବା ଭାରତମାତାର ସମସ୍ତ ସୁପୁତ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତିଯେଉଁମାନେ ଦେଶସେବା କରି ସହିଦ ହୋଇଛନ୍ତି ସେମାନେ ସମଗ୍ର ଦେଶର ସୁପୁତ୍ର ସାହସିକତାର ପ୍ରତୀକସେ ଆହୁରି କହିଛନ୍ତି ଯେ, ଲେହ, ଲଦାଖ ହେଉ ବା କାରଗିଲ, ସିଆଚୀନ ହିମବାହ, ଉତୁଙ୍ଗ ପର୍ବତମାଳା ବା ବରଫ ଭଳି ପାଣିର ସ୍ରୋତ ସବୁଠାରେ ଭାରତୀୟ ସେନା ନିଜ ଶୌର୍ଯ୍ୟର ସ୍ୱାକ୍ଷର ଛାଡିଯାଇଛନ୍ତିଭାରତର ଶତ୍ରୁମାନେ ଆମ ଯବାନମାନଙ୍କ ପରାକ୍ରମ ଦେଖି ସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେପ୍ରଧାନମନ୍ତ୍ରୀ ଦୁଇ ଜଣ ମାଆଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେପ୍ରଥମେ ହେଲେ ଭାରତମାତା ଦ୍ୱିତୀୟରେ ଅସାଧାରଣ ବୀରତ୍ୱ ପ୍ରଦର୍ଶନ କରି ଦେଶ ରକ୍ଷା ପାଇଁ ସହିଦ ହୋଇଥିବା ସାହସୀ ସୈନିକମାନଙ୍କ ମାତୃବୃନ୍ଦ

ଶାନ୍ତି ପ୍ରତି ଆମର ଅଙ୍ଗୀକାରବଦ୍ଧତା, ଆମର ଦୁର୍ବଳତା ନୁହେଁ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କାଳ କାଳ ଧରି ଶାନ୍ତି, ବନ୍ଧୁତ୍ୱ ସାହସିକତା ଭାରତୀୟ ସଂସ୍କୃତିର ଅଭିନ୍ନ ଅଂଶ ଭାବେ ରହି ଆସିଛିଦେଶର ପ୍ରଗତି ଶାନ୍ତିର ରାସ୍ତାରେ ଯେଉଁମାନେ ଅନ୍ତରାୟ ସୃଷ୍ଟି କରିଛନ୍ତି, ସେମାନଙ୍କୁ ଭାରତ ଦୃଢ଼ ଜବାବ ଦେଇଛିସେ କହିଛନ୍ତି ଭାରତ ଶାନ୍ତି ବନ୍ଧୁତ୍ୱ ପାଇଁ ଅଙ୍ଗୀକାରବଦ୍ଧ ହେଲେ ଏହା ଆମର ଦୁର୍ବଳତା ନୁହେଁ ଜଳ, ଆକାଶ ମହାକାଶରେ ଆମ ସେନାର ଶକ୍ତି ଯୋଗୁ ଆଜି ଭାରତ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛିଅସ୍ତ୍ରଶସ୍ତ୍ର ଆଧୁନିକୀକରଣ ଉନ୍ନତ ଭିତ୍ତିଭୂମି ଯୋଗୁ ଆମର ପ୍ରତିରକ୍ଷା ସାମର୍ଥ୍ୟ ବହୁଗୁଣିତ ହୋଇପାରିଛିଦୁଇ ଦୁଇଟି ବିଶ୍ୱ ଯୁଦ୍ଧ ସମେତ ବିଶ୍ୱର ଅନ୍ୟାନ୍ୟ ସାମରିକ ଅଭିଯାନରେ ଆମ ସୈନ୍ୟମାନଙ୍କ ସାହସିକତା ପରାକ୍ରମର ଇତିହାସ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ବିକାଶର ଯୁଗ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିସ୍ତାରବାଦ ଯୁଗ ଆଉ ନାହିଁବର୍ତ୍ତମାନ ବିକାଶର ଯୁଗ ଚାଲିଛିବିସ୍ତାରବାଦୀ ଚିନ୍ତାଧାରା ଅତୀତରେ ପ୍ରବୃତ୍ତ କ୍ଷତି ସାଧନ କରିଛି ବୋଲି ସେ କହିଛନ୍ତିସେ ଆହୁରି କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଆମ ସେନା ପାଇଁ ଅନେକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି  ସେନାକୁ ସୁରକ୍ଷା ଦୃଷ୍ଟିରୁ ସଦାସର୍ବଦା ଜାଗ୍ରତ ରଖାଯାଇଛିଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଗ୍ରହଣ, ସୀମା ଭିତ୍ତିଭୂମି ବୃଦ୍ଧି, ସୀମା ସଡକ ବିକାଶ ସମ୍ପ୍ରସାରଣ ଯୋଗୁ ଏହା ସମ୍ଭବ ହୋଇଛିସୀମାନ୍ତ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପୂର୍ବାପେକ୍ଷା ତିନିଗୁଣ ଅଧିକ ଖର୍ଚ୍ଚ କରାଯାଇଛିପ୍ରଧାନମନ୍ତ୍ରୀ ଜାତୀୟ ନିରାପତ୍ତା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସଶସ୍ତ୍ର ସେନାର କଲ୍ୟାଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତିନିକଟରେ ସିଡିଏସ ପଦବୀ ସୃଷ୍ଟି, ଭବ୍ୟ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ ବହୁଦିନ ପରେ ୱାନ ରାଙ୍କ ୱାନ ପେନସନ ଯୋଜନାକୁ କାର୍ଯ୍ୟକାରୀ କରି ସଶସ୍ତ୍ର ସେନା ଏବଂ ସେମାନଙ୍କ ପରିବାରବର୍ଗଙ୍କ ସୁଖ ସାଚ୍ଛନ୍ଦ୍ୟ ପ୍ରତି ଦୃଷ୍ଟି ଦିଆଯାଇଛି

ଲଦାଖର ସଂସ୍କୃତି ପ୍ରତି କୃତଜ୍ଞତା

ସେନାବାହିନୀ ସହ ମତବିନିମୟ କାଳରେ ପ୍ରଧାନମନ୍ତ୍ରୀ ଲଦାଖର ମହାନ ସଂସ୍କୃତିକୁ ସ୍ମରଣ କରିବା ସହ କୁଶୋକ ବାକୁଲ ରିମପୋଚେଙ୍କ ସାଧୁବାଣୀ ପ୍ରତି କୃତଜ୍ଞତା ଜଣାଇଥିଲେଲଦାଖକୁ ଏକ ତ୍ୟାଗ ଦେଶଭକ୍ତଙ୍କ ଭୂମି ଭାବେ ବର୍ଣ୍ଣନା କରିଥିଲେ ଭାରତବାସୀ ଗୌତମ ବୁଦ୍ଧଙ୍କ ବାଣୀଦ୍ୱାରା ଅନୁପ୍ରାଣୀତ ସେମାନଙ୍କ ସାହସ ଦୃଢ଼ ମନ ଅନୁକମ୍ପା ସହ ଯୋଡି ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ

 

************



(Release ID: 1636185) Visitor Counter : 261