ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଲାଗି କ୍ୟାବିନେଟର ଐତିହାସିକ ନିଷ୍ପତ୍ତି

• 15 ହଜାର କୋଟି ଟଙ୍କାର ପ୍ରାଣୀସମ୍ପଦ ଭିତ୍ତିଭୂମି ପାଣ୍ଠି ପ୍ରତିଷ୍ଠା
• କୁଶୀନଗର ବିମାନବନ୍ଦରକୁ ‘ଅନ୍ତର୍ଜାତୀୟ ବିମାନବନ୍ଦର’ ମାନ୍ୟତା - ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହ ଅଞ୍ଚଳରେ ଅର୍ଥନୈତିକ ବିକାଶକୁ ତ୍ବରାନ୍ବିତ କରିବ
• ମ୍ୟାଁମାରର ଶ୍ବେ ତୈଳ ଏବଂ ଗ୍ୟାସ ପ୍ରକଳ୍ପରେ ଅତିରିକ୍ତ ନିବେଶକୁ ମଞ୍ଜୁରି- ପଡ଼ୋଶୀଙ୍କ ସହିତ ଶକ୍ତି ସେତୁକୁ ସୁଦୃଢ଼ କରିବା ଦିଗରେ ସହାୟକ ହେବ

Posted On: 24 JUN 2020 4:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି 24 ଜୁନ, 2020ରେ କେତେକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ଯାହା ମହାମାରୀର ଏହି ଜଟିଳ ସମୟରେ ବିଭିନ୍ନ ଭିତ୍ତିଭୂମି କ୍ଷେତ୍ରକୁ ଅତ୍ୟନ୍ତ ଜରୁରି ପ୍ରୋତ୍ସାହନ ପ୍ରଦାନ କରିବ

ପ୍ରାଣୀସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି ପ୍ରତିଷ୍ଠା

ପୃଷ୍ଠଭୂମି :

ନିକଟରେ ଘୋଷଣା କରାଯାଇଥିବା ଆତ୍ମନିର୍ଭର ଭାରତ ଅଭିଯାନ ପ୍ରୋତ୍ସାହନ ପ୍ୟାକେଜ ଅନ୍ତର୍ଗତ 15 ହଜାର କୋଟି ଟଙ୍କାର ପ୍ରାଣୀସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏଚଆଇଡିଏଫ)ପ୍ରତିଷ୍ଠା କରିବା ପ୍ରସ୍ତାବକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି

ସରକାର ପୂର୍ବରୁ 10 ହଜାର କୋଟି ଟଙ୍କାର ଦୁଗ୍ଧ ଉତ୍ପାଦନ ଭିତ୍ତିଭୂମି ବିକାଶ ପାଣ୍ଠିକୁ ମଞ୍ଜୁରି ଦେଇଥିଲେ ଏହା ଜରିଆରେ ଦୁଗ୍ଧ ଉତ୍ପାଦନ ଭିତ୍ତିଭୂମି ବିକାଶ ପାଇଁ ସମବାୟ କ୍ଷେତ୍ରକୁ ନିବେଶ ପ୍ରୋତ୍ସାହନ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ତେବେ ପ୍ରାଣୀସମ୍ପଦ କ୍ଷେତ୍ରରେ ପ୍ରକ୍ରିୟାକରଣ ଏବଂ ମୂଲ୍ୟ ସମ୍ବର୍ଦ୍ଧନ ଭିତ୍ତିଭୂମିରେ ଅଂଶଗ୍ରହଣ ପାଇଁ ଏମଏସଏମଇ ଏବଂ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ତେବେ ଆଜି ମଞ୍ଜୁରି ଲାଭ କରିଥିବା ଏଏଚଆଇଡିଏଫ ଦୁଗ୍ଧ ଉତ୍ପାଦନ, ମାଂସ ପ୍ରକ୍ରିୟାକରଣ ଏବଂ ପ୍ରାଣୀ ଖାଦ୍ୟ ପ୍ଲାଣ୍ଟ କ୍ଷେତ୍ରରେ ଭିତ୍ତିଭୂମି ନିବେଶ ଲାଗି ସହାୟତା ଯୋଗାଇ ଦେବ କୃଷି ଉତ୍ପାଦକ ସଂଗଠନ (ଏଫପିଓ), ଏମଏସଏମଇ, ସେକ୍ସନ 8 କମ୍ପାନୀ, ଘରୋଇ କମ୍ପାନୀ ଏବଂ ବ୍ୟକ୍ତିଗତ ଉଦ୍ୟମୀ ମାତ୍ର 10 ପ୍ରତିଶତ ସର୍ବନିମ୍ନ ଆର୍ଥିକ ଯୋଗଦାନରେ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀ ହୋଇପାରିବେ ଅବଶିଷ୍ଟ 90 ପ୍ରତିଶତ ଋଣ ଉପାଦାନ ଜରିଆରେ ଅନୁସୂଚିତ ବ୍ୟାଙ୍କଗୁଡ଼ିକ ଜରିଆରେ ସେମାନଙ୍କ ପାଇଁ ଉପଲବ୍ଧ ହେବ

ଯୋଗ୍ୟ ହିତାଧିକାରୀମାନଙ୍କୁ ଭାରତ ସରକାର 3% ସୁଧ ରିହାତି ସୁବିଧା ଯୋଗାଇ ଦେବେ ଋଣ ପରିଶୋଧ ନିମନ୍ତେ 2 ବର୍ଷର ଋଣସ୍ଥଗତ ଅବଧି ସୁବିଧା ମିଳିବା ସହିତ ଏହା ପରେ 6 ବର୍ଷ ପାଇଁ ପରିଶୋଧ ଅବଧି ପ୍ରଦାନ କରାଯିବ ଭାରତ ସରକାର ମଧ୍ୟ ଏକ ଋଣ ଗ୍ୟାରେଣ୍ଟି ପାଣ୍ଠି ପ୍ରତିଷ୍ଠା କରିବେ 750 କୋଟି ଟଙ୍କାର ଏହି ପାଣ୍ଠି ପରିଚାଳନା ଦାୟିତ୍ବ ନାବାର୍ଡ ହାତରେ ରହିବ ଏମଏସଏମଇ ନିର୍ଦ୍ଧାରିତ ସିଲିଂ ଅଧୀନରେ କଭର ହେଉଥିବା ପ୍ରକଳ୍ପ ପାଇଁ ଏହା ଋଣ ଗ୍ୟାରେଣ୍ଟି ଯୋଗାଇ ଦେବ ଋଣ ସୁବିଧା ଗ୍ରହିତାଙ୍କ ପାଇଁ 25%  ପର୍ଯ୍ୟନ୍ତ ଗ୍ୟାରେଣ୍ଟି କଭରେଜ ପ୍ରଦାନ କରାଯିବ

ଲାଭ :

ପ୍ରାଣୀସମ୍ପଦ କ୍ଷେତ୍ରରେ ଘରୋଇ ନିବେଶ ଜରିଆରେ ବ୍ୟାପକ ସମ୍ଭାବନାକୁ ଉଜାଗର କରାଯାଇପାରିବ ଘରୋଇ ନିବେଶକଙ୍କ ପାଇଁ ସୁଧଛାଡ଼ ସୁବିଧା ସହିତ ଏଏଚଆଇଡିଏଫ ଏଭଳି ପ୍ରକଳ୍ପ ପାଇଁ ଆବଶ୍ୟକ ଅଗ୍ରୀମ ନିବେଶ ଆବଶ୍ୟକତା ପୂରଣ କରିବା ନିମନ୍ତେ ପୁଞ୍ଜି ଉପଲବ୍ଧତା ସୁନିଶ୍ଚିତ କରିବ ଏହା ମଧ୍ୟ ନିବେଶକମାନଙ୍କ ପାଇଁ ସାମଗ୍ରୀକ ରିଟର୍ଣ୍ଣ/ପେବ୍ୟାକ ବୃଦ୍ଧିରେ ସହାୟତା କରିବ  ଯୋଗ୍ୟ ହିତାଧିକାରୀମାନଙ୍କ ଦ୍ବାରା ପ୍ରକ୍ରିୟାକରଣ ଏବଂ ମୂଲ୍ୟ ସମ୍ବର୍ଦ୍ଧନ ଭିତ୍ତିଭୂମିରେ ଏଭଳି ନିବେଶ ମଧ୍ୟ ରପ୍ତାନିକୁ ପ୍ରୋତ୍ସାହନ ଯୋଗାଇବ

ଭାରତରେ ଦୁଗ୍ଧ ଉତ୍ପାଦନର ପାଖାପାଖି 50-60% ପ୍ରତିଶତ ଚୂଡ଼ାନ୍ତ ମୂଲ୍ୟ କୃଷକଙ୍କ ନିକଟକୁ ଚାଲିଯାଉଥିବା କାରଣରୁ  ଏହି କ୍ଷେତ୍ରରେ ଅଭିବୃଦ୍ଧି କୃଷକଙ୍କ ଆୟ ଉପରେ ସିଧାସଳଖ ପ୍ରଭାବ ପକାଇବ ଏଏଚଆଇଡିଏଫ ଜରିଆରେ 15ହଜାର କୋଟି ଟଙ୍କାର ନିବେଶ ସୁବିଧା ଫଳରେ ଘରୋଇ ନିବେଶ ବୃଦ୍ଧିରେ ସହାୟକ ହେବା ସହିତ କୃଷକମାନଙ୍କୁ ଇନପୁଟରେ ଅଧିକ ନିବେଶ ନିମନ୍ତେ ପ୍ରେରିତ କରିବ ଯାହା ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ ଆଜି ଏଏଚଆଇଡିଫ ଜରିଆରେ ମଞ୍ଜୁରିପ୍ରାପ୍ତ ପଦକ୍ଷେପ କାରଣରୁ 35 ଲକ୍ଷ ଲୋକଙ୍କୁ ପରୋକ୍ଷ ଏବଂ ପ୍ରତକ୍ଷ ନିଯୁକ୍ତି ସୁବିଧା ମିଳିପାରିବ

ଉତ୍ତରପ୍ରଦେଶର କୁଶୀନଗର ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା

ପୃଷ୍ଠଭୂମି :

କୁଶୀନଗର ଏକ ଗୁରୁତ୍ବପୂର୍ର୍ଣ ବୌଦ୍ଧ ପର୍ଯ୍ୟଟନସ୍ଥଳୀ, ଏଠାରେ ଗୌତମ ବୁଦ୍ଧ ମହାପରିନିର୍ବାଣ ପ୍ରାପ୍ତ କରିଥିଲେ ଏହା ଏକ ପବିତ୍ର ବୌଦ୍ଧ ତୀର୍ଥସ୍ଥଳୀ ଭାବେ ପରିଗଣିତ ହୋଇଥାଏ ଏବଂ ସାରା ବିଶ୍ବରୁ ବହୁସଂଖ୍ୟକ ବୌଦ୍ଧ ତୀର୍ଥଯାତ୍ରୀମାନେ ଏଠାକୁ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ଆସିଥାନ୍ତି କୁଶୀନଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆହୁରି କେତେକ ବୌଦ୍ଧ ତୀର୍ଥସ୍ଥଳୀ ରହିଛି -ସ୍ରାବତ୍ସୀ (238 କିମି), କପିଳାବସ୍ତୁ (190 କିମି) ଏବଂ ଲୁମ୍ବିନୀ (195 କିମି), ଏଗୁଡ଼ିକ ବୌଦ୍ଧଧର୍ମାବଲମ୍ବୀ ଏବଂ ତୀର୍ଥଯାତ୍ରୀମାନଙ୍କୁ ଆକୃଷ୍ଟ କରିଥାଏ ଭାରତ ନେପାଳ ମଧ୍ୟରେ ପରିବ୍ୟାପ୍ତ ହୋଇଥିବା ବୌଦ୍ଧ ତୀର୍ଥ ସର୍କିଟରେ କୁଶୀନଗରକୁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ମିଳିଛି ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର କୁଶୀନଗର  ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା ଦେବାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି

ଲାଭ :

ଏହି ବୌଦ୍ଧ ସର୍କିଟ ସାରା ବିଶ୍ବର 530 ନିୟୁତ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣୀ ତୀର୍ଥସ୍ଥଳୀର ମାନ୍ୟତା ଲାଭ କରିଛି ତେଣୁ କୁଶୀନଗର ବିମାନ ବନ୍ଦରକୁ ‘ଅନ୍ତର୍ଜାତୀୟ ମାନ୍ୟତା’ ମିଳିବା ଫଳରେ ବିମାନ ଯାତ୍ରୀମାନଙ୍କୁ ପ୍ରତିଦ୍ବନ୍ଦ୍ବିତାମୂଳକ ଦରରେ ଉନ୍ନତ ଯୋଗାଯୋଗ ସୁବିଧା ମିଳିପାରିବ ଯାହା ଘରୋଇ/ଅନ୍ତର୍ଜାତୀୟ ପର୍ଯ୍ୟଟନ ଏବଂ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ଦେବ

ଅଧିକାଂଶ ଦିନରେ ଥାଇଲାଣ୍ଡ, କାମ୍ପୋଡ଼ିଆ, ଜାପାନ, ବର୍ମା ଆଦି ଦେଶରୁ ପାଖାପାଖି 200-300 ତୀର୍ଥଯାତ୍ରୀ କୁଶୀନଗରକୁ ତୀର୍ଥ ଉଦ୍ଦେଶ୍ୟରେ ଆସି ପୂଜାର୍ଚ୍ଚନା କରିଥାନ୍ତି ତେବେ ଏହି ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀକୁ କୌଣସି ସିଧାସଳଖ ଯୋଗାଯୋଗ ସୁବିଧା ନଥିବାରୁ ଦୀର୍ଘ ଦିନ ଧରି ଏହି ସୁବିଧା ପାଇଁ ଦାବି ହୋଇ ଆସୁଥିଲା

ଏବେ ସିଧାସଳଖ ବିମାନ ଯୋଗାଯୋଗ ଫଳରେ କୁଶୀନଗରକୁ ଘରୋଇ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ଯାହା ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଗତିବିଧିକୁ ମଧ୍ୟ ବଢ଼ାଇବ ଅନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା ଦେଶର ପ୍ରଗତିଶୀଳ ପର୍ଯ୍ୟଟନ ଆତିଥେୟ ପରିବେଶକୁ ଆହୁରି ବଢ଼ାଇବାରେ ସହାୟକ ହେବ

ମ୍ୟାଁମାରର ଶ୍ବେ ତୈଳ ଗ୍ୟାସ ପ୍ରକଳ୍ପର ଅଧିକ ବିକାଶ ଲାଗି ଅତିରିକ୍ତ ନିବେଶ ପ୍ରସ୍ତାବକୁ ମଞ୍ଜୁରି

ଦକ୍ଷିଣ କୋରିଆ, ଭାରତ ମ୍ୟାଁମାରର କେତେକ କମ୍ପାନୀଗୁଡ଼ିକୁ ନେଇ ଗଠିତ ଏକ କନାସୋର୍ସିଅମର ଅଂଶବିଶେଷ ସ୍ବରୂପ ମ୍ୟାଁମାରର ଶ୍ବେ ଗ୍ୟାସ ପ୍ରକଳ୍ପରେ ଉତ୍ତୋଳନ ବିକାଶ ପାଇଁ ଓଏନଜିସି ବିଦେଶ (ଓଭିଏଲ) 2002ରେ ସହବନ୍ଧିତ ହୋଇଥିଲା ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗେଲ ମଧ୍ୟ ଏହି ପ୍ରକଳ୍ପରେ ସହ-ନିବେଶକ ରହିଛି ଓଭିଏଲ 31 ମାର୍ଚ୍ଚ 2019 ସୁଦ୍ଧା ଏହି ପ୍ରକଳ୍ପରେ 722 ନିୟୁତ ଆମେରିକୀୟ ଡଲାର (ନିର୍ଦ୍ଦିଷ୍ଟ ବର୍ଷର ହାରାହାରୀ ବାର୍ଷିକ ବିନିମୟ ଦର ଅନୁଯାୟୀ ପ୍ରାୟ3949 କୋଟି ଟଙ୍କା) ନିବେଶ କରି ସାରିଛି ଜୁଲାଇ 2013ରେ ଶ୍ବେ ପ୍ରକଳ୍ପରୁ ପ୍ରଥମ ଗ୍ୟାସ ପ୍ରାପ୍ତ ହୋଇଥିଲା ଏବଂ ସର୍ବାଧିକ ଉତ୍ପାଦନ ଡିସେମ୍ବର 2014ରେ ପ୍ରାପ୍ତ ହୋଇଥିଲା 2014-15 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସକାରାତ୍ମକ ନଗଦ ପ୍ରବାହ ସୃଷ୍ଟି କରିଚାଲିଥିଲା ଆଜି ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଅତିରିକ୍ତ 121.27 ନିୟୁତ ଆମେରିକୀୟ ଡଲାର (ପାଖାପାଖି 909 କୋଟି ଟଙ୍କା; 1 ଆମେରିକୀୟ ଡଲାର = 75 ଟଙ୍କା) ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ଓଭିଏଲ ପକ୍ଷରୁ ଶ୍ବେ ତୈଳ ଗ୍ୟାସ ପ୍ରକଳ୍ପରେ ଏହି ନିବେଶ କରାଯିବ

ପଡ଼ୋଶୀ ରାଷ୍ଟ୍ରରେ ଥିବା ତୈଳ ଏବଂ ଗ୍ୟାସ ଖନନ ବିକାଶ ପ୍ରକଳ୍ପରେ ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଅଂଶଗ୍ରହଣ ଭାରତର ଆକ୍ଟ ଇଷ୍ଟ ନୀତି ଅନୁକୂଳ ଏବଂ ଏହା ପଡ଼ୋଶୀମାନଙ୍କ ସହିତ ଶକ୍ତି ସେତୁ ବିକାଶ କରିବା ଲାଗି ରଣନୀତିର ଅଂଶବିଶେଷ ଏହା ଭାରତର ଶକ୍ତି ସୁରକ୍ଷା ଆବଶ୍ୟକତାକୁ ଆହୁରି ସୁଦୃଢ଼ କରିବ

 

*****************

 



(Release ID: 1634123) Visitor Counter : 264