ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ଦୁଇ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ

• ଆରୋଗ୍ୟ ହାର ଶତକଡା 53.79କୁ ବୃଦ୍ଧି

Posted On: 19 JUN 2020 3:21PM by PIB Bhubaneshwar

କରୋନା ସଂକ୍ରମିତଙ୍କ ମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 10,386 ରୋଗୀ ସୁସ୍ଥ ହେବା ସହିତ ମୋଟ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା 2,04,710ରେ ପହଞ୍ଚିଛି ଆରୋଗ୍ୟ ହାର ଶତକଡା 53.79କୁ ବୃଦ୍ଧି ହେବା ସହ ବର୍ତ୍ତମାନ 1,63,248 ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି । ପ୍ରତିଦିନ ଆରୋଗ୍ୟ ଏବଂ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଆସ୍ତେ ଆସ୍ତେ ବୃଦ୍ଧି ପାଉଛି । ଦେଶରେ କୋଭିଡ-19ର ଉତ୍ତମ ପରିଚାଳନା ଯୋଗୁଁ ଏଭଳି ସୁଫଳ ମିଳୁଥିବା ଅନୁମାନ କରାଯାଉଛି । ନିରାପତ୍ତା ମୂଳକ ପଦକ୍ଷେପ ଯେପରିକି ଲକଡାଉନକୁ ତ୍ୱରାନ୍ୱିତ କରିବା, କୋଭିଡ ସମ୍ପର୍କରେ ଜନସାଧାରଙ୍କୁ ସଚେତନତା ଓ କେନ୍ଦ୍ର ତଥା ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ଵୟ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଛି । ଲଡକାଉନ ଯୋଗୁଁ ସରକାରଙ୍କୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଓ ନମୁନା ପରିକ୍ଷାକୁ ସୁସଂଯତ କରିବା ପାଇଁ ଯଥେଷ୍ଟ ସମୟ ମିଳିଥିଲା । ସମଯୋଚିତ ପଦକ୍ଷେପ ଯୋଗୁଁ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହାର ବୃଦ୍ଧି ଏହିସବୁ କାରଣ ଯୋଗୁଁ ସମ୍ଭବ ହୋଇଥିବା କୁହାଯାଉଛି । ଦେଶରେ ସରକାରୀ ପରୀକ୍ଷାଗାର 703 ଓ ବେସରକାରୀ 257 ଏହିପରି ମୋଟ 960ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।

https://static.pib.gov.in/WriteReadData/userfiles/image/image001TJU2.jpg.

 

 

 

 

 

 

 

 

Real-Time ​​​​​​RT PCR based testing labs: 541 (Govt: 349 + Private: 192)

TrueNat based testing labs: 345 (Govt: 328 + Private: 17)

CBNAAT based testing labs: 74 (Govt: 26 + Private: 48)

ଗତ 24ଘଣ୍ଟା ମଧ୍ୟରେ 1,76,959 ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ଦେଶରେ ଏପର୍ଯ୍ୟନ୍ତ ମୋଟ 64,26,627 ନମୁନା ପରୀକ୍ଷା କରାଯାଇଛି ।

ମନ୍ତ୍ରଣାଳୟ କୋଭିଡ ଏବଂ ଅଣକୋଭିଡ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କ ନିମନ୍ତେ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ।

Page 1 of 4 Dated 18th June, 2020 Ministry of Health & Family Welfare Directorate General of Health Services (EMR Division)

କୋଭିଡ ଉପଯୁକ୍ତ ଆଚରଣ ପାଇଁ ମନ୍ତ୍ରଣାଳୟ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରିଛି ଯାହା ଏଥିରେ ଦର୍ଶାଯାଇଛି https://www.mohfw.gov.in/pdf/Illustrativeguidelineupdate.pdf

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କରୋନା ମହାମାରୀଜନିତ ବିଭିନ୍ନ ଅନ୍ଧବିଶ୍ଵାସକୁ ନେଇ ଏକ ମାର୍ଗଦର୍ଶିକା ଜାରି କରିଛି । ଏହି ମାର୍ଗଦର୍ଶିକା  https://www.mohfw.gov.in/pdf/GuidetoaddressstigmaassociatedwithCOVID19.pdf ରେ ଉପଲବ୍ଧ

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

**********

 



(Release ID: 1632716) Visitor Counter : 176