ଆୟୁଷ
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଟିଭିରେ ପ୍ରସାରିତ ହେବ
• 21 ଜୁନ 2020ରେ ବ୍ୟାପକ ଭାବେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ ଲାଗି ଇଲେକ୍ଟ୍ରୋନିକ ଓ ଡିଜିଟାଲ ଗଣମାଧ୍ୟମର ସହାୟତା ନେଲା ଆୟୁଷ ମନ୍ତ୍ରଣାଳୟ
प्रविष्टि तिथि:
18 JUN 2020 6:32PM by PIB Bhubaneshwar
ଅନ୍ତର୍ଜାତୀୟ ଯୋଗ ଦିବସ 2020 ପାଇଁ ମୁଖ୍ୟ କାର୍ଯ୍ୟକ୍ରମର ଆକର୍ଷଣ ହେବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତା । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ 21 ଜୁନ, 2020 ସକାଳ ସାଢ଼େ 6ଟାରେ ପ୍ରସାରିତ ହେବ । ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ବ୍ୟାପକ ଭାବେ ଇଲେକ୍ଟ୍ରୋନିକ ଏବଂ ଡିଜିଟାଲ ପ୍ଲାଟଫର୍ମରେ ଆୟୋଜନ କରାଯିବ ।
ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଡିଡି ନ୍ୟାସନାଲ, ଡିଡି ନ୍ୟୁଜ, ଡିଡି ଭାରତୀ, ଡିଡି ଇଣ୍ଡିଆ, ଡିଡି ଊର୍ଦ୍ଦୁ, ଡିଡି ସ୍ପୋର୍ଟ୍ସ, ଡିଡି କିସାନ, ସମସ୍ତ ଆରଏଲଏସଏସ ଚ୍ୟାନେଲ ଏବଂ ସମସ୍ତ ଆଂଚଳିକ କେନ୍ଦ୍ର ଜରିଆରେ ପ୍ରସାରଣ କରାଯିବ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପରେ ମୋରାରଜୀ ଦେଶାଇ ଜାତୀୟ ଯୋଗ ସଂସ୍ଥାନ (ଏମଡିଏନଆଇୱାଇ)ର ଏକ ଦଳ ଦ୍ୱାରା 45 ମିନିଟ ଅବଧି ବିଶିଷ୍ଟ ସାଧାରଣ ଯୋଗ ପ୍ରୋଟୋକଲ ପ୍ରଦର୍ଶନର ସିଧା ପ୍ରସାରଣ କରାଯିବ । ବିଭିନ୍ନ କ୍ଷେତ୍ରର ଭିନ୍ନ ଭିନ୍ନ ବୟସ ବର୍ଗର ଲୋକମାନଙ୍କୁ ଧ୍ୟାନରେ ରଖାଯାଇ ଏହି ଯୋଗାଭ୍ୟାସ ପ୍ରଦର୍ଶନ କରାଯିବ ।
ପୂର୍ବ ବର୍ଷଗୁଡ଼ିକରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ସର୍ବସାଧାରଣ ସ୍ଥାନରେ ବହୁସଂଖ୍ୟକ ଲୋକ ଯୋଗ ପ୍ରଦର୍ଶନ କରିଥିଲେ । ମାତ୍ର ଚଳିତ ବର୍ଷ କୋଭିଡ-19 ମହାମାରୀ ଜନିତ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତିକୁ ଆଖି ଆଗରେ ରଖି ଏଭଳି କୌଣସି ଯୋଗ ପ୍ରଦର୍ଶନୀ ଆୟୋଜନ କରାଯିବ ନାହିଁ, ଲୋକମାନେ ନିଜ ଘରେ ରହି ପରିବାର ଲୋକଙ୍କ ସହିତ ଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ମହାମାରୀ ସମୟରେ ଯୋଗ ବିଶେଷ ପ୍ରାସଙ୍ଗିକ ସାବ୍ୟସ୍ତ ହୋଇଛି । ଯୋଗାଭ୍ୟାସ ଶରୀର ଏବଂ ମନକୁ ସୁସ୍ଥ ରଖୁଥିବାରୁ ଏହା ରୋଗ ବିରୋଧରେ ଲଢ଼େଇ କରିବା ଲାଗି ଲୋକମାନଙ୍କ ସାମର୍ଥ୍ୟ ବୃଦ୍ଧି କରିବ ।
ନୋଡାଲ ଏଜେନ୍ସି ଭାବେ ଆୟୁଷ ମନ୍ତ୍ରଣାଳୟ ସାରା ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଆସୁଛି । କୋଭିଡ-19 ମହାମାରୀକୁ ଆଖି ଆଗରେ ରଖି ଗତ ତିନି ମାସ ଧରି ମନ୍ତ୍ରଣାଳୟ ପକ୍ଷରୁ ଲୋକମାନଙ୍କୁ ସେମାନଙ୍କ ଘରେ ଯୋଗ କରିବା ନିମନ୍ତେ ପ୍ରୋତ୍ସାହିତ କରିବା ନିମନ୍ତେ ବିଭିନ୍ନ ପ୍ରକାରର ଅନଲାଇନ ଏବଂ ହାଇବ୍ରିଡ ଅନଲାଇନ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ସେହିପରି ଡିଡି ଭାରତୀ ଜରିଆରେ ଦୈନିକ ସକାଳୁଆ ଯୋଗାଭ୍ୟାସ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।
ନିଜ ନିଜ ଘରେ ରହି 21 ଜୁନ 2020 ସକାଳ ସାଢ଼େ 6ଟା ସମୟରେ ଅନ୍ତର୍ଜାତୀୟ ଯୋଗ ଦିବସ 2020 ପାଳନ ସମାରୋହରେ ଅଂଶଗ୍ରହଣ କରିବା ସହିତ ସାଧାରଣ ଯୋଗ ପ୍ରୋଟୋକଲ ପାଳନ କରିବା ଲାଗି ଲାଗି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବିଶ୍ୱ ଯୋଗପ୍ରେମୀମାନଙ୍କୁ ଆହ୍ୱାନ କରାଯାଇଛି ।
କାର୍ଯ୍ୟକ୍ରମ ନିମ୍ନମତେ ଚୂଡ଼ାନ୍ତ କରାଯାଇଛି :
ସକାଳ 6ଟା 15ରୁ 7ଟା : ଉଦଘାଟନୀ ସମାରୋହ । ଆୟୁଷ ମନ୍ତ୍ରୀଙ୍କ ଦ୍ୱାରା ସ୍ୱାଗତ ଅଭିଭାଷଣ, ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଏବଂ ଆୟୁଷ ସଚିବଙ୍କ ଦ୍ୱାରା ଧନ୍ୟବାଦ କାର୍ଯ୍ୟକ୍ରମ ।
ସକାଳ 7ଟାରୁ 7ଟା 45 : ଏମଡିଏନଆଇୱାଇ ଦ୍ୱାରା ସାଧାରଣ ଯୋଗ ପ୍ରୋଟକଲ ପ୍ରଦର୍ଶନର ସିଧାପ୍ରସାରଣ ।
ସକାଳ 7ଟା 45ରୁ 8ଟା : ଯୋଗ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ମୁଖ୍ୟ ସମାରୋହର ଉଦଯାପନ ।
**********
(रिलीज़ आईडी: 1632410)
आगंतुक पटल : 281
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada