ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ଆରୋଗ୍ୟ ହାର 50 ପ୍ରତିଶତରୁ ଅଧିକ
• ସୁସ୍ଥ ହେଲେ ମୋଟ 1,62,378 ରୋଗୀ

Posted On: 14 JUN 2020 3:35PM by PIB Bhubaneshwar

ଗତ 24 ଘଣ୍ଟା ମଧ୍ୟରେ 8,049 କୋଭିଡ-19 ରୋଗୀ ଆରୋଗ୍ୟ ହୋଇଛନ୍ତି, ଏଥିସହିତ ଆରୋଗ୍ୟ ଲାଭ ହାର 50%ରୁ ଅଧିକ ହୋଇଛି ସମୁଦାୟ 1,62,378 ରୋଗୀ ବର୍ତ୍ତମାନ ସୁଦ୍ଧା କୋଭିଡ-19ରୁ ଆରୋଗ୍ୟ ଲାଭ କରିଛନ୍ତି

ବର୍ତ୍ତମାନ ଆରୋଗ୍ୟ ହାର ହେଉଛି 50.60% ଏହା ସୂଚିତ କରୁଛି ଯେ, କୋଭିଡ-19ର ସମସ୍ତ ମାମଲା ମଧ୍ୟରୁ ଅଧା ରୋଗୀ ଏହି ରୋଗରୁ ସୁସ୍ଥ ହେଲେଣି ମାମଲାର ସମୟୋଚିତ ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ପରିଚାଳନା ଏହି ଆରୋଗ୍ୟ ଲାଭର ବାଟ ଫିଟାଇଛି । 

ବର୍ତ୍ତମାନ, 1,49,348 ସକ୍ରିୟ ରୋଗୀ ଉପଯୁକ୍ତ ଚିକିତ୍ସା ତତ୍ତ୍ୱାବଧାନରେ ଅଛନ୍ତି

ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ନୋଭେଲ କରୋନା ଭୂତାଣୁ ଚିହ୍ନଟ ପାଇଁ ଆଇସିଏମଆରର ପରୀକ୍ଷଣ କ୍ଷମତା କ୍ରମାଗତ ଭାବରେ ବୃଦ୍ଧି ହୋଇଛି ସରକାରୀ ପରୀକ୍ଷାଗାର ସଂଖ୍ୟା 646କୁ ବୃଦ୍ଧି ପାଇଥିବା ବେଳେ ବେସରକାରୀ ପରୀକ୍ଷାଗାର ସଂଖ୍ୟା 247କୁ ବୃଦ୍ଧି ପାଇ ମୋଟ 893ରେ ପହଞ୍ଚିଛି ଗତ 24 ଘଣ୍ଟା ମଧ୍ୟରେ 1,51,432 ନମୁନା ପରୀକ୍ଷା କରାଯାଇଛି ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିବା ମୋଟ ନମୁନା ସଂଖ୍ୟା 56,58,614

ଆଜି ଗୃହ ମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରି ଦିଲ୍ଲୀର ଏନସିଟିରେ ଥିବା କୋଭିଡ-19 ପରିସ୍ଥିତିର ସମୀକ୍ଷା କରିଛନ୍ତି ବୈଠକରେ ଆବଦ୍ଧାଞ୍ଚାଳ ବ୍ୟବସ୍ଥାକୁ ମଜବୁତ କରିବା, ପରୀକ୍ଷଣକୁ ବ୍ୟାପକ କରିବା ଏବଂ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

 



(Release ID: 1631568) Visitor Counter : 254