ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ଆରୋଗ୍ୟ ହାର ଶତକଡା 49.47 କୁ ବୃଦ୍ଧି
• ମୋଟ ସୁସ୍ଥ ହୋଇଛନ୍ତି 1,47,194

Posted On: 12 JUN 2020 4:00PM by PIB Bhubaneshwar

କରୋନା ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 49.47%ରେ ପହଞ୍ଚିଛି 1,47,194 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 1,41,842 ଜଣ ସକ୍ରିୟ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି କେବଳ ଗତ 24 ଘଣ୍ଟା ମଧ୍ୟରେ 6,166 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଦ୍ଵିଗୁଣିତ ହେବା ହାର ମଧ୍ୟ ହ୍ରାସ ପାଇଛି । ଲକଡାଉନ ଆରମ୍ଭରେ ଆକ୍ରାନ୍ତଙ୍କ ସଂଖ୍ୟା 3.4 ଦିନରେ ଦ୍ଵିଗୁଣିତ ହେଉଥିବା ବେଳେ ଏବେ ଏହା 17.4 ଦିନରେ ଦ୍ଵିଗୁଣିତ ହେଉଛି କ୍ୟାବିନେଟ ସଚିବ ସମସ୍ତ ରାଜ୍ୟର ମୁଖ୍ୟଶାସନ ସଚିବ, ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ସଚିବଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ କଥା ହୋଇଛନ୍ତି । ରାଜ୍ୟଗୁଡିକୁ ଆବଧାଞ୍ଚଳ, ନମୁନା ପରୀକ୍ଷଣ, ସଂସ୍ପର୍ଶରେ ଆସିଥିବା ରୋଗୀଙ୍କୁ ଠାବ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଓ ସମାଜର ସବୁ ଗୋଷ୍ଠୀ ସହ ସମନ୍ଵୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି

ସଂକ୍ରମଣର କେନ୍ଦ୍ରସ୍ଥଳୀ ପାଲଟିଥିବା ଅଞ୍ଚଳଗୁଡିକ ଉପରେ ସ୍ଵତନ୍ତ୍ର ଧ୍ୟାନଦେଇ କଡା ଆବଧାଞ୍ଚଳ ମାର୍ଗଦର୍ଶିକା ପାଳନ କରିବାକୁ  ସୁନିଶ୍ଚିତ କରିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି । ସେମାନଙ୍କୁ ହସ୍ପିଟାଲ ଭିତ୍ତିଭୂମିର ବିକାଶ ସହ ଯେପରି ତାଲିମପ୍ରାପ୍ତ  ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ମହଜୁଦ ରହେ ସେଗୁଡିକୁ ଦେଖିବା ପାଇଁ ଅନୁରୋଧ କରାଯାଇଛି ।

କୋଭିଡ-19 ପାଇଁ ପ୍ରତିଷେଧକମୂଳକ ବ୍ୟବସ୍ଥା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହୋଇଥବା ବେଳେ ବୟସ୍କ ଓ ଅନ୍ୟାନ୍ୟ ରୋଗ ଇତିହାସ ଥିବା ଲୋକଙ୍କ ପାଇଁ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି । ଲକ୍ଷଣ ଅନୁସାରେ ଠିକ ସମୟରେ ଉନ୍ନତ ଚିକିତ୍ସା ପାଇଁ ସୁପାରିସ କରିବା, ଆବଶ୍ୟକ ହେଲେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ସହ ଅଧିକ ପରାମର୍ଶ ପାଇଁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟଗୁଡିକୁ ଘର ଘର ବୁଲି ସାମାଜିକ ଦୂରତ୍ଵ ଏବଂ କରୋନା ସଂକ୍ରମଣ କାଳରେ ଆବଶ୍ୟକ ନିୟମ ପାଳନ ନେଇ ସଚେତନ କରିବାକୁ ମଧ୍ୟ କୁହାଯାଇଛି ଆଇସିଏମଆର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ପାଇଁ ଅଧିକ ପଦକ୍ଷେପ ନେଇଛି 637ଟି ସରକାରୀ ଓ 240ଟି ଘରୋଇ ଏହିପରି 877 ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି । କେବଳ ଗତ 24 ଘଣ୍ଟା ମଧ୍ୟରେ 1,50,305 ନମୁନା ପରୀକ୍ଷଣ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ 53,63,445 ନମୁନା ପରୀକ୍ଷଣ ହୋଇଛି  

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

       

 

 



(Release ID: 1631223) Visitor Counter : 212