ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 10 JUN 2020 9:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ ହୋଇଛିନିକଟରେ ହୋଇଥିବା ନିର୍ବାଚନରେ ବିଜୟୀ ହୋଇ ନେତାନ୍ୟାହୁ ପୁଣି ପ୍ରଧାନମନ୍ତ୍ରୀ ପଦ ଭାର ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଖୁସି ଜାହିର କରି ତାଙ୍କ ନେତୃତ୍ୱ ମାର୍ଗଦର୍ଶନରେ ଭାରତ-ଇସ୍ରାଏଲ ଭାଗିଦାରୀ ବୃଦ୍ଧି ପାଇବ ବୋଲି ବିଶ୍ୱାସ ବ୍ୟକ୍ତ କରିଛନ୍ତି

କୋଭିଡ-19 ମହାମାରୀ ମୁକାବିଲା ପାଇଁ ଟୀକା, ଚିକିତ୍ସା ଶୈଳୀ ନିଦାନ ଭଳି ସମ୍ଭାବ୍ୟ ଗବେଷଣା ତଥା ବିକାଶ କ୍ଷେତ୍ରରେ ଭାରତ- ଇସ୍ରାଏଲ ସହଯୋଗ ବୃଦ୍ଧି ସମ୍ପର୍କରେ ଉଭୟ ନେତା ଆଲୋଚନା କରିଥିଲେଉଭୟ ଦେଶର ବିଶେଷଜ୍ଞ ଦଳଙ୍କ ମଧ୍ୟରେ ଚାଲିଥିବା ବିନିମୟ କାର୍ଯ୍ୟକ୍ରମ ଜାରି ରଖିବାକୁ ରାଜି ହେବା ସହ ଏହି ସହଯୋଗର ସୁଫଳ ମାନବଜାତି ପାଇଁ ଉପଲବ୍ଧ ହେବ ବୋଲି ଦୁଇ ନେତା ଏକମତ ହୋଇଥିଲେ

ଉଭୟ ନେତା ଦ୍ୱିପାକ୍ଷିକ କାର୍ଯ୍ୟସୂଚୀର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକ ସମୀକ୍ଷା କରିଥିଲେକୋଭିଡ-19 ପରବର୍ତ୍ତୀ ସମୟରେ ଆହୁରି ଅନେକ କ୍ଷେତ୍ରରେ ପାରସ୍ପରିକ ଲାଭପ୍ରଦ ଭାଗୀଦାରୀ ସୃଷ୍ଟି ହେବ ବୋଲି ଏକମତ ହୋଇଥିଲେପୂର୍ବରୁ ସ୍ୱାସ୍ଥ୍ୟ, ପ୍ରଯୁକ୍ତି, କୃଷି ନବାଚାର, ପ୍ରତିରକ୍ଷା ସହଯୋଗ ସୂଚନା ପ୍ରଯୁକ୍ତି ଭଳି କ୍ଷେତ୍ରରେ ଭାରତ-ଇସ୍ରାଏଲ ମଧ୍ୟରେ ମଜବୁତ ଭାଗୀଦାରୀ ଥିବାବେଳେ ଏସବୁ କ୍ଷେତ୍ରରେ ବିକାଶର ଅସୀମିତ ସମ୍ଭାବନା ରହିଛି ବୋଲି ଦୁଇ ନେତା ଆକଳନ କରିଥିଲେ

ପରିବର୍ତ୍ତନଶୀଳ ବିଶ୍ୱରେ ସୁଯୋଗ ଆହ୍ୱାନର ମୂଲ୍ୟାୟନ ତଥା ଆଲୋଚନା ପାଇଁ ଉଭୟ ନେତା ପରସ୍ପର ସମ୍ପର୍କରେ ରହିବାକୁ ଏକମତ ହୋଇଥିଲେ । 

 

**********

 


(रिलीज़ आईडी: 1631011) आगंतुक पटल : 271
इस विज्ञप्ति को इन भाषाओं में पढ़ें: Punjabi , English , Urdu , Marathi , हिन्दी , Bengali , Manipuri , Assamese , Gujarati , Tamil , Telugu , Kannada , Malayalam