ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ରାଜ୍ୟ ସରକାରଙ୍କ ଦ୍ଵାରା କୋଭିଡ ହସ୍ପିଟାଲ ରୂପେ ବିଜ୍ଞପିତ ସମସ୍ତ ସିଜିଏଚଏସ ହସ୍ପିଟାଲରେ ହିତାଧିକାରୀଙ୍କୁ ମିଳିବ ଚିକିତ୍ସା

प्रविष्टि तिथि: 10 JUN 2020 11:30AM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବା (ସିଜିଏଚସ) ଦ୍ଵାରା ଅନୁବନ୍ଧିତ ସମସ୍ତ ସ୍ୱାସ୍ଥ୍ୟ ସେବା ସଙ୍ଗଠନକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ବିଭିନ୍ନ ବେସରକାରୀ ହସ୍ପିଟାଲ ଓ ନିଦାନ କେନ୍ଦ୍ରରେ ସମ୍ମୁଖୀନ ହେଉଥିବା ଅସୁବିଧା ନେଇ ସିଜିଏଚଏସ ହିତାଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ଆବେଦନର ସମୀକ୍ଷା କରି ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ମନ୍ତ୍ରଣାଳୟଙ୍କ ଆଦେଶ ଅନୁସାରେ ସମସ୍ତ ସିଜିଏଚଏସ ଅନୁବନ୍ଧିତ ହସ୍ପିଟାଲ ଯେଉଁଗୁଡିକ କି ରାଜ୍ୟ ସରକାରଙ୍କ ଦ୍ଵାରା କୋଭିଡ-19 ହସ୍ପିଟାଲ ଭାବେ ବିଜ୍ଞପିତ ହୋଇଛନ୍ତି ସେମାନେ ସିଜିଏଚଏସ ହିତାଧିକାରୀଙ୍କୁ କୋଭିଡ ଉପଚାର ବାବଦ ସମସ୍ତ ଚିକିତ୍ସା ସୁବିଧା ପ୍ରଦାନ କରିବେ । ସେହିଭଳି କୋଭିଡ ହସ୍ପିଟାଲ ଭାବେ ବିଜ୍ଞପିତ ହୋଇନଥିବା ସମସ୍ତ ସିଜିଏଚଏସ ଅନୁବନ୍ଧିତ ହସ୍ପିଟାଲଗୁଡିକ ସିଜିଏଚଏସ ହିତାଧିକାରୀମାନଙ୍କୁ ଅନ୍ୟାନ୍ୟ ଚିକିତ୍ସା ସୁବିଧା ଦେବାକୁ ମନା କରିପାରିବେ ନାହିଁ ଏହି ନିର୍ଦ୍ଦେଶାବଳୀର ଉଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

**********


(रिलीज़ आईडी: 1630715) आगंतुक पटल : 286
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam