ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବେଦ ମାରବାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 06 JUN 2020 11:58AM by PIB Bhubaneswar

ପୂର୍ବତନ ଦିଲ୍ଲୀ ପୁଲିସ କମିଶନର ତଥା ମଣିପୁର, ମିଜୋରାମ ଏବଂ ଝାଡଖଣ୍ଡ ରାଜ୍ୟପାଳ ଶ୍ରୀ ବେଦ ମାରବାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

“ପୁଲିସ ଜୀବନକାଳରେ ବହୁ ଅବଦାନ ପାଇଁ ଶ୍ରୀ ବେଦ ମାରବା ସ୍ମରଣୀୟ ହୋଇ ରହିବେ । ଜଣେ ଆଇପିଏସ ଅଧିକାରୀ ଭାବେ ତାଙ୍କ ଚାକିରି କାଳରେ ସେ ଅଦମ୍ୟ ସାହସର ସହ କର୍ତ୍ତବ୍ୟ ସମ୍ପାଦନ କରିଥିଲେସେ ମଧ୍ୟ ଜଣେ ସମ୍ମାନିତ ବୁଦ୍ଧିଜୀବୀ ଥିଲେ । ତାଙ୍କ ବିୟୋଗରେ ମର୍ମାହତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********


(रिलीज़ आईडी: 1629895) आगंतुक पटल : 293
इस विज्ञप्ति को इन भाषाओं में पढ़ें: हिन्दी , Punjabi , English , Urdu , Marathi , Manipuri , Bengali , Assamese , Gujarati , Tamil , Telugu , Kannada , Malayalam