ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁୱାଣ୍ଡା ରାଷ୍ଟ୍ରପତି ପଲ କାଗାମେଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 05 JUN 2020 7:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁୱାଣ୍ଡା ରାଷ୍ଟ୍ରପତି ମହାମହିମ ପଲ କାଗାମେଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

2018ରେ ରୁୱାଣ୍ଡାକୁ ତାଙ୍କର ସ୍ମରଣୀୟ ଗସ୍ତ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ 2018ରେ ତାଙ୍କ ରୁୱାଣ୍ଡା ଗସ୍ତବେଳେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିବା 200 ଭାରତୀୟ ଗାଈକୁ ରୁୱାଣ୍ଡା ରାଷ୍ଟ୍ରପତି ଆନ୍ତରିକତାର ସହ ମନେ ପକାଇଥିଲେ ଏବଂ କହିଥିଲେ ଯେ, ଏହାଦ୍ୱାରା ରୁୱାଣ୍ଡା ପିଲାମାନଙ୍କ ପାଇଁ କ୍ଷୀର ଉପଲବ୍ଧ ହେବାରେ ଆମକୁ ସାହାଯ୍ୟ ହୋଇପାରିଛି ତା’ସହିତ କୃଷକଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି

ନେତାଦ୍ବୟ କୋଭିଡ-19 ମହାମାରୀ ଦ୍ଵାରା ସେମାନଙ୍କ ସ୍ୱାସ୍ଥ୍ୟସେବା ଏବଂ ଅର୍ଥନୀତିରେ ଦେଖାଦେଇଥିବା ଆହ୍ୱାନଗୁଡିକ ବିଷୟରେ ଆଲୋଚନା କରିଥିଲେ ସଙ୍କଟର  ପରିଚାଳନା  ଏବଂ ନିଜ ନିଜ ଦେଶର ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ବାଣ୍ଟିଥିଲେ ବର୍ତ୍ତମାନର ସଙ୍କଟ ସମୟରେ ପରସ୍ପରର ବିଦେଶୀ ନାଗରିକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ନେତାମାନେ ସହମତ ହୋଇଥିଲେ।

ପ୍ରଧାନମନ୍ତ୍ରୀ ରୁୱାଣ୍ଡାର ରାଷ୍ଟ୍ରପତିଙ୍କୁ କରୋନା ଭୂତାଣୁ ସହିତ ମୁକାବିଲା କରିବା ପାଇଁ ଚିକିତ୍ସା ସହାୟତା ସମେତ ଭାରତର ନିରନ୍ତର ସମର୍ଥନକୁ ନିଶ୍ଚିତ କରିଛନ୍ତି ରାଷ୍ଟ୍ରପତି କାଗାମେଙ୍କ ନେତୃତ୍ୱରେ ସଙ୍କଟର ପ୍ରଭାବଶାଳୀ ପରିଚାଳନା ଏବଂ ଏହି ଆହ୍ଵାନର ମୁକାବିଲା ପାଇଁ ରୁୱାଣ୍ଡା ଲୋକଙ୍କ ଦୃଢ ସଂକଳ୍ପକୁ ସେ ପ୍ରଶଂସା କରିଥିଲେ

ବର୍ତ୍ତମାନର ସଙ୍କଟ ସମୟରେ ରୁୱାଣ୍ଡାବାସୀଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଶୁଭେଚ୍ଛା ଜଣାଇଥିଲେ

 

**********


(रिलीज़ आईडी: 1629849) आगंतुक पटल : 311
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam