ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

• ଗତ 24 ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି 11,264 କୋଭିଡ-19 ରୋଗୀ
• ଗତ 24 ଘଣ୍ଟା ମଧ୍ୟରେ ସୁସ୍ଥ ହାର 4.51% ବୃଦ୍ଧି ପାଇ ପହଞ୍ଚିଛି 47.40%ରେ
• ସକ୍ରିୟ ରୋଗୀ ସଂଖ୍ୟା 89,987ରୁ 86,422କୁ ହ୍ରାସ
• ଗତକାଲି ପରୀକ୍ଷଣ ହୋଇଛି 1,26,842 ନମୁନା

Posted On: 30 MAY 2020 5:14PM by PIB Bhubaneshwar

ଗତ 24ଘଣ୍ଟା ମଧ୍ୟରେ ମୋଟ 11,264 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗୋଟିଏ ଦିନରେ ଏହି ସୁସ୍ଥ ହାର ସର୍ବାଧିକ । ଏପର୍ଯ୍ୟନ୍ତ 82,369 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ଆରୋଗ୍ୟ ହାରରେ ଶତକଡା 4.51 ବୃଦ୍ଧି ଯୋଗୁଁ ମୋଟ ସୁସ୍ଥତା ହାର ଶତକଡା 47.40ରେ ପହଞ୍ଚିଛି । ପୂର୍ବରୁ ଏହି ହାର ଶତକଡା 42.89 ଥିଲା ।

ଆରୋଗ୍ୟ ହାର ବୃଦ୍ଧି ପାଉଥିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଗତକାଲି ଏହା 89,987 ଥିବା ବେଳେ ଆଜି ଏହା 86,422କୁ ଖସି ଆସିଛି । ସମସ୍ତ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ଗତ 14 ଦିନ ମଧ୍ୟରେ ରୋଗୀଙ୍କ ଦ୍ଵିଗୁଣିତ ହାର 13.3 ଦିନ ଥିବା ବେଳେ ଏହା ଗତ 3 ଦିନ ମଧ୍ୟରେ 15.4 ଦିନ ହୋଇଛି । ତେବେ ମୃତ୍ୟୁ ହାର ଶତକଡା 2.86 ରହିଛି । ଗତକାଲି ସୁଦ୍ଧା ଆଇସିୟୁରେ 2.55% ରୋଗୀ ଥିବାବେଳେ ଭେଣ୍ଟିଲେଟରରେ 0.48% ଓ ଅମ୍ଳଜାନ ସହାୟତାରେ 1.96% ଥିଲେ । ଦେଶରେ 462ଟି ସରକାରୀ ଓ 200 ଘରୋଇ ପରୀକ୍ଷାଗାରରେ ନମୁନା ପରୀକ୍ଷଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ 36,12,242 ନମୁନା ପରୀକ୍ଷଣ ହୋଇଥିବା ବେଳେ କେବଳ ଗତକାଲି 1,26,842ଟି ନମୁନା ପରୀକ୍ଷା କରାଯାଇଛି ।

ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦୃଷ୍ଟିରୁ କୋଭିଡ-19 ପରିସ୍ଥିତିର ସମାଧାନ ପାଇଁ ଏପର୍ଯ୍ୟନ୍ତ 942ଟି ଉତ୍ସର୍ଗୀକୃତ କୋଭିଡ-19 ହସ୍ପିଟାଲ, 1,58,908ଟି ଏକାନ୍ତବାସ, 20,608 ଆଇସିୟୁ ଶଯ୍ୟା ଏବଂ 69,384ଟି ଅମ୍ଳଜାନ ସହାୟକ ଶଯ୍ୟା କାର୍ଯ୍ୟକ୍ଷମ ଅଛି । 2,380ଟି ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ କେନ୍ଦ୍ରରେ 1,33,678 ଏକାନ୍ତବାସ ଶଯ୍ୟା, 10,916 ଆଇସିୟୁ ଶଯ୍ୟା ଏବଂ 45,750 ଅମ୍ଳଜାନ ସହାୟକ ଶଯ୍ୟା କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି । 10,541 ସଙ୍ଗରୋଧ କେନ୍ଦ୍ର ଏବଂ 7,304 କୋଭିଡ-19 ଯତ୍ନ କେନ୍ଦ୍ରରେ ମୋଟ 6,64,330ଟି ଶଯ୍ୟା କୋଭିଡ-19ର ମୁକାବିଲା ପାଇଁ ଦେଶରେ ମହଜୁଦ ଅଛି । କେନ୍ଦ୍ର 119.88 ଲକ୍ଷ ଏନ-95 ମାସ୍କ ଏବଂ 96.14 ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ପ୍ରତିଷ୍ଠାନଗୁଡିକୁ ଯୋଗାଇଦେଇଛି ।

ଏଠାରେ କୁହାଯାଇପାରେ ଯେ, କୋଭିଡ-19 ଯୋଗୁଁ ଉପୁଜିଥିବା ପରିସ୍ଥିତିରେ ସଂପୂର୍ଣ୍ଣ ସାବଧାନତା ଅବଲମ୍ଭନ କରିବାକୁ ହେବ । ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତ୍ଵକୁ କଡାକଡି ପାଳନ କରାଯିବା ସହ ବାରମ୍ବାର ହାତ ଧୋଇବା ଓ ନିଶ୍ଵାସ ପ୍ରଶ୍ଵାସ ଦିଗରେ ସାବଧାନତା ଅବଲମ୍ବନ ଅପରିହାର୍ଯ୍ୟ । କୋଭିଡ-19ର ମୁକାବିଲା ପାଇଁ ସମସ୍ତ ନୀତି ନିୟମ ମାନିବା ସହ ଲକଡାଉନ କାଳରେ କୌଣସି ବିପଦକୁ ଆପଣାଇବା ଅନୁଚିତ ।

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********

   



(Release ID: 1627995) Visitor Counter : 254