ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କତର ଅମୀର ଶେଖ ତମିମ ବିନ ହମଦ ଅଲ-ଥାନିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 26 MAY 2020 7:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବନ୍ଧୁବତ୍ସଳ କତରବାସୀଙ୍କୁ ଇଦ-ଉଲ-ଫିତର ଶୁଭେଚ୍ଛା ଜଣାଇବା ପାଇଁ କତର ଅମୀର ମହାମହିମ ଶେଖ ତମିମ ବିନ ହମଦ ଅଲ-ଥାନିଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଛନ୍ତି

କୋଭିଡ-19 ମହାମାରୀ ସମୟରେ କତରରେ ବସବାସ କରୁଥିବା ଭାରତୀୟ ନାଗରିକଙ୍କ କଲ୍ୟାଣକୁ ସୁନିଶ୍ଚିତ କରିବା ଦିଗରେ ମହାମହିମ ଅମୀରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ଲାଗି ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ପ୍ରତିବଦଳରେ ମହାମହିମ ଅମୀର ମଧ୍ୟ କତରରେ ଭାରତୀୟଙ୍କ ଅବଦାନ ବିଶେଷ କରି ସ୍ୱାସ୍ଥ୍ୟ କର୍ମୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ।  

ବର୍ତ୍ତମାନର ପରିସ୍ଥିତିରେ ଭାରତରୁ କତରକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଯେପରି କୌଣସି ବ୍ୟାଘାତ ନହୁଏ ସେଥିପାଇଁ ଭାରତୀୟ କର୍ତ୍ତୃପକ୍ଷ ସ୍ଵତନ୍ତ୍ର ଦୃଷ୍ଟି ଦେଉଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ

ମହାମହିମ ଅମୀରଙ୍କ ଆଗାମୀ 40ତମ ଜନ୍ମଦିନ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଫଳତା ପାଇଁ କାମନା କରିଥିଲେ ।

 

**********


(रिलीज़ आईडी: 1627210) आगंतुक पटल : 273
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam