ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ପ୍ରବାସୀ ଶ୍ରମିକଙ୍କ ଯାତ୍ରା ସୁଗମ କରିବାକୁ ଅଧିକ ଟ୍ରେନ ଚଳାଇବା ପାଇଁ ରେଳବାଇ ଓ ରାଜ୍ୟମାନଙ୍କ ମଧ୍ୟରେ ସକ୍ରିୟ ସହଯୋଗ ଲୋଡା; ଜିଲ୍ଲା କର୍ତ୍ତୃପକ୍ଷ ନିଜର ଆବଶ୍ୟକତା ବିଷୟରେ ରେଳବାଇକୁ ଜଣାଇବେ

• ସୀମାନ୍ତରେ ଅଧିକ ବସ ଚଳାଇ ପ୍ରବାସୀ ଶ୍ରମିକଙ୍କୁ ସୁବିଧାରେ ନିଜ ଗନ୍ତବ୍ୟସ୍ଥଳୀରେ ପହଞ୍ଚାଇବାକୁ ପରାମର୍ଶ
• ସଡକରେ ଚାଲି ଚାଲି ଯାଉଥିବା ଶ୍ରମିକ ଓ ପ୍ରବାସୀଙ୍କ ପାଇଁ ଆଶ୍ରୟସ୍ଥଳର ବ୍ୟବସ୍ଥା କରି ସେମାନଙ୍କୁ ବସଷ୍ଟାଣ୍ଟ ଓ ଷ୍ଟେସନରେ ପହଞ୍ଚାଇବା ପର୍ଯ୍ୟନ୍ତ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବାକୁ ରାଜ୍ୟମାନଙ୍କୁ କହିଲା କେନ୍ଦ୍ର
• ବସ/ଟ୍ରେନ ଛାଡିବା ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଅ ଓ ଗୁଜବକୁ ପାରୁ ପର୍ଯ୍ୟନ୍ତ ରୋକ: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

Posted On: 19 MAY 2020 11:43AM by PIB Bhubaneshwar

ବିଭିନ୍ନ ସ୍ଥାନରେ ଲକଡାଉନ ଯୋଗୁଁ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନେ ବହୁ ସଂଖ୍ୟାରେ ଘର ମୁହାଁ ହେବାକୁ ବ୍ୟଗ୍ର ହେବାର କାରଣ ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କ ଉଦ୍ଦେଶ୍ୟରେ ଜାରି ଏକ ପତ୍ରରେ କୁହାଯାଇଛିଏହା ପଛରେ କରୋନା ସଂକ୍ରମଣ ଭୟ ଜୀବିକାହାନୀର ଆଶଙ୍କା ମୁଖ୍ୟ କାରଣ ବୋଲି କୁହାଯାଇଛିଏହି ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା ଲାଘବ କରିବା ପାଇଁ ଏହି ପତ୍ରରେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯିବା ସହ କେତେକ ପଦକ୍ଷେପ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଛିଏହି କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ସହ ସକ୍ରିୟ ସମନ୍ୱୟ ରଖି କାମ କରିବାକୁ ପରାମର୍ଶ ଦିଆଯାଇଛି

ସେଗୁଡିକ ହେଲା

  • ଉପଯୁକ୍ତ ସକ୍ରିୟ ସହଯୋଗ ଭିତ୍ତିରେ ଏସବୁ ଶ୍ରମିକମାନଙ୍କ ପାଇଁ ଅଧିକ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା ଅବିଳମ୍ବେ କରିବାଏଥିପାଇଁ ରେଳବାଇ ମନ୍ତ୍ରଣାଳୟ ସହ ସକ୍ରିୟ ସହଯୋଗ ରକ୍ଷା କରି କାର୍ଯ୍ୟ କରିବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି
  • ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଅଧିକରୁ ଅଧି ବସ ଚଳାଚଳର ସୁବିଧା କରିବାଆନ୍ତଃରାଜ୍ୟ ସୀମାନ୍ତ ଫାଟକରେ ପ୍ରବାସୀଶ୍ରମିକଙ୍କୁ ନେଇ ଆସୁଥିବା ବସଗୁଡିକ ରାଜ୍ୟରେ ପ୍ରବେଶ ପାଇଁ ଆବଶ୍ୟକ ଅନୁମତି ଦେବାର ବ୍ୟବସ୍ଥା କରିବାକୁ ପଡିବ
  • ଶ୍ରମିକଙ୍କ ପରିବହନ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଟ୍ରେନ ବସର ଯାତ୍ରା ସମୟରେ ତାରିଖ ସମ୍ପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିବାକୁ ହେବ ନେଇ ସ୍ପଷ୍ଟ ସୂଚନାର ଅଭାବ ଯୋଗୁଁ ଗୁଜବ ସୃଷ୍ଟି ହୋଇ ଶ୍ରମିକମାନେ ବିଭ୍ରାନ୍ତ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛିତେଣୁ ତାହାର ତୁରନ୍ତ ନିରାକରଣ କରିବାକୁ ହେବ
  • ପ୍ରବାସୀ ଶ୍ରମିକଙ୍କ ପାଇଁ ବିଶ୍ରାମ ଶିବିର/ସ୍ଥାନ ଆଦି ଆବଶ୍ୟକତା ଅନୁସାରେ କରିବାକୁ ପଡିବଏସବୁ ବିଶ୍ରାମ ସ୍ଥଳରେ ଖାଦ୍ୟ, ପାନୀୟ, ସ୍ୱାସ୍ଥ୍ୟସେବା ମୌଳିକ ପରିଚ୍ଛନ୍ନତା ବ୍ୟବସ୍ଥା ରହିବଯେଉଁ ସବୁ ଶ୍ରମିକ ଏବେ ରାସ୍ତାରେ ଚାଲି ଚାଲି ଘରକୁ ଫେରୁଛନ୍ତି ସେମାନଙ୍କ ପାଇଁ ଏସବୁ ବ୍ୟବସ୍ଥା ନିଶ୍ଚିତ କରିବାକୁ ପଡିବ ଏବଂ ଏସବୁ କାମ ନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ
  • ଜିଲ୍ଲା ପ୍ରଶାସନ ପଦାତିକ ଶ୍ରମିକମାନଙ୍କୁ ବିଶ୍ରାମ ଆଶ୍ରୟ ଶିବିରରେ ରଖିବାର ବ୍ୟବସ୍ଥା କରିବା ସହ ସେମାନଙ୍କୁ ନିକଟବର୍ତ୍ତୀ ରେଳଷ୍ଟେସନ/ବସଷ୍ଟାଣ୍ଡକୁ ପଠାଇବାର ପରିବହନ ବ୍ୟବସ୍ଥା କରିବେ
  • ମହିଳା, ଶିଶୁ ବୟସ୍କ ପ୍ରବାସୀମାନଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡିବ
  • ଜିଲ୍ଲା ପ୍ରଶାସନ ବିଶ୍ରାମ/ଆଶ୍ରୟ ଶିବିର ଗୁଡିକରେ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନଙ୍କୁ ନୟୋଜିତ କରି ପ୍ରବାସୀ ଶ୍ରମିକମାନଙ୍କ କ୍ୱାରେଣ୍ଟାଇନ ଗତ ଆବଶ୍ୟକତା ପୂରଣ ଦିଗରେ ପଦକ୍ଷେପ ନେଇପାରିବେପ୍ରବାସୀ ଶ୍ରମିକମାନେ ଏବେ ଯେଉଁଠି ଅଛନ୍ତି ସେଠାରେ ସେମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଆଉ କିଛି କାଳ ରହିବାକୁ ଉତ୍ସାହିତ କରାଯାଇପାରିବ
  • ପ୍ରବାସୀ ଶ୍ରମିକମାଙ୍କ ନାମ, ଠିକଣା, ଯୋଗାଯୋଗ ନମ୍ବର ଆଦି ଲିପିବଦ୍ଧ କରିବାକୁ ହେବଭବିଷ୍ୟତରେ ଏହା କଣ୍ଟାକ୍ଟ ଟ୍ରେସଂରେ ସହାୟକ ହେବ

ଏହି ପତ୍ରରେ ଆହୁରି କୁହାଯାଇଛି ଯେ କୌଣସି ପ୍ରବାସୀ ଶ୍ରମିକ ରେଳପଥ ରାସ୍ତାରେ ଚାଲିଚାଲି ଘରକୁ ଯେପରି ଫେରନ୍ତି ତାହାକୁ ରାଜ୍ୟ ସରକାରମାନଙ୍କୁ ନିଶ୍ଚିତ କରିବାକୁ ପଡିବଏହି ଶ୍ରମିକମାନଙ୍କୁ ନିଜର ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ରେଳବାଇ ମନ୍ତ୍ରଣାଳୟକୁ ଆବଶ୍ୟକତା ଅନୁସାରେ ଅନୁରୋଧ କରିବେ

 

*****************



(Release ID: 1625127) Visitor Counter : 167