ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ରାଜ୍ୟ ନୋଡ଼ାଲ ଅଧିକାରୀମାନଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ରେଳବାଇ କର୍ତ୍ତୃପକ୍ଷଙ୍କ ଭିଡ଼ିଓ କନଫରେନ୍ସିଂ ଯୋଗେ ଆଲୋଚନା

• “ଶ୍ରମିକ ସ୍ୱତନ୍ତ୍ର” ଟ୍ରେନ ଚଳାଚଳ ସଂପର୍କରେ କଲେ ସମୀକ୍ଷା
• ଫସି ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ରାଜ୍ୟକୁ ଯଥା ଶୀଘ୍ର ଫେରାଇ ଆଣିବା ଲାଗି ବ୍ୟବସ୍ଥା କରାଯିବ
• 450ରୁ ଅଧିକ ଟ୍ରେନ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଯାଉଛି
• ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ଲାଗି ପ୍ରତିଦିନ 100ରୁ ଅଧିକ ଟ୍ରେନ ଚଳାଚଳ କରିବ

Posted On: 11 MAY 2020 2:00PM by PIB Bhubaneshwar

ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ କ୍ଷେତ୍ରର ନୋଡ଼ାଲ ଅଧିକାରୀ ମାନଙ୍କ ସହ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ରେଳବାଇ ମନ୍ତ୍ରଣାଳୟର ଅଧିକାରୀମାନେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଯୋଗେ ବାହାର ରାଜ୍ୟରେ ମାସ ମାସ ଧରି ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ କିଭଳି ଫେରାଇ ଅଣାଯାଉଛି ଏବଂ ତାହା ଆଗକୁ କିଭଳି ଜାରି ରହିବ ସେ ସଂପର୍କରେ ଏହି ଅଧିକାରୀମାନେ ବିସ୍ତୃତ ସମୀକ୍ଷା କରିଥିଲେ କୋଭିଡ଼- 19 ମହାମାରୀ ଜନିତ ପରିସ୍ଥିତି ଏବଂ ଲକଡାଉନ ଯୋଗୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା

ରାଜ୍ୟ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ପକ୍ଷରୁ ସନ୍ତୋଷବ୍ୟକ୍ତ କରାଯାଇଛି ଯେ 450ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଯୋଗେ ବେଶ ସଫଳତାର ସହ ବାହାର ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଯାଇଛିଏପର୍ଯ୍ୟନ୍ତ ଲକ୍ଷାଧିକ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଅଣାଯାଇସାରିଛି

ଆଜିର ସମୀକ୍ଷା ବୈଠକରେ କେନ୍ଦ୍ର ସରକାରଙ୍କ ଦୁଇ ମନ୍ତ୍ରଣାଳୟ ତଥା ରାଜ୍ୟ କେନ୍ଦ୍ର ଶାସିତ କ୍ଷେତ୍ରର ନୋଡାଲ ଅଧିକାରୀମାନେ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଉତ୍ପନ୍ନ ସମସ୍ୟାର କିଭଳି ସମାଧାନ କରାଯାଇ ପାରିବ ସେ ସଂପର୍କରେ ମଧ୍ୟ ଏଥିରେ ଆଲୋଚନା କରାଯାଇଥିଲା ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଅଣାଯିବା ସକାଶେ ପର୍ଯ୍ୟାପ୍ତ ସଂଖ୍ୟକ ଟ୍ରେନର ବ୍ୟବସ୍ଥା କରାଯାଉଛି ବୋଲି ପ୍ରବାସୀ ଶ୍ରମିକମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲାଆଗ୍ରହୀ ଶ୍ରମିକମାନଙ୍କୁ ତୁରନ୍ତ ଫେରାଇ ନେବାଲାଗି ପ୍ରତିଦିନ ଶତାଧିକ ଟ୍ରେନର ବ୍ୟବସ୍ଥା କରାଯାଉଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି

 

***************

 



(Release ID: 1623026) Visitor Counter : 140