ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଗୃହ ମନ୍ତ୍ରଣାଳୟର ମଞ୍ଜୁରି : ସିବିଏସଇ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ସାରା ଦେଶରେ ଖୋଲିବ 3 ହଜାର ମାନ୍ୟତାପ୍ରାପ୍ତ ବିଦ୍ୟାଳୟ
• ଏହି ମଞ୍ଜୁରି ଫଳରେ 2.5 କୋଟି ପରୀକ୍ଷା ଖାତା ମୂଲ୍ୟାୟନରେ ମିଳିବ ସହାୟତା : ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’
प्रविष्टि तिथि:
09 MAY 2020 8:11PM by PIB Bhubaneshwar
ସିବିଏସଇ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ମଞ୍ଜୁରି ମିଳିଛି। ସାରା ଦେଶରେ ପରୀକ୍ଷା ଖାତା ମୂଲ୍ୟାୟନ ଲାଗି 3ହଜାର ସିବିଏସଇ ମାନ୍ୟତାପ୍ରାପ୍ତ ବିଦ୍ୟାଳୟ ଖୋଲାଯିବ। ଏହିସବୁ ସ୍କୁଲକୁ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଭାବେ ଉପଯୋଗ କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ଦିଆଯିବା ପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ କୃତଜ୍ଞତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ସାରା ଦେଶରେ 3000 ସିବିଏସଇ ଅନୁମତିପ୍ରାପ୍ତ ବିଦ୍ୟାଳୟକୁ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି ଏବଂ କେବଳ ଖାତା ମୂଲ୍ୟାୟନ ପାଇଁ ଏହି ସବୁ ସ୍କୁଲକୁ ଖୋଲିବା ନିମନ୍ତେ ସ୍ଵତନ୍ତ୍ର ଅନୁମତି ମିଳିଛି ।
ଫଳରେ 2.5 କୋଟି ପରୀକ୍ଷା ଖାତା ତୁରନ୍ତ ମୂଲ୍ୟାୟନ କରିବାରେ ସହାୟତା ମିଳିପାରିବ ବୋଲି ଶ୍ରୀ ନିଶଙ୍କ ଆଶାବ୍ୟକ୍ତ କରିଥିଲେ। ଅବଶିଷ୍ଟ ବୋର୍ଡ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଫଳ ଘୋଷଣା କରାଯିବ। ଏହି ପରୀକ୍ଷା ଜୁଲାଇ 1ରୁ 15, 2020 ମଧ୍ୟରେ ଅନୁଷ୍ଠିତ ହେବ।
********
(रिलीज़ आईडी: 1622571)
आगंतुक पटल : 213
इस विज्ञप्ति को इन भाषाओं में पढ़ें:
Punjabi
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Tamil
,
Telugu
,
Kannada
,
Malayalam