ଉପରାଷ୍ଟ୍ରପତିଙ୍କ ସଚିବାଳୟ
କୋଭିଡ-19 ଓ ସଂସଦୀୟ କମିଟି ବୈଠକ ନେଇ ରାଜ୍ୟସଭା ଅଧ୍ୟକ୍ଷ ଏବଂ ଲୋକସଭା ବାଚସ୍ପତିଙ୍କ ଆଲୋଚନା
प्रविष्टि तिथि:
07 MAY 2020 5:12PM by PIB Bhubaneshwar
ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଏମ ଭେଙ୍କେୟା ନାଇଡୁ ଉପରାଷ୍ଟ୍ରପତି ନିବାସରେ ଲୋକସଭା ବାଚସ୍ପତି ଶ୍ରୀ ଓମ ବିର୍ଲାଙ୍କ ସହ ଏକ ବୈଠକ କରି ଦେଶରେ କୋଭିଡ-19 ରୋଗର ପରିସ୍ଥିତି, ସାଂସଦଙ୍କ ଭୂମିକା ଏବଂ ସଂସଦୀୟ କମିଟି ବୈଠକର କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ ।
ଉଭୟ ଅଧ୍ୟକ୍ଷ ସନ୍ତୋଷଜନକ ଭାବେ ଅବଗତ ହୋଇଥିଲେ ଯେ, ସାଂସଦମାନେ ବିକାଶଶୀଳ ପଦକ୍ଷେପ ଆରମ୍ଭ କରିବା ସହିତ ଉଭୟ ସରକାର ଏବଂ ନାଗରିକ ସମାଜ ଦ୍ଵାରା ଗ୍ରହଣ କରାଯାଉଥିବା ବିଭିନ୍ନ ମାନବିକ ପଦକ୍ଷେପକୁ ସମର୍ଥନ କରିବା ତଥା କରୋନା ଭୂତାଣୁ ବିରୁଦ୍ଧରେ ଲଢେଇ କରିବାରେ ସକ୍ରିୟ ଅଛନ୍ତି । ଅଧ୍ୟକ୍ଷ ଦ୍ୱୟ ଜାଣି ଖୁସି ହେଲେ ଯେ, ସାଂସଦମାନେ ସେହି ଲୋକମାନଙ୍କ ସହିତ ଅଛନ୍ତି ଯେଉଁମାନେ ସେମାନଙ୍କୁ ପ୍ରତିନିଧିତ୍ଵ କରିବାର ସୁଯୋଗ ଦେଇଛନ୍ତି ।
ଶ୍ରୀ ନାଇଡୁ ଏବଂ ଶ୍ରୀ ବିର୍ଲା ସଂସଦର ବିଭିନ୍ନ କମିଟିର କାର୍ଯ୍ୟକାରିତା ସମ୍ଭାବନା ଉପରେ ଆଲୋଚନା କରିଥିଲେ । ସେମାନେ ଅନୁଭବ କରିଥିଲେ ଯେ, ଯଦି ପରିସ୍ଥିତି ନିକଟ ଭବିଷ୍ୟତରେ କମିଟିର ନିୟମିତ ପାରମ୍ପରିକ ବୈଠକକୁ ଅନୁମତି ନ ଦିଏ, ତେବେ ଏହି ସଭାଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଲାଗି ବିକଳ୍ପ ମାଧ୍ୟମର ଚିନ୍ତା କରାଯାଇପାରେ ।
ସେହି ଅନୁଯାୟୀ, ଉଭୟ ଗୃହର କାର୍ଯ୍ୟକଳାପକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିବା ଲାଗି ଆବଶ୍ୟକ ଭିତ୍ତିଭୂମି ଓ ବୈଷୟିକ ଦିଗର ବିସ୍ତୃତ ସମୀକ୍ଷା କରିବା ଲାଗି ଉଭୟ ଗୃହର ସେକ୍ରେଟାରୀ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
**********
(रिलीज़ आईडी: 1621953)
आगंतुक पटल : 252
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Kannada
,
Malayalam