ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା

• ବର୍ତ୍ତମାନ ସୁଦ୍ଧା 14,183 ଲୋକ ସୁସ୍ଥ ହୋଇଛନ୍ତି

Posted On: 06 MAY 2020 6:18PM by PIB Bhubaneshwar

ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ଵରୂପ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି

କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଆଜି ଗୁଜରାଟ ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେଙ୍କ ସହିତ ଏକ ବୈଠକରେ ଆଲୋଚନା କରିଥିଲେ ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ଉଭୟ ରାଜ୍ୟ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏହି ଅବସରରେ ଉଭୟ ରାଜ୍ୟରେ କୋଭିଡ-19ର ସ୍ଥିତି, ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା

ଅଣକୋଭିଡ ଜରୁରି ସେବା ପ୍ରତି ଅବହେଳା ପ୍ରଦର୍ଶନ କରାଯିବା ଅନୁଚିତ ବୋଲି ଡ. ହର୍ଷ ବର୍ଦ୍ଧନ ଗୁରୁତ୍ୱ ଦେଇଥିଲେ। ରାଜ୍ୟଗୁଡ଼ିକ ଗୁରୁତର ଶ୍ୱାସକ୍ରିୟା ଜନିତ ସଂକ୍ରମଣ (ଏସଏଆରଆଇ)/ସର୍ଦ୍ଦି ଭଳି ଅସୁସ୍ଥତା (ଆଇଏଲଆଇ)ମାମଲାଗୁଡ଼ିକର ସ୍କ୍ରିନିଂ ପରୀକ୍ଷଣ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି, ଯାହା ଫଳରେ ଜରୁରିକାଳୀନ ହଟସ୍ପଟକୁ ଚିହ୍ନଟ କରାଯାଇ ପରିଚାଳନା ନିମନ୍ତେ ଉପଯୁକ୍ତ ରଣନୀତି ଅବଲମ୍ବନ କରାଯାଇପାରିବ ଅଭ୍ୟାସଗତ ପରିବର୍ତ୍ତନ ସଚେତନତା ଅଭିଯାନକୁ ବ୍ୟାପକ କରାଯିବା ଆବଶ୍ୟକ ଯାହାଫଳରେ କୋଭିଡ-19 ମାମଲା ଚିହ୍ନଟ କ୍ଷେତ୍ରରେ ବାଛବିଚାର ଦୂର କରାଯାଇପାରିବ ଏହା ଠିକଣା ସମୟରେ ମାମଲା ଚିହ୍ନଟ, ଚିକିତ୍ସା ଏବଂ ମୃତ୍ୟୁହାର ହ୍ରାସ ଦିଗରେ ସହାୟକ ହେବ

ବର୍ତ୍ତମାନସୁଦ୍ଧା 14,183 ଜଣେ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି   ଗତ 24 ଘଣ୍ଟା ମଧ୍ୟରେ 1457 ଜଣ ରୋଗୀ ସୁସ୍ଥ ହେବା ଯୋଗୁ ଆରୋଗ୍ୟ ହାର 28.72%ରେ ପହଞ୍ଚିଛି  ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 2958 ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା   49,391ରେ ପହଞ୍ଚିଛି

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ସଦ୍ୟତମ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]inରେ ଇମେଲ କରନ୍ତୁ କିମ୍ବା  @CovidIndiaSeva ରେ ଟୁଇଟ କରନ୍ତୁ

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 କିମ୍ବା 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

 

*********

 



(Release ID: 1621705) Visitor Counter : 187