ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା

ବର୍ତ୍ତମାନ ସୁଦ୍ଧା ପ୍ରାୟ 11,706 ଲୋକ ସୁସ୍ଥ ହୋଇଛନ୍ତି

Posted On: 04 MAY 2020 6:21PM by PIB Bhubaneshwar

ଏକ ସତର୍କ, ସକ୍ରିୟ ତଥା ବର୍ଗୀକୃତ ମୁକାବିଲା ନୀତିର ଅଂଶବିଶେଷ ସ୍ଵରୂପ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି

ଆଜି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ମଧ୍ୟପ୍ରଦେଶ ସ୍ଵାସ୍ଥ୍ୟମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ସହିତ ଏକ ବୈଠକ କରିଥିଲେ। ଏହି ବୈଠକରେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ଚୌବେ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟରେ କୋଭିଡ-19 ପ୍ରତିରୋଧ ଓ ପରିଚାଳନା ନିଆଯାଇଥିବା ପଦକ୍ଷେପ ସମୀକ୍ଷା କରାଯାଇଥିଲା କଣ୍ଟାକ୍ଟ ଟ୍ରେସିଂ, ସର୍ଭିଲେନ୍ସ, ଘରକୁ ଘର ବୁଲି ସକ୍ରିୟ ମାମଲା ଖୋଜିବା, ଅଣକୋଭିଡ ରୋଗୀଙ୍କ ଚିକିତ୍ସା ଆଦି ପ୍ରସଙ୍ଗ ଏଥିରେ ଆଲୋଚନା କରିବା।

17 ଏପ୍ରିଲ,2020 ଠାରୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପରିଚାଳନାର ସ୍ଥିତିକୁ ପ୍ରଦର୍ଶିତ କରୁଥିବା ଫଳାଫଳ (ଆରୋଗ୍ୟ ଓ ମୃତ୍ୟୁ) ହାରକୁ ବିଶ୍ଳେଷଣ କରାଯିବା ପରେ ଜଣାପଡ଼ିଛି ଯେ ବର୍ତ୍ତମାନ ଏହି ହାର 90:10ରେ ପହଞ୍ଚିଛି, ଯାହାକି ସେତେବେଳେ 80:10 ଥିଲା।

ବର୍ତ୍ତମାନ ସୁଦ୍ଧା ଦେଶରେ 11,706 ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଛାଡ଼ ପାଇଛନ୍ତି, ଯାହାକି ଆରୋଗ୍ୟ ହାରକୁ 27.52 ପ୍ରତିଶତରେ ପହଞ୍ଚାଇଛି। ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 42,533ରେ ପହଞ୍ଚିଛି। ଗତ 24 ଘଣ୍ଟାରେ ଭାରତରେ 2553 ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ରାଜ୍ୟ ଓ କେନ୍ଦ୍ର ସରକାର କଡ଼ାକଡ଼ି ଭାବେ ଅବରୋଧ ପଦକ୍ଷେପ ନେବାକୁ ପୁଣିଥରେ ପରାମର୍ଶ ଦିଆଯାଉଛି, ଯାହାଦ୍ଵାରା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବ। ସେମାନେ ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ସହିତ ରୋଗୀଙ୍କ ଚିକିତ୍ସାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଆବଶ୍ୟକ।

ଲକଡାଉନ କୋହଳ ହୋଇଥିଲେ ମଧ୍ୟ ଶାରୀରିକ ଦୂରତା, ହାତ ଓ ପରିବେଶ ସଫା ରଖିବା ପଦକ୍ଷେପକୁ ପାଳନ କରିବା ସହିତ କୋଭିଡ-19 କୁ ସତର୍କ, ସଚେତନ ଭାବେ ମୁକାବିଲା କରିବା ଆମ ପାଇଁ ଗୁରୁତ୍ଵପର୍ଣ୍ଣ। ସର୍ବସାଧାରଣ ସ୍ଥାନରେ ସବୁବେଳେ ମାସ୍କ ପିନ୍ଧିବା ଜରୁରି। କଣ୍ଟେନମେଣ୍ଟ ଅଞ୍ଚଳ ବାହାରେ ମଧ୍ୟ ସରକାରଙ୍କ ସମସ୍ତ ସତର୍କତା ନିୟମକୁ ପାଳନ କରାଯିବା ଉଚିତ। ସାମଗ୍ରୀ କିଣିବା ସମୟରେ ଏବଂ ସାଧାରଣ କ୍ଷେତ୍ରରେ ସାକ୍ଷାତ କରିବା ସମୟରେ ଭିଡ଼ ଏଡ଼ାଇବା ଆବଶ୍ୟକ।

କୋଭିଡ-19 ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସଦ୍ୟତମ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ।

କୋଭିଡ-19 ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19[at]gov[dot]inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019[at]gov[dot]in ରେ ଇମେଲ କରନ୍ତୁ କିମ୍ବା  @CovidIndiaSeva ରେ ଟ୍ଵିଟ କରନ୍ତୁ

କୋଭିଡ-19 ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +91-11-23978046 or 1075 (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-19 ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdfରେ ଉପଲବ୍ଧ ରହିଛି

 

***********



(Release ID: 1621021) Visitor Counter : 194