ପ୍ରତିରକ୍ଷା ମନ୍ତ୍ରଣାଳୟ

କୋଭିଡ଼-19 ଯୋଦ୍ଧାଙ୍କୁ ଧନ୍ୟବାଦ ଜ୍ଞାପନ ପାଇଁ ଦେଶ ସହ ସାମିଲ ହେଲା ଭାରତୀୟ ତଟରକ୍ଷୀ ବାହିନୀ

Posted On: 02 MAY 2020 5:33PM by PIB Bhubaneshwar

ଭାରତୀୟ ତଟରକ୍ଷୀ ବାହିନୀ କୋଭିଡ଼-19 ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଥିବା କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି । ଦେଶରେ କରୋନା ମହାମାରୀ ସଂପ୍ରସାରଣକୁ ରୋକିବା ନିମନ୍ତେ ଏହି ଯୋଦ୍ଧାମାନେ ସକାରାତ୍ମକ ଭାବେ ସାମିଲ ହୋଇଛନ୍ତି । ସେମାନେ ଅତିରିକ୍ତ ଗୋଷ୍ଠୀ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହା ଫଳରେ ସେମାନେ ନାବିକ, ବିୋଷ କରି ମତ୍ସ୍ୟଜୀବୀ ଗୋଷ୍ଠୀ, ବନ୍ଦର ଓ ଅନ୍ୟାନ୍ୟ ଏଜେନ୍ସିମାନଙ୍କୁ କରୋନା ସଂକ୍ରମଣ ସଂପର୍କରେ ସଚେତନ କରାଉଛନ୍ତି ।  ଭାରତୀୟ ତଟରକ୍ଷୀ ବାହିନୀର ବିଭିନ୍ନ ୟୁନିଟ୍‌ ସ୍ଥାନୀୟ ପ୍ରଶାସନକୁ ଏହି କାର୍ଯ୍ୟ, ଯଥା ଗରିବ ଓ ସ୍ଥାନାନ୍ତରୀତ ଶ୍ରମିକମାନଙ୍କୁ ଖାଦ୍ୟସାମଗ୍ରୀ/ ଖାଦ୍ୟ ବଣ୍ଟନରେ ସହଯୋଗ କରୁଛନ୍ତି । ଏହା ବ୍ୟତୀତ, ଆଇସିଜି ପ୍ରତିରକ୍ଷା ମନ୍ତ୍ରଣାଳୟର ଛାମୁଆ ଭାଗରେ ରହି କୋଭିଡ଼ ଯୋଦ୍ଧାଙ୍କ କାର୍ଯ୍ୟକୁ ପ୍ରଶଂସା କରି ଆସୁଛନ୍ତି ।

ଆଇସିଜି ମଧ୍ୟ କୋଭିଡ଼-19 ଯୋଦ୍ଧାଙ୍କୁ ଭାରତର ଧନ୍ୟବାଦକାର୍ଯ୍ୟରେ ଅଂଶଗ୍ରହଣ କରୁଛି । ଏହି ଅବସରରେ ସେମାନେ ତଟରକ୍ଷା କାର୍ଯ୍ୟରେ ନିୟୋଜିତ ଜାହାଜରେ ଦୀପ ପ୍ରଜ୍ଵଳନ କରିବା ସହ କରୋନା ରୋଗୀ ଚିକିତ୍ସିତ ହେଉଥିବା ହସପିଟାଲଗୁଡ଼ିକ ଉପରେ ପୁଷ୍ପବୃଷ୍ଟି କରିବାକୁ ସ୍ଥିର କରିଛି । କୋଭିଡ଼-19 ଯୋଦ୍ଧାଙ୍କ କାର୍ଯ୍ୟକୁ ଏହି ଜାହାଜମାନଙ୍କ ଜରିଆରେ ପ୍ରଶଂସା ତଥା ଧନ୍ୟବାଦ ଜ୍ଞାପନ କରାଯିବ । ମେ 3, 2020ରେ ଦେଶର ସମଗ୍ର ଉପକୂଳର 25ଟି ସ୍ଥାନରେ ଥିବା ତଟରକ୍ଷୀ ବାହିନୀ ଜାହାଜ ଉପରେ ଦୀପ ପ୍ରଜ୍ଜ୍ୱଳନ କରାଯିବ । ସେଥି ମଧ୍ୟରେ ଅତି ଦୂରନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପ ଓ ମିନିକଏ ଦ୍ୱୀପପୁଞ୍ଜ ସାମିଲ । ଏହା ବ୍ୟତୀତ, ଆଇସିଜିର ହେଲିକପ୍ଟର ମଧ୍ୟ ଦେଶର ପାଞ୍ଚଟି ସ୍ଥାନରେ କୋଭିଡ଼-19 ହସପିଟାଲ ଉପରେ ପୁଷ୍ପ ବୃଷ୍ଟି କରିବ ।

ମୋଟ 46ଟି ଆଇସିଜି ଜାହାଜ ଏବଂ ପ୍ରାୟ 10ଟି ହେଲିକପ୍ଟର ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଆଇସିଜି ଜାହାଜ ଏବଂ ବିମାନମାନ ନିମ୍ନଲିଖିତ ସ୍ଥାନରେ ଧନ୍ୟବାଦ ଜ୍ଞାପନ କାର୍ଯ୍ୟକ୍ରମରେ ସାମିଲ ହେବ:

 

SlNo

Location

Ship

Helicopter

01

Porbandar

Daman

02

Okha

Mumbai

03

Ratnagiri

Goa

04

Dahanu

Chennai

05

Murud

Port Blair

06

Goa

 

07

New Mangalore

 

08

Kavratti

 

09

Tuticorin

 

10

Kanyakumari

 

11

Chennai

 

12

Krishnapatnam

 

13

Nizamapatnam

 

14

Puducherry

 

15

Kakinada

 

16

Paradip

 

17

Gopalpur/Puri

 

18

SagarIsland

 

19

Port Blair

 

20

Diglipur

 

21

Mayabuundur

 

22

Hutbay

 

23

Campbell Bay

 

 ଆଇସିଜି ଜାହାଜ ଏବଂ ବିମାନଗୁଡ଼ିକ ସମୁଦ୍ରରେ ନିଜର ତୀକ୍ଷ୍ଣ ନଜର ରଖିବା ସହ ଭାରତୟ ଉପମହାଦେଶର ସମୁଦ୍ର ନିରାପତ୍ତା ପ୍ରତି ମଧ୍ୟ ଧ୍ୟାନ ରଖିଆସିଛି । ଏହା ତଟୀୟ ସର୍ଭେଲାନ୍ସ ରାଡ଼ାର ନେଟୱାର୍କ ସହାୟତାରେ ଅହୋରାଜ୍ର ଇଲେକ୍ଟ୍ରୋନିକ୍‌ ସର୍ଭେଲାନ୍ସ ବ୍ୟବସ୍ଥା ବଜାୟ ରଖିଛି  ।

**********



(Release ID: 1620520) Visitor Counter : 208