ପ୍ରତିରକ୍ଷା ମନ୍ତ୍ରଣାଳୟ
                
                
                
                
                
                
                    
                    
                        କରୋନା ଭୂତାଣୁକୁ ବିଘଟିତ କରିବା ପାଇଁ ମାଇକ୍ରୋ ୱେଭ ଷ୍ଟେରିଲାଇଜର ବିକଶିତ
                    
                    
                        
                    
                
                
                    Posted On:
                30 APR 2020 6:22PM by PIB Bhubaneshwar
                
                
                
                
                
                
                ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଅନୁବନ୍ଧିତ ଏକ ସମ୍ମାନଜନକ ବିଶ୍ୱବିଦ୍ୟାଳୟ, ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି କୋଭିଡ-19ର ବିଘଟନ କରିବା ପାଇଁ ‘ଅତୁଲ୍ୟ’ ନାମରେ ଏକ ମାଇକ୍ରୋୱେଭ ଷ୍ଟେରିଲାଇଜର ବିକଶିତ କରିଛି । ଏହି ଭୂତାଣୁ 56 ଡିଗ୍ରୀ ସେଲସିୟସରୁ 60 ଡିଗ୍ରୀ ସେଲସିୟସ ତାପମାତ୍ରାରେ ବିଭାଜନକାରୀ ଉଷ୍ମ ପଦ୍ଧତି ଦ୍ୱାରା ବିଘଟିତ ବା ନଷ୍ଟ ହୋଇ ଯାଇଥାଏ ।
ଏହି ଉତ୍ପାଦ ହେଉଛି ଶସ୍ତା ଓ ସମାଧାନକାରୀ ଯାହାକୁ ପୋର୍ଟେବୁଲ୍ ଅବା ସ୍ଥାୟୀ ଭାବରେ ବ୍ୟବସ୍ଥିତ କରି ପରିଚାଳିତ କରାଯାଇ ପାରିବ । ଏହି ବ୍ୟବସ୍ଥାକୁ ମାନବ / ସଂଚାଳନ ସୁରକ୍ଷା ପାଇଁ ପରୀକ୍ଷଣ କରାଯାଇଛି ଏବଂ ଏହା ସୁରକ୍ଷିତ ବିବେଚିତ ହୋଇଛି । ଭିନ୍ନ ଭିନ୍ନ ବସ୍ତୁଗୁଡ଼ିକର ଆକାର ଏବଂ ଢ଼ାଂଚା ଅନୁସାରେ ଷ୍ଟେରିଲାଇଜେସନର ସମୟ 30 ସେକେଣ୍ଡରୁ ଏକ ମିନିଟ ମଧ୍ୟରେ ରହୁଛି । ଏହି ବ୍ୟବସ୍ଥାର ଓଜନ ହେଉଛି ପ୍ରାୟ 3 କିଲୋଗ୍ରାମ ଏବଂ ଏହାର ଉପଯୋଗ କେବଳ ଅଣ-ମେଟାଲିକ ବସ୍ତୁଗୁଡ଼ିକ ପାଇଁ କରାଯାଇ ପାରିବ ।
 
**********
                
                
                
                
                
                (Release ID: 1619885)
                Visitor Counter : 245
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada