ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଟ୍ରକ ଓ ମାଲବାହୀ ଯାନର ବାଧାମୁକ୍ତ ଗମନାଗମନ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

• ଦେଶରେ ବସ୍ତୁ ଓ ସେବା ଯୋଗାଣ ଶୃଙ୍ଖଳକୁ ବଜାୟ ରଖିବା ନିମନ୍ତେ ଏହା ଅତ୍ୟନ୍ତ ଜରୁରି
• ଆନ୍ତଃରାଜ୍ୟ ସୀମାରେ ଯାତାୟାତ ନିମନ୍ତେ ଭିନ୍ନ ଭିନ୍ନ ପାସ ନମାଗିବାକୁ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉ : ଗୃହ ମନ୍ତ୍ରଣାଳୟ

प्रविष्टि तिथि: 30 APR 2020 7:27PM by PIB Bhubaneshwar

ସୂଚନାରୁ ଜଣାପଡ଼ିଛି ଯେ ଆନ୍ତଃରାଜ୍ୟ ସୀମାରେ ଟ୍ରକଗୁଡ଼ିକର ଗମନାଗମନ ବାଧାପ୍ରାପ୍ତ ହେଉଛି। ଦେଶର ବିଭିନ୍ନ ଭାଗରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଲାଗି ଥିବା ସୀମାରେ ସ୍ଥାନୀୟ ଅଧିକାରୀମାନେ ଭିନ୍ନ ଭିନ୍ନ ପାସ ଦେଖାଇବାକୁ ଅନୁମତି ମାଗୁଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପୁଣି ଥରେ ନିର୍ଦ୍ଦେଶ ଦିଆଯାଉଛି ଯେ ଲକଡାଉନ ଉପାୟ ଉପରେ ସଂଶୋଧିତ ଗାଇଡଲାଇନ ଅନୁସାରେ, ଟ୍ରକ ଓ ମାଲବାହୀ ଯାନର ଗମନାଗମନ ପାଇଁ କୌଣସି ଭିନ୍ନ ପାସର ଆବଶ୍ୟକତା ନାହିଁ । ଏଥିରେ ଖାଲି ଟ୍ରକଗୁଡ଼ିକ ମଧ୍ୟ ସାମିଲ ରହିଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଥିବା ପତ୍ରରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଲକଡାଉନ ଅବଧି ସମୟରେ ସାରା ଦେଶରେ ବସ୍ତୁ ଓ ସେବାର ଯୋଗାଣ ଶୃଙ୍ଖଳକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଏସବୁ ଯାନର ବାଧାମୁକ୍ତ ଗମନାଗମନ ଅତ୍ୟନ୍ତ ଜରୁରି।

କୋଭିଡ-19ର ମୁକାବିଲା ନିମନ୍ତେ ଜାରି ହୋଇଥିବା ଲକଡାଉନ ଉପାୟ ଉପରେ ସଂଶୋଧିତ ଗାଇଡଲାଇନ 15 ଏପ୍ରିଲ 2020ରେ ଜାରି ହୋଇଥିଲା। ଯାହା

https://www.mha.gov.in/sites/default/files/MHA%20order%20dt%2015.04.2020%2C%20with%20Revised%20Consolidated%20Guidelines_compressed%20%283%29.pdf). ରେ ଉପଲବ୍ଧ। ଏହି ଗାଇଡଲାଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ମାଲ ପରିବହନ ନିମନ୍ତେ ଟ୍ରକ ଓ ମାଲବାହୀ ଯାନଗୁଡ଼ିକୁ ଦେଶର ବିଭିନ୍ନ ଅଂଶରେ ବାଧାମୁକ୍ତ ଚଳାଚଳ ପାଇଁ ଅନୁମତି ଦିଆଯାଇଛି।

ଏହି ଗାଇଡଲାଇନର ଅନୁପାଳନ ସୁନିଶ୍ଚିତ କରିବା ଲାଗି ଗୃହ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏ ସଂକ୍ରାନ୍ତରେ କ୍ଷେତ୍ରୀୟ ଅଧିକାରୀ ଏବଂ ସଂସ୍ଥାଗୁଡ଼ିକୁ ଅବଗତ କରାଇବା ଲାଗି କୁହାଯାଇଛି, ଯାହା ଫଳରେ ତୃଣମୂଳସ୍ତରରେ କୌଣସି ଦ୍ଵନ୍ଦ ରହିବ ନାହିଁ। ବିନା କୌଣସି ବାଧାରେ ଖାଲି ଟ୍ରକ ସମେତ ମାଲବାହୀ ଟ୍ରକ ଏବଂ ଅନ୍ୟ ଯାନଗୁଡ଼ିକ ଦେଶର ବିଭିନ୍ନ ସ୍ଥାନକୁ ଯାତାୟାତ କରିପାରିବ

 

*************

 


(रिलीज़ आईडी: 1619784) आगंतुक पटल : 246
इस विज्ञप्ति को इन भाषाओं में पढ़ें: Punjabi , English , Urdu , हिन्दी , Marathi , Bengali , Assamese , Gujarati , Tamil , Telugu , Kannada , Malayalam