ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଏବଂ ମିଆଁମାର ରାଜ୍ୟ ପରାମର୍ଶଦାତା ଅଙ୍ଗ ସାନ ସୁକିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 30 APR 2020 3:50PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଆଁମାରର ରାଜ୍ୟ ପରାମର୍ଶଦାତା ଅଙ୍ଗ ସାନ ସୁକିଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତିଉଭୟ ନେତା କୋଭିଡ- 19 ବୈଶ୍ୱିକ ମହାମାରୀର ଆଞ୍ଚଳିକ ପ୍ରଭାବ ଏବଂ ଦୁଇ ଦେଶ ଏହାର ମୁକାବିଲା ଲାଗି ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେମିଆଁମାରକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ପଡୋଶୀ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୋଭିଡ-19ର ମୁକାବିଲା ଲାଗି ମିଆଁମାରକୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟଗତ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ଭାରତ ପ୍ରସ୍ତୁତ ଅଛିଭାରତରେ ଥିବା ମିଆଁମାର ନାଗରିକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାପାଇଁ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଏବଂ ମିଆଁମାରରେ ଥିବା ଭାରତୀୟଙ୍କୁ ସହଯୋଗ ପ୍ରଦାନ କରିଥିବାରୁ ରାଜ୍ୟ ପରାମର୍ଶଦାତାଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ

କୋଭିଡ-19 ସମ୍ପର୍କିତ ବର୍ତ୍ତମାନ ଭବିଷ୍ୟତର ଆହ୍ୱାନଗୁଡିକର ମୁକାବିଲା ଲାଗି ଉଭୟ ଦେଶ ମିଳିତ ଉଦ୍ୟମ ଜାରି ରଖିବେ ବୋଲି ଦୁଇ ନେତା ସହମତ ହୋଇଥିଲେ

 

 

************


(ରିଲିଜ ଆଡି: 1619592) ପରିଦର୍ଶକ କାଉଣ୍ଟର : 264