ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ
                
                
                
                
                
                
                    
                    
                        କୋଭିଡ ହସ୍ପିଟାଲ ଓ ସଙ୍ଗରୋଧ କେନ୍ଦ୍ରରେ ଦିବ୍ୟାଙ୍ଗଜନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଲାଗି ରାଜ୍ୟମାନଙ୍କୁ  କେନ୍ଦ୍ର ସରକାରଙ୍କ ପତ୍ର
                    
                    
                        
                    
                
                
                    Posted On:
                29 APR 2020 5:00PM by PIB Bhubaneshwar
                
                
                
                
                
                
                ଦିବ୍ୟାଙ୍ଗଜନଙ୍କ ନିମନ୍ତେ ଆବଶ୍ୟକ ରହଣି, ସଙ୍ଗରୋଧ କେନ୍ଦ୍ର ସୁବିଧା ସହ ଅନ୍ୟାନ୍ୟ  ମୌଳିକ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପତ୍ର ଲେଖିଛନ୍ତି । ଏଥିରେ କୋଭିଡ-19 ପରୀକ୍ଷା ମଧ୍ୟ ଅନ୍ତର୍ଭୁକ୍ତ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଲେଖିଥିବା ପତ୍ରରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ସଚିବ ଶ୍ରୀମତୀ ଶକୁନ୍ତଳା ଡି.ଗାମଲିନ ଲେଖିଛନ୍ତି ଯେ, ମହାମାରୀର ପ୍ରକୋପକୁ ହ୍ରାସ କରିବା ପାଇଁ ଅଧିକାଂଶ କୋଭିଡ-19 କେନ୍ଦ୍ରରେ ଏକାନ୍ତବାସ, ସଙ୍ଗରୋଧ କେନ୍ଦ୍ର, ସାମ୍ପୁଲ ପରୀକ୍ଷାଗାର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ସୁଯୋଗ ରହିଛି । ଦିବ୍ୟାଙ୍ଗମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକତା ଠାରୁ କମ, ସ୍ଵଳ୍ପ ବୁଝିବା ଶକ୍ତି ଏବଂ ସେମାନଙ୍କ ଆବଶ୍ୟକତା ଅନୁସାରେ କୋଭିଡ-19 ହସ୍ପିଟାଲରେ ଆନୁଷଙ୍ଗିକ ବ୍ୟବସ୍ଥାର ଅଭାବ ସେମାନଙ୍କୁ ଆହୁରି ଅସୁବିଧାରେ ପକାଇବାର ସୁଯୋଗ ରହିଛି । 
ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗ ଏ ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ ଜାରି କରିଥିବା ନିୟମାବଳୀ ଅନୁସାରେ ଭାବର ଆଦାନ ପ୍ରଦାନ, ଦିବ୍ୟାଙ୍ଗଜନ ଓ ସେମାନଙ୍କ ସହାୟକଙ୍କ ପାଇଁ ନିରାପତ୍ତା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଏବଂ ଠାରରେ ବୁଝାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଅନ୍ତର୍ଭୁକ୍ତ । କୋଭିଡ-19 କେନ୍ଦ୍ରଗୁଡିକରେ ଏଗୁଡ଼ିକର ସୁବିଧା ସୁନିଶ୍ଚିତ କରାଇବା ଆବଶ୍ୟକ ।   
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦିବ୍ୟାଙ୍ଗଜନଙ୍କ ପାଇଁ ଉଦ୍ଦିଷ୍ଟ ଆବଶ୍ୟକତା ପ୍ରତି ବିଶେଷକରି ମହାମାରୀ କାଳରେ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି । ମୌଳିକ ଆବଶ୍ୟକତାଗୁଡିକ ମଧ୍ୟରେ ନିମ୍ନୋକ୍ତ ବିଷୟଗୁଡିକ ଅନ୍ତର୍ଭୁକ୍ତ –
	- ଚକଲଗା ଗାଡି ବ୍ୟବହାର କରୁଥିବା ଦିବ୍ୟାଙ୍ଗଙ୍କ ହାତ ପାହାନ୍ତାରେ ସାନିଟାଇଜର, ଗ୍ଳୋଭ, ସାବୁନ, ୱାସ ବେସିନ ରହିବା ଆବଶ୍ୟକ
 
	- ସରଳ ଓ ରେଖାଙ୍କିତ ପଦ୍ଧତିରେ ବିଭିନ୍ନ ଆବଶ୍ୟକ ସାମଗ୍ରୀର ଚିତ୍ର ରହିବା ଆବଶ୍ୟକ
 
	- ରେଲିଙ୍ଗ ସହ ରାମ୍ପ ବ୍ୟବସ୍ଥା 
 
	- କମ ଉଚ୍ଚତା ବିଶିଷ୍ଟ ରିସେପ୍ସନ, ଟେଷ୍ଟିଙ୍ଗ ଓ ଫର୍ମାସୀ କାଉଣ୍ଟର
 
	- ଡାକବାଜି ଯନ୍ତ୍ର ଯୋଗେ ବିଭିନ୍ନ ସୂଚନା ପ୍ରଦାନ
 
	- ଦିବ୍ୟାଙ୍ଗମାନଙ୍କୁ ସହାୟତା କରିବା ପାଇଁ ଅନ୍ତତଃ ଗୋଟିଏ ଲିଫ୍ଟରେ ଲିଫ୍ଟମେନ ନିଯୁକ୍ତି 
 
	- ବିଶେଷକରି ରୁମ ସହିତ ଯୋଡିହୋଇ ରହିଥିବା ଶୌଚାଳୟ ବ୍ୟବସ୍ଥା
 
	- ମାନସିକ ରୋଗଗ୍ରସ୍ତ ବ୍ୟକ୍ତି ଯଦି କୋଭିଡ-19 ଦ୍ଵାରା ଆକ୍ରାନ୍ତ ହୋଇଥିବେ, ତେବେ  ତାଙ୍କ ସହାୟକଙ୍କ ପାଇଁ ରୋଗୀ ପ୍ରକୋଷ୍ଠ ସଂଲଗ୍ନ କ୍ୟାବିନ ବ୍ୟବସ୍ଥା 
 
 
**********
 
                
                
                
                
                
                (Release ID: 1619354)
                Visitor Counter : 240
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam