ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ଲକଡାଉନ ସମୟରେ ଇପିଏଫଓର ନିରନ୍ତର ସେବା ପିଏମଜିକେୱାଇ ଅନ୍ତର୍ଗତ 13 ଲକ୍ଷ ଦାବି ସମାଧାନ

प्रविष्टि तिथि: 28 APR 2020 3:52PM by PIB Bhubaneshwar

ଲକଡାଉନ ସମୟରେ କର୍ମଚାରୀମାନଙ୍କୁ ଆର୍ଥିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଇପିଏଫଓ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ଅନ୍ତର୍ଗତ 7.40 ଲକ୍ଷ କୋଭିଡ-19 ଦାବି ସମେତ ମୋଟ 12.91 ଲକ୍ଷ ଦାବି ସମାଧାନ କରାଯାଇଛି ଏଥିରେ ପିଏମଜିକେୱାଇ ପ୍ୟାକେଜ ଅନ୍ତର୍ଗତ 2367.65 କୋଟି ଟଙ୍କାର କୋଭିଡ ଦାବି ସମେତ ମୋଟ 4684.52 କୋଟି ଟଙ୍କାର ଆର୍ଥିକ ଆବେଦନ ବିତରଣ କରାଯାଇଛି

ଉଲ୍ଲେଖଯୋଗ୍ୟ ଯେ କୋଭିଡ-19 ମହାମାରୀ ସମୟରେ ଛାଡ଼ ପାଇଥିବା ଟ୍ରଷ୍ଟଗୁଡ଼ିକର ସ୍ଥିତି ମଧ୍ୟ ସାମ୍ନାକୁ ଆସିଛି 27.04.2020 ସୁଦ୍ଧା ଏହି ଯୋଜନା ଅନ୍ତର୍ଗତ ଛାଡ଼ ପ୍ରାପ୍ତ ଟ୍ରଷ୍ଟଗୁଡ଼ିକ ଦ୍ଵାରା 79,743 ପିଏଫ ସଦସ୍ୟମାନଙ୍କୁ କୋଭିଡ-19 ଲାଗି ଅଗ୍ରୀମ ଆକାରରେ 875.52 କୋଟି ଟଙ୍କା ବିତରଣ କରାଯାଇଛି ଏଥିରେ 222 ଘରୋଇ କ୍ଷେତ୍ର ପ୍ରତିଷ୍ଠାନ 54641 ହିତାଧିକାରୀମାନଙ୍କୁ 338.23 କୋଟି ଟଙ୍କା, ରାଷ୍ଟ୍ରାୟତ୍ତ କ୍ଷେତ୍ରର 76ଟି ପ୍ରତିଷ୍ଠାନ ପକ୍ଷରୁ  24178 ଜଣ ହିତାଧିକାରୀଙ୍କ ପକ୍ଷରୁ 524.75 କୋଟି ଟଙ୍କା ଏବଂ 23ଟି ସମବାୟ କ୍ଷେତ୍ରର ପ୍ରତିଷ୍ଠାନ ପକ୍ଷରୁ 924 ଜଣ ହିତାଧିକାରୀମାନଙ୍କୁ 12.54 କୋଟି ଟଙ୍କା ବିତରଣ କରାଯାଇଛି

ମେସର୍ସ ଟାଟା କନସଲଟାନ୍ସି ମୁମ୍ବାଇ, ମେସର୍ସ ଏଚସିଏଲ ଟେକ୍ନୋଲୋଜିଜ ଲିମିଟେଡ ଗୁରୁଗ୍ରାମ ଏବଂ ମେସର୍ସ ଏଚଡିଏଫସି ବ୍ୟାଙ୍କ ପୋୱାଇ, ମୁମ୍ବାଇ ଅଧିକ ସଂଖ୍ୟକ ଦାବିଦାର ଏବଂ ଅଧିକ ପରିମାଣର ଅର୍ଥ ବିତରଣ ସହିତ ଘରୋଇ କ୍ଷେତ୍ରର ଛାଡ଼ ପାଇଥିବା ତିନୋଟି ଶୀର୍ଷ ଟ୍ରଷ୍ଟ ଭାବେ ବିବେଚିତ ହୋଇଛନ୍ତି । ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ମେସର୍ସ ଓଏନଜିସି ଡେରାଡୁନ, ମେସର୍ସ ନେଭେଲି ଲିଗ୍ନାଇଟ କର୍ପୋରେସନ ନେଭେଲି ଓ ମେସର୍ସ ଭେଲ ତ୍ରିଚୀ ଶୀର୍ଷ ତିନୋଟି ଛାଡ଼ ପ୍ରାପ୍ତ ପ୍ରତିଷ୍ଠାନ ମାନ୍ୟତା ପାଇଛନ୍ତି। ଏମାନେ ଅଧିକ ସଂଖ୍ୟକ କୋଭିଡ-19 ଦାବି ପୂରଣ କରିପାରିଛନ୍ତି ଅନ୍ୟପକ୍ଷରେ ଇପିଏଫଓ ସଦସ୍ୟମାନଙ୍କୁ ଅଧିକ ସଂଖ୍ୟକ ଅର୍ଥରାଶି ବିତରଣ ମାମଲାରେ ମେସର୍ସ ନେଭେଲି ଲିଗ୍ନାଇଟ କର୍ପୋରେସନ, ନେଭେଲି ମେସର୍ସ ଓଏନଜିସି ଡେରାଡୁନ ଏବଂ ମେସର୍ସ ବିଶାକାପାଟଣା ଷ୍ଟିଲ ପ୍ଲାଣ୍ଟ, ବିଶାଖାପାଟଣା ଶୀର୍ଷ ତିନୋଟି ପ୍ରତିଷ୍ଠାନ ଶୀର୍ଷ ତିନି ସ୍ଥାନରେ ରହିଛନ୍ତି।

କୋଭିଡ-19 ମହାମାରୀ ମୁକାବିଲା ଲାଗି ସରକାରଙ୍କ ଦ୍ଵାରା ଘୋଷିତ ପିଏମଜିକେୱାଇ ଯୋଜନାର ଅଂଶବିଶେଷ ସ୍ଵରୂପ ଇପିଏଫ ଯୋଜନା ମାଧ୍ୟମରେ ଏକ ସ୍ଵତନ୍ତ୍ର ଉଠାଣ ବ୍ୟବସ୍ଥା କରାଯାଇଛି ଏହି ମାମଲାରେ 28 ମାର୍ଚ୍ଚ, 2020 ତାରିଖରେ ଇପିଏଫ ଯୋଜନାର ଅନୁଚ୍ଛେଦ 68 ଏଲ (3)କୁ ଉପସ୍ଥାପନ କରିବା ନିମନ୍ତେ ବିଜ୍ଞପ୍ତି ଜାରି କରାଯାଇଥଲା। ଏହି ବ୍ୟବସ୍ଥା ଅନ୍ତର୍ଗତ ତିନି ମାସ ଲାଗି ମୂଳ ବେତନ ଓ ମହଙ୍ଗା ଭତ୍ତାର ସୀମା ପର୍ଯ୍ୟନ୍ତ ଅଣଫେରସ୍ତଯୋଗ୍ୟ ଉଠାଣ କିମ୍ବା ଇପିଏଫ ଆକାଉଣ୍ଟରେ ସଦସ୍ୟଙ୍କୁ କ୍ରେଡିଟ ଲାଗି ଉପଲବ୍ଧ ଅର୍ଥର 75 ପ୍ରତିଶତ ପର୍ଯ୍ୟନ୍ତ, ଯାହା କମ ହୋଇଥିବ, ପ୍ରଦାନ କରାଯାଉଛି

ଲକଡାଉନ କାରଣରୁ ମାତ୍ର ଏକ ତୃତୀୟାଂଶ କର୍ମଚାରୀ କାମ କରିବା ଲାଗି ସକ୍ଷମ ହେଉଛନ୍ତି। ଏହା ସତ୍ତ୍ୱେ, ଇପିଏଫଓ ଏହି କଠିନ ପରିସ୍ଥିତି ସମୟରେ ନିଜ ସଦସ୍ୟମାନଙ୍କୁ ସେବା ପ୍ରଦାନ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଏହି କଠିନ ପରିସ୍ଥିତି ସମୟରେ ଇପିଏଫଓ କାର୍ଯ୍ୟାଳୟ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ନିରନ୍ତର କାର୍ଯ୍ୟ କରୁଛି

 

**********


(रिलीज़ आईडी: 1619077) आगंतुक पटल : 280
इस विज्ञप्ति को इन भाषाओं में पढ़ें: English , Gujarati , Urdu , हिन्दी , Marathi , Assamese , Manipuri , Punjabi , Tamil , Telugu , Kannada , Malayalam