ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ନିର୍ଦ୍ଦିଷ୍ଟ କେତେକ ଶ୍ରେଣୀର ଦୋକାନ ଖୋଲିବା ପାଇଁ ଅନୁମତି ଦେବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

• ସିଙ୍ଗଲ ଓ ମଲ୍ଟିବ୍ରାଣ୍ଡ ମଲ ପାଇଁ ଏହି ନିୟମ ଲାଗୁ ହେବ ନାହିଁ
• ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନରେ ଲକଡାଉନ କୋହଳ ହେବନାହିଁ

ପୋଷ୍ଟ କରାଯିବା ଦିନାଙ୍କ: 25 APR 2020 12:47AM by PIB Bhubaneswar

ଲକଡାଉନ ଜାରି ସତ୍ତ୍ୱେ କେନ୍ଦ୍ର ସରକାର ପଞ୍ଜୀକୃତ କେତେକ ପ୍ରକାର ଦୋକାନ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଶନିବାରଠାରୁ କେତେକ କୋହଳ ବ୍ୟବସ୍ଥା ଲାଗୁ କରିଛନ୍ତିଏହି ମର୍ମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛିଏହି ନିର୍ଦ୍ଦେଶ ଅନୁସାରେ ଦୋକାନ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ ଅନୁସାରେ ପଞ୍ଜୀକୃତ ସମସ୍ତ ପ୍ରତିଷ୍ଠାନ ଏଣିକି କେତେକ ନିର୍ଦ୍ଦିଷ୍ଟ ସର୍ତ୍ତରେ ଖୋଲିବଏହି ସବୁ ଦୋକାନ ବ୍ୟବସାୟ ପ୍ରତିଷ୍ଠାନର ସର୍ବୋଚ୍ଚ 50 ଭାଗ କର୍ମଚାରୀ କାମରେ ଯୋଗ ଦେଇପାରିବେ ଏବଂ ସମସ୍ତେ ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷା କରିବେସିଙ୍ଗଲ ମଲ୍ଟିବ୍ରାଣ୍ଡ ମଲ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଦୋକାନ ଖୋଲାଯାଇପାରିବପୌରାଞ୍ଚଳ ବାହାରେ ଥିବା ମାର୍କେଟ କମ୍ପ୍ଲେକ୍ସ ଦୋକାନଗୁଡିକୁ ଖୋଲିବାକୁ ମଧ୍ୟ ଅନୁମତି ମିଳିଛିସେଠାକାର ଦୋକାନୀ କର୍ମଚାରୀ ମଧ୍ୟ ସର୍ତ୍ତ ନିୟମ ପାଳନ କରିବାକୁ ବାଧ୍ୟସେହିଭଳି ଆବାସିକ ଭବନ/କମ୍ପ୍ଲେକ୍ସ ପରିସରରେ ଥିବା ଦୋକାନଗୁଡିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି

ତେବେ ଏହି କୋହଳ ଆଦେଶ କରୋନା ହଟସ୍ପଟ କଣ୍ଟେନମେଣ୍ଟ ଅଞ୍ଚଳରେ ଲାଗୁହେବ ନାହିଁ ସେସବୁ ସ୍ଥାନରେ ଅଧ୍ୟାଦେଶ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବଏଠାରେ ସୂଚନାଯୋଗ୍ୟ ଯେ ଚଳିମ ମାସ 15 ତାରିଖରେ କେନ୍ଦ୍ର ସରକାର କେତେକ କ୍ଷେତ୍ରକୁ ଲକଡାଉନ କଟକଣାରୁ ମୁକ୍ତ କରିଥିଲେଏବେ ଏହି  କୋହଳ  ପଦକ୍ଷେପ ପରିସରକୁ ବଢ଼ାଇ ଦିଆଯାଇଛି

*******


(ରିଲିଜ ଆଡି: 1618109) ପରିଦର୍ଶକ କାଉଣ୍ଟର : 352