ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଦୋକାନ ଖୋଲିବାନେଇ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ସ୍ପଷ୍ଟୀକରଣ
Posted On:
25 APR 2020 11:34AM by PIB Bhubaneshwar
ଦୋକାନ ଖୋଲିବାକୁ ଅନୁମତି ଦେବା ଲାଗି ଲକଡାଉନ ଅବଧିର ମାର୍ଗଦର୍ଶିକାକୁ ସଂଶୋଧନ କରି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଗତକାଲି ଏକ ଏକୀକୃତ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି ।
(https://pib.gov.in/PressReleaseIframePage.aspx?PRID=1618049)
ଏହି ଆଦେଶ ସୂଚିତ କରେକି:
- ଗ୍ରାମାଞ୍ଚଳରେ, ସପିଂ ମଲ ବ୍ୟତୀତ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।
- ସହରାଞ୍ଚଳରେ, ସମସ୍ତ ଏକାକୀସ୍ଥିତ ଦୋକାନ, ପଡ଼ୋଶୀ ଏବଂ ଆବାସିକ କମ୍ପ୍ଲେକ୍ସ ଗୁଡିକର ନିକଟରେ ଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ବଜାର / ମାର୍କେଟ କମ୍ପ୍ଲେକ୍ସ ଏବଂ ସପିଂ ମଲ ଦୋକାନଗୁଡିକୁ ଖୋଲିବାକୁ ଅନୁମତି ନାହିଁ ।
ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଇ-କମର୍ସ କମ୍ପାନୀଗୁଡିକୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ପାଇଁ ଅନୁମତି ଦିଆଯିବ।
ଏହା ଆହୁରି ମଧ୍ୟ ସ୍ପଷ୍ଟ କରାଯାଇଛି ଯେ,COVID-19 ପରିଚାଳନା ପାଇଁ ଜାତୀୟ ନିର୍ଦ୍ଦେଶରେ ଉଲ୍ଲେଖ ରହିଥିବା ମଦ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରୟ ନିଷେଧରହିବ ।
ଏକୀକୃତ ସଂଶୋଧିତ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିବା ଭଳି, ରାଜ୍ୟ/କେନ୍ଦ୍ରଶାସିତ ଗୁଡିକର ସମ୍ପୃକ୍ତ ଗ୍ରାମାଞ୍ଚଳ କିମ୍ବା ସହରାଞ୍ଚଳରେ ଅବରୋଧ କ୍ଷେତ୍ର ଭାବେ ଘୋଷିତ ଅଞ୍ଚଳରେ ଥିବା ଦୋକାନଗୁଡିକୁ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ।
**********
(Release ID: 1618106)
Visitor Counter : 244
Read this release in:
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam