PIB Headquarters

କୋଭିଡ-19 ସଂକ୍ରାନ୍ତରେ ପିଆଇବିର ଦୈନିକ ବୁଲେଟିନ ତାରିଖ : 22.4.2020

Posted On: 22 APR 2020 6:45PM by PIB Bhubaneshwar

 

Text Box: •	ବର୍ତ୍ତମାନସୁଦ୍ଧା ଦେଶରେ 19,984 ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇସାରିଛି; ଏମାନଙ୍କ ମଧ୍ୟରୁ ପାଖାପାଖି 20 ପ୍ରତିଶତ ସଂକ୍ରମିତ ଆରୋଗ୍ୟ ଲାଭ କରିସାରିଛନ୍ତି 
•	ରାପିଡ ଆଣ୍ଟି ବଡି ପରୀକ୍ଷଣର ପ୍ରୟୋଗ ନିମନ୍ତେ ରାଜ୍ୟଗୁଡ଼ିକୁ ପ୍ରୋଟକଲ ଜାରି କଲା ଆଇସିଏମଆର
•	କୋଭିଡ-19 ସମ୍ପର୍କରେ ମତାମତ ସଂଗ୍ରହ କରିବା ନିମନ୍ତେ ଟେଲିଫୋନ ସର୍ବକ୍ଷେଣ ଆରମ୍ଭ କରିବେ ସରକାର
•	“ଭାରତ କୋଭିଡ-19 ଜରୁରିକାଳୀନ ହସ୍ତକ୍ଷେପ ଏବଂ ଚିକିତ୍ସା ପ୍ରସ୍ତୁତି ପ୍ୟାକେଜ” ପାଇଁ 15000 କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ
•	ଲକଡାଉନ କଟକଣାରୁ ଅଧିକ କୃଷି ଓ ଜଙ୍ଗଲଜାତ ଉତ୍ପାଦ, ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ଦୋକାନ ଏବଂ ବିଦ୍ୟୁତ ପଙ୍ଖା ଦୋକାନକୁ ବାଦ ଦିଆଗଲା
•	ସହରାଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ଘରୋଇ ଯତ୍ନ ସେବା ପ୍ରଦାନକାରୀ, ପ୍ରିପେଡ ମୋବାଇଲ ରିଚାର୍ଜ ଦୋକାନ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟକୁ ମଧ୍ୟ କଟକଣାରୁ ବାଦ
•	କୋଭିଡ-19 ମୁକାବିଲାରେ ଡାକ୍ତରମାନଙ୍କୁ ନିରାପତ୍ତା ଯୋଗାଇବାକୁ ଗୃହ ମନ୍ତ୍ରଣାଳୟର ପ୍ରତିଶ୍ରୁତି
•	କୋଭିଡ-19 ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଆବଶ୍ୟକତା ସତର୍କତା ଅବଲମ୍ବନ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶ 
(ଗତ 24 ଘଣ୍ଟା ମଧ୍ୟରେ କୋଭିଡ-19 ସମ୍ପର୍କରେ ଜାରି ପ୍ରେସ ରିଲିଜ ଫ୍ୟାକ୍ଟ ଚେକ୍ ତାଲିକା)

 

ପତ୍ର ସୂଚନା କାର୍ଯ୍ୟାଳୟ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଭାରତ ସରକାର

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା

 

ଭାରତରେ ଏବେ ସୁଦ୍ଧା କୋଭିଡ-19ରେ 19,984 ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇସାରିଛି। ଏମାନଙ୍କ ମଧ୍ୟରୁ 19.36 ପ୍ରତିଶତ ହାରରେ  3870 ଜଣ ଲୋକ ସୁସ୍ଥ ହୋଇ ହସ୍ପିଟାଲରୁ ଛାଡ଼ ପାଇସାରିଲେଣି। ଗତ 24 ଘଣ୍ଟା ମଧ୍ୟରେ 50 ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମହାମାରୀ ନିୟନ୍ତ୍ରଣ ଆଇନ,1897 ଅନ୍ତର୍ଗତ ଡାକ୍ତରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଏକ ଅଧ୍ୟାଦେଶ ଜାରି କରିବା ଲାଗି ମଧ୍ୟ କେନ୍ଦ୍ର କ୍ୟାବିନେଟ ସୁପାରିସ କରିଛନ୍ତି। ସମସ୍ତ ରାଜ୍ୟରେ ରାପିଡ ଆଣ୍ଟିବଡି ଟେଷ୍ଟ ଉପଯୋଗ କରିବା ପାଇଁ ଏକ ନିୟମ ଆଇସିଏମଆର ପକ୍ଷରୁ ଜାରି କରାଯାଇଛି। ଏହା ମଧ୍ୟ ଦୋହରା ଯାଇଛି ଯେ ରାପିଡ ଆଣ୍ଟି ବଡି ଟେଷ୍ଟ କେବଳ ନିରୀକ୍ଷଣ ସୁବିଧା ଭାବେ ଉପଯୋଗ କରାଯିବ। ଭାରତ ସରକାରଙ୍କ ପକ୍ଷରୁ ଏକ ଟେଲିଫୋନ ସର୍ବକ୍ଷେଣ କରାଯିବ ଯେଉଁଠି ନାଗରିକମାନଙ୍କୁ ଏନଆଇସି ଜରିଆରେ 1921 ଫୋନ ନମ୍ବରରେ ଯୋଗାଯୋଗ କରାଯିବ। ଏହା ଏକ ମୌଳିକ ସର୍ବେକ୍ଷଣ। କୋଭିଡ-19 ଲକ୍ଷଣର ଉପସ୍ଥିତି ଏବଂ ସଂକ୍ରମଣ ସଂକ୍ରାନ୍ତରେ ଉପଯୁକ୍ତ ମତାମତ ଦେବା ନିମନ୍ତେ ସମସ୍ତ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି ।

ଅଧିକ ବିବରଣ ପାଇଁ : https://pib.gov.in/PressReleseDetail.aspx?PRID=1617097

 

କୋଭିଡ-19 ମୁକାବିଲା ଲାଗି ଲକଡାଉନ କଟକଣାରୁ ଅଧିକ କୃଷି ଜଙ୍ଗଲଜାତ ଉତ୍ପାଦ, ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟପୁସ୍ତକ ଦୋକାନ ଏବଂ ବିଦ୍ୟୁତ ପଙ୍ଖା ଦୋକାନକୁ ବାଦ ଦିଆଗଲା

ସଂଶୋଧିତ ଗାଇଡଲାଇନ ଅନୁଯାୟୀ କେତେକ କାର୍ଯ୍ୟକଳାପ ଉପରୁ ଲକଡାଉନ କଟକଣା ଛାଡ଼ କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହଟସ୍ପଟ/ଅବରୋଧ ଅଞ୍ଚଳକୁ ବାଦ ଦେଲେ ଉପରୋକ୍ତ ସାମଗ୍ରୀ କାରବାର ଉପରେ କଟକଣା କୋହଳ କରାଯିବ। ଏହି କାର୍ଯ୍ୟକଳାପକୁ ଏସବୁ ନିଷିଦ୍ଧ ଅଞ୍ଚଳରେ ଅନୁମତି ଦିଆଯିବ ନାହିଁ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1616915

କୋଭିଡ-19 ଲକଡାଉନ କଟକଣାରୁ ସହରାଞ୍ଚଳରେ ବରିଷ୍ଠ ନାଗରିକଙ୍କୁ ଘରୋଇ ଯତ୍ନ ପ୍ରଦାନକାରୀ, ପ୍ରିପେଡ ମୋବାଇଲ ରିଚାର୍ଜ ସୁବିଧା, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟକୁ ଛାଡ଼ ଦିଆଯିବାକୁ ନିଷ୍ପତ୍ତି ହୋଇଛି

କୋଭିଡ-19 ମୁକାବିଲା ପାଇଁ ଜାରି ହୋଇଥିବା ଦେଶବ୍ୟାପୀ ଲକଡାଉନରୁ କେତେକ କାର୍ଯ୍ୟକଳାପକୁ ଛାଡ଼ କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି। ଉପରୋକ୍ତ ଆଦେଶ ଅନୁଯାୟୀ, ନିର୍ଦ୍ଦିଷ୍ଟ ସେବା ଓ କାର୍ଯ୍ୟକଳାପକୁ କଟକଣାରୁ ଛାଡ଼ କରିବା ନିମନ୍ତେ ଅନେକ ଜାଣିବାକୁ ଚାହିଁଥିଲେ।  ଏମଏଚଏ ପକ୍ଷରୁ ବର୍ତ୍ତମାନ ସ୍ପଷ୍ଟିକରଣ ଜାରି କରାଯାଇଛି ଏବଂ କେତେକ ସେବା ଉପରେ କଟକଣା କୋହଳ କରାଯାଇଛି।

ଅଧିକ ବିବରଣୀ ପାଇଁ :  https://pib.gov.in/PressReleseDetail.aspx?PRID=1616883

 

ଆଇଏମଏର ଡାକ୍ତର ଓ ବରିଷ୍ଠ ପ୍ରତିନିଧିଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଆଲୋଚନା : କୋଭିଡ-19 ଲଢ଼େଇରେ ସେମାନଙ୍କ ସୁରକ୍ଷା ପାଇଁ ଦେଲେ ଆଶ୍ବାସନା

କୋଭିଡ-19 ମୁକାବିଲା କ୍ଷେତ୍ରରେ ଡାକ୍ତର ସମୁଦାୟ ବର୍ତ୍ତମାନ ସୁଦ୍ଧା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛନ୍ତି। ଆଗକୁ ମଧ୍ୟ ସେମାନେ ସମର୍ପିତ ଭାବେ ଏହି କାର୍ଯ୍ୟ ଜାରି ରଖିବେ ବୋଲି ଗୃହ ମନ୍ତ୍ରୀ ବିଶ୍ବାସ ପ୍ରକଟ କରିଥିଲେ। ଏଥିପାଇଁ ଗୃହ ମନ୍ତ୍ରୀ ସମସ୍ତ ଡାକ୍ତରମାନଙ୍କୁ ପ୍ରଶଂସା କରିଥିଲେ। କୋଭିଡ-19 ଭଳି ପ୍ରାଣଘାତି ରୋଗ କବଳରୁ ଲୋକମାନଙ୍କୁ ସୁରକ୍ଷିତ ରଖିବା ଲାଗି ଡାକ୍ତରମାନଙ୍କ ବଳିଦାନକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1616965

ସ୍ବାସ୍ଥ୍ୟସେବା ପେସାଦାର, ମେଡ଼ିକାଲ କର୍ମଚାରୀ ଏବଂ ଅଗ୍ରଣୀ କର୍ମକର୍ତ୍ତାଙ୍କ ବିରୋଧରେ ହେଉଥିବା ହିଂସା ନିରାକରଣ ନିମନ୍ତେ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ସ୍ବାସ୍ଥ୍ୟସେବା ପେସାଦାର, ମେଡ଼ିକାଲ କର୍ମଚାରୀ ଏବଂ ଅଗ୍ରଣୀ କର୍ମକର୍ତ୍ତାଙ୍କ ବିରୋଧରେ ହେଉଥିବା ହିଂସା ନିରାକରଣ ନିମନ୍ତେ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ନିର୍ଦ୍ଦେଶ ଦିଆଯାଇଛି।  ଏମାନଙ୍କ ସେବା କାର୍ଯ୍ୟରେ ବାଧକ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି।

ଅଧିକ ବିବରଣୀ ପାଇଁ :  https://pib.gov.in/PressReleseDetail.aspx?PRID=1617162

ଭାରତ କୋଭିଡ-19 ଜରୁରିକାଳୀନ ହସ୍ତକ୍ଷେପ ଏବଂ ସ୍ବାସ୍ଥ୍ୟ ସେବା ପ୍ରସ୍ତୁତି ପ୍ୟାକେଜ ପାଇଁ 15,000 କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ

ଭାରତ କୋଭିଡ-19 ଜରୁରିକାଳୀନ ହସ୍ତକ୍ଷେପ ଏବଂ ସ୍ବାସ୍ଥ୍ୟ ସେବା ପ୍ରସ୍ତୁତି ପ୍ୟାକେଜ” ପାଇଁ କେନ୍ଦ୍ର କ୍ୟାବିନେଟ 15,000 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ତିନୋଟି ପର୍ଯ୍ୟାୟରେ ଏହି ପାଣ୍ଠି ମଞ୍ଜୁର କରାଯିବ। ତୁରନ୍ତ କୋଭିଡ-19 ମୁକାବିଲା ଲାଗି ଜରୁରିକାଳୀନ ହସ୍ତକ୍ଷେପ ପାଇଁ 7,774 କୋଟି ଟଙ୍କା ବିନିଯୋଗ କରାଯିବାକୁ ବ୍ୟବସ୍ଥା ହୋଇଛି। ଏହାପରେ ମିଶନ ମୋଡ ଆଭିମୁଖ୍ୟ ନେଇ ମଧ୍ୟମ ଅବଧି ସହାୟତା ସ୍ବରୂପ ଅବଶିଷ୍ଟ ଅର୍ଥ 1-4 ବର୍ଷ ମଧ୍ୟରେ ଖର୍ଚ୍ଚ କରାଯିବ।

ଅଧିକ ବିବରଣୀ ପାଇଁ :  https://pib.gov.in/PressReleseDetail.aspx?PRID=1617070

 

ଯଥେଷ୍ଟ ପରିମାନର ରକ୍ତ ମହଜୁଦ କରିବା ଲାଗି ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିବା ଏବଂ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ତଥା ଆଣିବା ଓ ଛାଡ଼ିବା ଭଳି ବିଭିନ୍ନ ସୁବିଧା କରିବା ଲାଗି ନିର୍ଦ୍ଦେଶ

ସାରା ଦେଶରେ ଥିବା ସମର୍ପିତ ରେଡକ୍ରସ ରକ୍ତଦାତା ଯୋଦ୍ଧାମାନଙ୍କୁ ଏକ ଭିଡିଓ କନଫରେନ୍ସ ଜରିଆରେ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ। ରକ୍ତହୀନତା ରୋଗୀଙ୍କୁ ଆବଶ୍ୟକ ରକ୍ତ ଯୋଗାଇ ଦେବା ନିମନ୍ତେ ସ୍ବେଚ୍ଛାକୃତ ରକ୍ତଦାନ ଓ ରକ୍ତଦାତାଙ୍କୁ ନେବା ଆଣିବା ସୁବିଧା ଯୋଗାଇ ଦେବା ନିମନ୍ତେ ସେ ସେମାନଙ୍କୁ ପରାମର୍ଶ ଦେଇଥିଲେ। ସେ ମଧ୍ୟ କରୋନା ରୋଗରୁ ଭଲ ହୋଇଥିବା ରୋଗୀଙ୍କୁ ରକ୍ତଦାନ ନିମନ୍ତେ ଉତ୍ସାହିତ କରିବା ଲାଗି ରେଡକ୍ରସ ସୋସାଇଟିକୁ ଆହ୍ବାନ କରିଥିଲେ। ଯାହା ଫଳରେ ସେମାନଙ୍କ ପ୍ଲାଜମାକୁ କରୋନା ସଂକ୍ରମିତଙ୍କ ଠାରେ ଉପଯୋଗ କରାଯାଇ ଖୁବଶୀଘ୍ର ସେମାନଙ୍କ ସୁସ୍ଥ କରିବା ସହଜ ହେବ

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1616886

ଧରିତ୍ରୀ ମାତାକୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ଅନ୍ତର୍ଜାତୀୟ ଧରିତ୍ରୀ ଦିବସ ଅବସରରେ ଧରିତ୍ରୀ ମାତାକୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। “ଅନ୍ତର୍ଜାତୀୟ ଧରିତ୍ରୀମାତା ଦିବସ ଅବସରରେ , ଅପାର ସ୍ନେହ ଓ କରୁଣା ପାଇଁ ଆମେ ପୃଥିବୀ ମାତା ପ୍ରତି ଆମେ ସମସ୍ତେ କୃତଜ୍ଞତା ବ୍ୟକ୍ତ କରୁଛୁ। ଚାଲନ୍ତୁ ଏକ ସ୍ବଚ୍ଛ, ସୁସ୍ଥ ଏବଂ ଅଧିକ ସମୃଦ୍ଧ ପୃଥିବୀ ଦିଗରେ କାର୍ଯ୍ୟ କରିବା ନିମନ୍ତେ ଆମେ ଶପଥ ଦେବା। କୋଭିଡ-19 ମୁକାବିଲା କରିବା ଲାଗି ଅଗ୍ରଣୀ ଭାବେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ପ୍ରଶଂସା କରିବା।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1616958

 

କୋଭିଡ-19 ମହାମାରୀ ସମୟରେ ମାଲ ଗାଡ଼ି ଚଳାଚଳ ପାଇଁ ଏକାଧିକ ଆର୍ଥିକ ସୁବିଧା ଘୋଷଣା କଲା ଭାରତୀୟ ରେଳପଥ

 

ଖାଲି କଣ୍ଟେନର ଏବଂ ଖାଲି ଫ୍ଲାଟ ଓ୍ବାଗନ ପାଇଁ 24.03.2020ରୁ 30.04.2020 ପର୍ଯ୍ୟନ୍ତ କୌଣସି ଚଳାଚଳ ଶୁଳ୍କ ଆଦାୟ କରାଯିବ ନାହିଁ ଅଧିକ ସଂଖ୍ୟକ ଉପଭୋକ୍ତା ସେମାନଙ୍କ ଚାହିଦା ପାଇଁ ପଞ୍ଜିକରଣ କରିପାରିବେ ଏବଂ ଗୁଡ୍ସ ଶେଡକୁ ଆସିବା ବଦଳରେ ବୈଦ୍ୟୁତିକ ମାଧ୍ୟମରେ ସେମାନେ ରେଳପଥର ରସିଦ ହାସଲ କରିପାରିବେ ଟ୍ରେନ ଲୋଡ ହାସଲ କରିବା ପାଇଁ ଆବଶ୍ୟକ ପଡ଼ୁଥିବା ସର୍ବନିମ୍ନ ସଂଖ୍ୟକ ବିସିଏନଏଚଏଲକୁ ଏବେ 57ରୁ 42 ଓ୍ବାଗନକୁ ହ୍ରାସ କରି ଦିଆଯାଇଛି ଉଦ୍ୟୋଗ ଜଗତକୁ ଉତ୍ସାହିତ କରିବା ଲାଗି କ୍ଷୁଦ୍ର ରେକ, ଦୁଇ ପଏଣ୍ଟ ରେକ ପରିଚାଳନା ଆଦି ଦୂରତା ସଂକ୍ରାନ୍ତ ସର୍ତ୍ତାବଳୀକୁ କୋହଳ କରାଯାଇଛି

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1617136

ସାରା ଦେଶରେ ଥିବା ନିଜର ରେଳପଥ ରୋଷେଇଶାଳା ଜାରିଆରେ ଅସହାୟଙ୍କୁ ଦୈନିକ 2.6 ଲକ୍ଷ ମିଲ ବିତରଣ ପାଇଁ ପ୍ରସ୍ତାବ ଦେଲା ରେଳ ମନ୍ତ୍ରଣାଳୟ

ଜିଲ୍ଲା ପ୍ରଶାସନର ଆବଶ୍ୟକତା ଅନୁଯାୟୀ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରେଳପଥ ରୋଷେଇଶାଳ ଜାରିଆରେ ଦୈନିକ 2.6 ଲକ୍ଷ ମିଲ ଯୋଗାଇ ଦିଆଯିବା ଏବଂ ରନ୍ଧା ଖାଦ୍ୟ ନିଆଯାଇ ଅସହାୟ ଲୋକମାନଙ୍କୁ ବଣ୍ଟନ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ମିଲ ଯୋଗାଇ ଦିଆଯିବ। ଗୋଟିଏ ମିଲ ପ୍ରତି ମାତ୍ର 15 ଟଙ୍କା ଦରରେ ଏହି ମିଲ ଉପଲବ୍ଧ ହେଉଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1616985

 

ଭାରତୀୟ ବନ୍ଦର ଏବଂ ସେମାନଙ୍କ ଯାତାୟାତରେ ଭାରତୀୟ ନାବିକମାନଙ୍କ ସାଇନ ଅନ ଓ ସାଇନ ଅଫ ପାଇଁ ଏସଓପି ଜାରି

ଭାରତୀୟ ବନ୍ଦରରେ ଭାରତୀୟ ନାବିକମାନଙ୍କର ସାଇନ ଅନ ଓ ସାଇନ ଅଫ ପାଇଁ ଏସଓପି ଜାରିକୁ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ପ୍ରଶଂସା କରିଛନ୍ତି। ସେ ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ଦେଶର ହଜାର ହଜାର ନାବିକଙ୍କ କଷ୍ଟ ଦୂର କରିବ ବୋଲି କହିଛନ୍ତି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1616999

 

ମୂଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ଲାଗି ମାର୍ଗଦର୍ଶିକା

ମୂଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି, ଖବରଦାତା, କ୍ୟାମେରାମ୍ୟାନ, ଫଟୋଗ୍ରାଫର ଯେଉଁମାନେ କୋଭିଡ-19 ସମ୍ପର୍କରେ ଖବର ସଂଗ୍ରହ କରୁଛନ୍ତି, ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛନ୍ତି, ଅବରୋଧ ଅଞ୍ଚଳ, ହଟସ୍ପଟ ଓ କୋଭିଡ ସଂକ୍ରମିତ ଅଞ୍ଚଳକୁ ଗସ୍ତ କରୁଛନ୍ତି ସେମାନେ କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ସ୍ବାସ୍ଥ୍ୟ ସଂକ୍ରାନ୍ତ ନିରାପତ୍ତା ଅବଲମ୍ବନ କରିବା ନିମନ୍ତେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। କ୍ଷେତ୍ରୀୟ କର୍ମଚାରୀ ଏବଂ କାର୍ଯ୍ୟାଳୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମ ପରିଚାଳକମାନଙ୍କୁ ଅନୁରୋଧ କରାଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1617020

 

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ 15ଟି କାର୍ଯ୍ୟ ଦିବସରେ କୋଭିଡ-19 ସଂକ୍ରାନ୍ତ 6.06 ଲକ୍ଷ ଦାବି ସମେତ 10.02 ଲକ୍ଷ ଦାବି ପୂରଣ କଲା ଇପିଏଫଓ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ମୋଟ 3600.85 କୋଟି ଟଙ୍କା ଜାରି କରାଯାଇଥିବା ବେଳେ ଏଥିମଧ୍ୟରୁ 1954କୋଟି କୋଭିଡ ଦାବି ରହିଛି। ଲକଡାଉନ କାରଣରୁ ମାତ୍ର 30 ପ୍ରତିଶତ କର୍ମଚାରୀ କାର୍ଯ୍ୟାଳୟକୁ ଆସୁଥିବା ସତ୍ତ୍ବେ କେବଳ 3 ଦିନ ମଧ୍ୟରେ 90 ପ୍ରତିଶତ କୋଭିଡ-19 ସଂକ୍ରାନ୍ତ ଦାବି ପୂରଣ କରାଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1617159

ମନ୍ତ୍ରଣାଳୟ ବନ୍ଦ ପାଇଁ କୌଣସି ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି, ମିଛ ଖବର ପର୍ଦ୍ଦାଫାଶ କଲା ପିଆଇବି ଫ୍ୟାକ୍ଟ ଚେକ; ସରକାରଙ୍କ ପକ୍ଷରୁ ସେ ନମସ୍ତେନାମକ କୌଣସି ଭିଡିଓ କନଫରେନ୍ସ ଆପ ଜାରି କରାଯାଇନାହିଁ

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1616896

 

ଏଲପିଜି ବିତରକମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ; ଗରିବଙ୍କ ଲାଭ ପାଇଁ ଉଜ୍ଜ୍ବଳା ରିଫିଲ ପ୍ରଦାନ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାରା ଦେଶର 1000ରୁ ଊର୍ଦ୍ଧ୍ବ ଏଲପିଜି ବିତରକଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ଲକଡାଉନ ସମୟରେ ଗ୍ରାହକଙ୍କ ଘର ନିକଟରେ ଏଲପିଜି ସିଲିଣ୍ଡର ପହଞ୍ଚାଇବା ନିମନ୍ତେ ସେମାନଙ୍କ କାର୍ଯ୍ୟକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଅଧିକ ସଂଖ୍ୟକ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ତିନୋଟି ମାଗଣା ଗ୍ୟାସ ସିଲିଣ୍ଡର ପ୍ରଦାନ କରିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1616614

ରାଷ୍ଟ୍ରପତିଙ୍କ ଇଷ୍ଟେଟରେ କୋଭିଡ-19 ପଜିଟିଭ ମାମଲା ଚିହ୍ନଟ ସଂକ୍ରାନ୍ତରେ ସୂଚନା

ରାଷ୍ଟ୍ରପତିଙ୍କ ଇଷ୍ଟେଟରେ କୋଭିଡ-19 ପଜିଟିଭ କେସ ଚିହ୍ନଟ ସଂକ୍ରାନ୍ତରେ ଗଣମାଧ୍ୟମ ରିପୋର୍ଟ ଓ ଆକଳନକୁ ଦୃଷ୍ଟିରେ ରଖି ସ୍ଥିତି ସମ୍ପର୍କରେ ସୂଚନା ଜାରି କରାଯାଇଛି।

ଅଧିକ ବିବରଣୀ ପାଇଁ :  https://pib.gov.in/PressReleseDetail.aspx?PRID=1616940

 

-ଲର୍ଣ୍ଣିଂ ବିଷୟବସ୍ତୁ ଯୋଗଦାନ ଆହ୍ବାନ କରିବା ନିମନ୍ତେ ଜାତୀୟ କାର୍ଯ୍ୟକ୍ରମ ବିଦ୍ୟାଦାନ 2.0 ଶୁଭାରମ୍ଭ କଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ

ଇ-ଲର୍ଣ୍ଣିଂ ବିଷୟବସ୍ତୁ ଯୋଗଦାନ ନିମନ୍ତେ ନିମନ୍ତ୍ରଣ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟଲ ‘ନିଶଙ୍କ’ ବିଦ୍ୟାଦାନ 2.0ର ଶୁଭାରମ୍ଭ କରିଛନ୍ତି।  କୋଭିଡ-19 ଲକଡାଉନ ସମୟରେ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ଛାତ୍ରଛାତ୍ରୀଙ୍କ ଇ-ଲର୍ଣ୍ଣିଂ ଆବଶ୍ୟକତାକୁ ଦେଖି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1617143

ସବୁଜ, ସ୍ବଚ୍ଛ ପୃଥିବୀ ପାଇଁ ଉପରାଷ୍ଟ୍ରପତିଙ୍କ ଆହ୍ବାନ

ପରିବେଶ ସୁରକ୍ଷା ସମସ୍ତଙ୍କ ପାଇଁ ପବିତ୍ର କର୍ତ୍ତବ୍ୟ ବୋଲି ଅଭିହିତ କରିବା ସହିତ ଏକ ସବୁଜ ଓ ସ୍ବଚ୍ଛ ପୃଥିବୀ ନିର୍ମାଣ କରିବା ଲାଗି ସମସ୍ତ ନାଗିରକ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡ଼ୁ କହିଛନ୍ତି। ସେ କହିଛନ୍ତି, କୋଭିଡ-19 ମହାମାରୀ ସଂକ୍ରମଣକୁ ଆଖି ଆଗରେ ରଖି ଆମର ବିକାଶ ଓ ଅର୍ଥନୈତିକ ରଣନୀତି ସମ୍ପର୍କରେ ପୁନଃସମୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1616763

ଖାଦ୍ୟ ସୁରକ୍ଷା, ନିରାପତ୍ତା ଓ ପୁଷ୍ଟିସାଧନ ଉପରେ କୋଭିଡ-19ର ପ୍ରଭାବ ପ୍ରସଙ୍ଗରେ ଜି-20 କୃଷି ମନ୍ତ୍ରୀମାନଙ୍କର ବିଶେଷ ବୈଠକରେ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଅଂଶଗ୍ରହଣ

ଖାଦ୍ୟ ସୁରକ୍ଷା, ନିରାପତ୍ତା ଓ ପୁଷ୍ଟିସାଧନ ଉପରେ କୋଭିଡ-19ର ପ୍ରଭାବ ପ୍ରସଙ୍ଗରେ ଜି-20 କୃଷି ମନ୍ତ୍ରୀମାନଙ୍କର ବିଶେଷ ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଅଂଶଗ୍ରହଣ  କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ସାମାଜିକ ଦୂରତ୍ବ, ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ନିୟମ ପାଳନ ସହିତ ଲକଡାଉନ ସମୟରେ କୃଷି ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ କରିବା ନିମନ୍ତେ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ବାରା ଅତ୍ୟାବଶ୍ୟକ କୃଷି ଉତ୍ପାଦ ଓ ଯୋଗାଣ ଉପଲବ୍ଧ ହୋଇପାରିବ।

ଅଧିକ ବିବରଣୀ ପାଇଁ :   https://pib.gov.in/PressReleseDetail.aspx?PRID=1616889

କୋଭିଡ-19 ଲକଡାଉନ ସମୟରେ ଦେଶବ୍ୟାପୀ ଜରୁରି ସାମଗ୍ରୀର ବାଧାମୁକ୍ତ ଯୋଗାଣ ନିମନ୍ତେ ସରକାରଙ୍କ ସମୟୋଚିତ ପଦକ୍ଷେପ

କୋଭିଡ-19 ମହାମାରୀ କାରଣରୁ ଜାରି ହୋଇଥିବା ଲକଡାଉନ ସମୟରେ ହୋଲସେଲ ବଜାରକୁ ଭିଡ଼ମୁକ୍ତ କରିବା ଏବଂ ଯୋଗାଣ ଶୃଙ୍ଖଳକୁ ତ୍ବରାନ୍ବିତ କରିବା ସକାଶେ କୃଷି ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ଜାତୀୟ କୃଷି ବଜାର (ଇ-ନାମ) ପୋର୍ଟାଲ ଜରିଆରେ ଦୁଇଟି ନୂଆ ମଡ୍ୟୁଲ, ପଣ୍ୟାଗାର ଆଧାରିତ ବାଣିଜ୍ୟ ମଡ୍ୟୁଲ ଏବଂ କୃଷକ ଉତ୍ପାଦକ ସଂଗଠନ ମଡ୍ୟୁଲ ଯୋଗ କରାଯାଇଛି

ଅଧିକ ବିବରଣୀ ପାଇଁ :  https://pib.gov.in/PressReleseDetail.aspx?PRID=1616771

କୋଭିଡ-19 ମହାମାରୀ ମୁକାବିଲା ନିମନ୍ତେ ସାର, ରାସାୟନିକ ଏବଂ ଔଷଧ ଉପଲବ୍ଧତାରେ ସୁଧାର ଆଣିବାକୁ ସବୁମତେ ଉଦ୍ୟମ କରାଯାଉଛି : ଗୌଡ଼ା

 

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡିଭି ସଦାନନ୍ଦ ଗୌଡ଼ା କହିଛନ୍ତି, କୋଭିଡ-19 ମହାମାରୀ ସଂକ୍ରମଣ ସମୟରେ ଦେଶରେ ଔଷଧ, ସାର ଓ ବିଶୋଧକ ରାସାୟନିକ ଯଥେଷ୍ଟ ପରିମାଣରେ ଉପଲବ୍ଧ କରିବା ନିମନ୍ତେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

ଅଧିକ ବିବରଣୀ ପାଇଁ: https://pib.gov.in/PressReleseDetail.aspx?PRID=1616771

ଗାଇଡ ଲାଇନ ପାଳନ କରି ମହାମାରୀ ସମୟରେ ଜରୁରି ସେବା ଯୋଗାଇବା ନିମନ୍ତେ 900 ପଞ୍ଜିକୃତ ପ୍ଲମ୍ବରଙ୍କ ତାଲିକା ଜାରି କଲା ସ୍କିଲ ଇଣ୍ଡିଆ

କୋଭିଡ-19 ସଂକଟ ସମୟରେ ପ୍ଲମ୍ବିଂ ଭଳି ଜରୁରି ସେବାର ଆବଶ୍ୟକତା ପୂରଣ କରିବା ଲାଗି ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନ ଭାରତୀୟ ପ୍ଲମ୍ବିଂ ଦକ୍ଷତା ପରିଷଦ ପକ୍ଷରୁ 900 ପ୍ଲମ୍ବରଙ୍କ ତାଲିକା ଜାରି କରାଯାଇଛି। ଏମାନେ ଲକଡାଉନ ସମୟରେ ଜରୁରି ସେବା ଯୋଗାଇ ଦେବେ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1616886

କରୋନା ସଂକ୍ରମଣ କାରଣରୁ 15 ଅକ୍ଟୋବର 2020 ପର୍ଯ୍ୟନ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ କରିବା ଲାଗି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପତ୍ର ଜାରି କରାଯାଇ ନାହିଁ

ଅଧିକ ବିବରଣୀ ପାଇଁ : : https://pib.gov.in/PressReleseDetail.aspx?PRID=1617014

Proactive Initiatives of TRIFED Due To Covid-19

The actions relating to protecting tribal interests during Covid-19 Lockdown (and the staggered period thereafter) as required can be classified under three heads - Publicity and Awareness Generation; Personal Protective Healthcare; NTFP Procurement.

For details: https://pib.gov.in/PressReleseDetail.aspx?PRID=1617038

 Fact Check on #Covid19



(Release ID: 1617323) Visitor Counter : 359