ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

ପିଏମଜିକେୱାଇ ଅଧୀନରେ ଏବେସୁଦ୍ଧା ମୁକ୍ତ ପିଏଫ ଟ୍ରଷ୍ଟ ଦ୍ୱାରା 40,826 ସଦସ୍ୟଙ୍କୁ 481.63 କୋଟି ଟଙ୍କା ବିତରଣ

Posted On: 20 APR 2020 6:57PM by PIB Bhubaneshwar

ବୈଶ୍ୱିକ ମହାମାରୀ କୋଭିଡ-19ର ପ୍ରଭାବରୁ ମୁକୁଳିବା ସକାଶେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନାରୁ ସ୍ୱତନ୍ତ୍ର ଭାବେ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) କାର୍ଯ୍ୟକ୍ରମ ଘୋଷଣା କରାଯାଇଛି ଏବଂ ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ 28, 2020 ତାରିଖ ଦିନ ଇପିଏଫ ଯୋଜନାର ପାରା 68 ଏଲ (3) ଅନୁସାରେ ଏଥିପାଇଁ ସ୍ୱତନ୍ତ୍ର ରୂପେ ଟଙ୍କା ଉଠାଣ ସକାଶେ ଏକ ଜରୁରି ବିଜ୍ଞପ୍ତି  ଜାରି କରାଯାଇଛି । ଏହି ବ୍ୟବସ୍ଥା ଦ୍ୱାରା ଜଣେ ଇପିଏଫ ସଦସ୍ୟଙ୍କ ମୌଳିକ ବେତନ ଓ ମହଙ୍ଗା ଭତ୍ତାର ତିନିମାସର ପରିମାଣ କିମ୍ବା ତାଙ୍କର ଇପିଏଫ ଆକାଉଣ୍ଟରେ ଥିବା ମୋଟ ଜମା ଟଙ୍କାର 75% ପର୍ଯ୍ୟନ୍ତ, ଯାହା କମ୍‌ ହୋଇଥିବତାହାକୁ ଫେରସ୍ତହୀନ ଉଠାଣ ପାଇଁ ସୁବିଧା ଘୋଷଣା କରାଯାଇଛି । ସଦସ୍ୟ ଚାହିଁଲେ ଏହାଠାରୁ କମ୍‌ ପରିମାଣର ଅର୍ଥ ମଧ୍ୟ ଉଠାଇପାରିବେ ।

ଏହା ସୁଖର କଥା ଯେ ମୁକ୍ତ ପିଏଫ ଟ୍ରଷ୍ଟ ଦେଶରେ ଦେଖା ଦେଇଥିବା କୋଭିଡ-19 ପରିସ୍ଥିତିର ମୁକାବିଲା ସକାଶେ ସହସା ଅଣ୍ଟା ଭିଡ଼ି ଏଭଳି ପଦକ୍ଷେପ ଗ୍ରହଣ କରିଛି । ତଦନୁସାରେ 17.04 2020 ତାରିଖ ପୂର୍ବାହ୍ଣ ସୁଦ୍ଧା 481.64 କୋଟି  (481,63,76,714) ଟଙ୍କା 40,826 ଜଣ ସଦସ୍ୟଙ୍କୁ 68-ଏଲ୍‌ ଅନୁସାରେ କୋଭିଡ-19 ପରିସ୍ଥିତିର ମୁକାବିଲା ନିମେନ୍ତ ଅଗ୍ରୀମ ଭାବେ ପିଏଫ ଟ୍ରଷ୍ଟ ପକ୍ଷରୁ  ବିତରଣ କରାଯାଇଛି ।

10ଟି ମୁଖ୍ୟ ମୁକ୍ତ ପ୍ରତିଷ୍ଠାନ ହେଲେ:

ଏହି ପରିପ୍ରେକ୍ଷୀରେ କେତେକ ମୁକ୍ତ ପ୍ରତିଷ୍ଠାନ ଏ ଦିଗରେ ଅନେକ ଉଦାହରଣୀୟ କାର୍ଯ୍ୟ କରିଛନ୍ତି । 17.04.2020 ତାରିଖ ସୁଦ୍ଧା, କୋଭିଡ-19 କ୍ଲେମ ସ୍ୱରୂପ ଅଗ୍ରୀମ ଅର୍ଥ ଯୋଗାଇଥିବା 10ଟି ପ୍ରମୁଖ ପ୍ରତିଷ୍ଠାନଙ୍କ ନାମ ନିମ୍ନ ଟେବୁଲରେ ପ୍ରଦାନ କରାଯାଇଛି:

SL. NO.

Establishment Name

No. of Application received in respect of COVID-19 claims

No. of COVID-19 claims settled

Amount disbursed

1

NEYVELI LIGNITE CORPORATION, NEYVELI, 701-CUDDALORE, 607802

3255

3255

84,44,00,000

2

TATA CONSULTANCY SERVICES LIMITED, Mumbai

9373

9373

43,34,04,641

3

VISAKHAPATNAM STEEL PLANT, Vizag

1708

1708

40,99,37,800

4

NTPC Limited, Delhi

925

925

28,74,21,531

5

HCL Technologies Ltd./Hindustan Instrument Ltd. Employees Provident Fund Trust, Gurgaon

6938

4415

27,14,03,862

6

POWER GRID CORPRATION OF INDIA LTD. Delhi

1263

1089

26,17,32,403

7

ONGC, Dehradun

2297

1723

24,17,00,000

8

BHEL RC Puram

1367

1199

22,22,15,000

9

M/S BHEL Bhopal

1758

926

16,42,00,001

10

HINDUSTAN PETROLEUM CORPORATION LTD., Mumbai

461

461

14,33,10,000

 

**********



(Release ID: 1616569) Visitor Counter : 168