ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଲକଡାଉନ ସମୟରେ ଇ-କମର୍ସ ଜରିଆରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ପ୍ରତିବନ୍ଧକ ଲାଗୁ କଲେ ସରକାର

प्रविष्टि तिथि: 19 APR 2020 1:00PM by PIB Bhubaneshwar

କୋଭିଡ- 19 ମୁକାବିଲା ଲାଗି ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ସମୟରେ କେତେକ କାର୍ଯ୍ୟକଳାପ ଉପରେ କଟକଣା କୋହଳ କରିବା ଲାଗି ସମସ୍ତ ମନ୍ତ୍ରଣାଳୟ ବିଭାଗକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରାଯାଇଛି ଯାହା(https://www.mha.gov.in/sites/default/files/MHA%20order%20dt%2015.04.2020%2C%20with%20Revised%20Consolidated%20Guidelines_compressed%20%283%29.pdf)  ରେ ଉପଲବ୍ଧ

ଉପରୋକ୍ତ ସଂଶୋଧିତ ଦିଶାନିର୍ଦ୍ଦେଶ ଅଧୀନରେ ଏହା ସ୍ପଷ୍ଟ କରାଯାଉଛି ଯେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା -କମର୍ସ କମ୍ପାନୀଗୁଡ଼ିକ ଉପରେ ଲକଡାଉନ କଟକଣା ଲାଗୁ ହେବନାହିଁଆହୁରି, କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ନିମନ୍ତେ -କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ବ୍ୟବହାର କରାଯାଉଥିବା ଗାଡ଼ିଗୁଡ଼ିକୁ ଆବଶ୍ୟକ ମଞ୍ଜୁରି ଆଣିବା ପରେ ଚଳାଚଳ ନିମନ୍ତେ ଅନୁମତି ମିଳିବ

ସଂଶୋଧିତ ଦିଶାନିର୍ଦ୍ଦେଶ ଅନୁଯାୟୀ, କୋଭିଡ- 19 ମୁକାବିଲା ଲାଗି ଜାରି ଲକଡାଉନ ସମୟରେ -କମର୍ସ ଜରିଆରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ସରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି

 

**************


(रिलीज़ आईडी: 1616012) आगंतुक पटल : 246
इस विज्ञप्ति को इन भाषाओं में पढ़ें: Punjabi , English , Urdu , Marathi , हिन्दी , Manipuri , Bengali , Assamese , Gujarati , Tamil , Telugu , Kannada