PIB Headquarters

କୋଭିଡ-19 ସମ୍ପର୍କରେ ପିଆଇବିର ଦୈନିକ ବୁଲେଟିନ

Posted On: 16 APR 2020 7:02PM by PIB Bhubaneshwar

ତାରିଖ : 16.4.2020

(ଗତ 24 ଘଣ୍ଟା ମଧ୍ୟରେ ପିଆଇବି ପକ୍ଷରୁ ଜାରି ହୋଇଥିବା ପ୍ରେସ ବିବୃତି ଏବଂ ଫ୍ୟାକ୍ଟ ଚେକର ତାଲିକା)

 

 

· ବର୍ତ୍ତମାନସୁଦ୍ଧା ଦେଶରେ 12,380 ଜଣ କୋଭିଡ-19ରେ ସଂକ୍ରମିତ ହୋଇଥିବା ବେଳେ 414 ଜଣ ପ୍ରାଣ ହରାଇଛନ୍ତି ଏବେ ସୁଦ୍ଧା ଦେଶର 325ଟି ଜିଲ୍ଲାରେ ଆଦୌ ସଂକ୍ରମଣ ମାମଲା ନାହିଁ

· ଲକଡାଉନ ଅବଧିରେ ନବୀକରଣ ଆବଶ୍ୟକ ଥିବା ସ୍ବାସ୍ଥ୍ୟ ବାହନ (ତୃତୀୟ ପକ୍ଷ) ବୀମାଧାରୀଙ୍କ ପାଇଁ ପ୍ରିମିୟମ ଦାଖଲ ଅବଧି ମେ 15 ପର୍ଯ୍ୟନ୍ତ ଘୁଞ୍ଚିଲା

· ଜି-20 ବୈଠକରେ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ସୂଚନା, ଦୁଇ ସପ୍ତାହ ମଧ୍ୟରେ 32 କୋଟି ଲୋକଙ୍କୁ 3.9 ବିଲିୟନ ଆମେରିକୀୟ ଡଲାର ଆର୍ଥିକ ସହାୟତା ଯୋଗାଇ ଦେଇଛି ଭାରତ

· ଅଳ୍ପ ସମୟ ମଧ୍ୟରେ ଅଧିକ ଔଷଧ ଉତ୍ପାଦନ ଏବଂ ଉପଲବ୍ଧତା ତ୍ବରାନ୍ବିତ କରିବା ଲାଗି ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି 2006ରେ ଗୁରୁତ୍ବପୂର୍ଣ୍ଣ ସଂଶୋଧନ

· ରମଦାନ ସମୟରେ ଲକଡାଉନକୁ କଡ଼ାକଡ଼ି ଲାଗୁ କରିବା ନିମନ୍ତେ ରାଜ୍ୟ ଓ୍ବାକଫ ବୋର୍ଡ ଗୁଡ଼ିକୁ ନିର୍ଦ୍ଦେଶ

 

 

ପତ୍ର ସୂଚନା କାର୍ଯ୍ୟାଳୟ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଭାରତ ସରକାର

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା

ବର୍ତ୍ତମାନସୁଦ୍ଧା ଦେଶରେ 12,380 ଜଣ କୋଭିଡ-19ରେ ସଂକ୍ରମିତ ହୋଇଛନ୍ତି ଏବଂ 414 ଜଣ ପ୍ରାଣ ହରାଇଛନ୍ତି। 1489 ଜଣ ସୁସ୍ଥ ହେବା ପରେ ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ଦେଶରେ କୋଭିଡ-19 ମୃତ୍ୟୁହାର 3.3 ପ୍ରତିଶତ ଥିବା ବେଳେ ସୁସ୍ଥ ହେବାର ହାର 12.02 ପ୍ରତିଶତ ଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶର 325ଟି ଜିଲ୍ଲାରେ ଗୋଟିଏ ହେଲେ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ। ବର୍ତ୍ତମାନ ସଂକ୍ରମଣ କାରଣରୁ ଦେଖା ଦେଇଥିବା ଅପ୍ରତ୍ୟାଶିତ ସ୍ବାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବା ଲାଗି ଜରୁରି ସ୍ବାସ୍ଥ୍ୟ ସେବା ଯୋଗାଣ ନିମନ୍ତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614770

 

ଲକଡାଉନ ସମୟରେ ନବୀକରଣ ଆବଶ୍ୟକ କରୁଥିବା ସ୍ବାସ୍ଥ୍ୟ ଓ ବାହନ (ତୃତୀୟ ପକ୍ଷ) ବୀମାର ପ୍ରିମିୟମ 15 ମେ ପର୍ଯ୍ୟନ୍ତ ପଇଠ କରିବା ଲାଗି ଅନୁମତି

କୋଭିଡ-19 ଲକଡାଉନ କାରଣରୁ କେତେକ ବୀମାଧାରୀ ସେମାନଙ୍କ ପ୍ରିମିୟମ ନିର୍ଦ୍ଧାରିତ ଅବଧିରେ ଦାଖଲ କରିବାରେ ସମସ୍ୟା ଭୋଗୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ନବୀକରଣ ଆବଶ୍ୟକ କରୁଥିବା ସ୍ବାସ୍ଥ୍ୟ ଓ ବାହନ (ତୃତୀୟ ପକ୍ଷ) ବୀମାର ପ୍ରିମିୟମ ଦାଖଲ କରାଯିବାର ଅବଧିକୁ 15 ମେ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଯାହାଫଳରେ ଏହି ବର୍ଦ୍ଧିତ ଅବଧିରେ ବୀମା ସୁରକ୍ଷା ମିଳିବା ସହିତ ଦାବି ପଇଠ କରିବା ସହଜ ହୋଇପାରିବ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614916

 

ଜି-20 ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ଦ୍ବିତୀୟ ବୈଠକରେ ଯୋଗ ଦେଲେ ଶ୍ରୀମତୀ ନିର୍ମଳା ସୀତାରମଣ

ଆଜି ନିଜ ମତ ଉପସ୍ଥାପନ କରି, ଅର୍ଥ ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯେ ବର୍ତ୍ତମାନ ସମୟରେ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କର ଦାୟିତ୍ବ ହେଉଛି ଜନସାଧାରଣଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷା ଯୋଗାଇ ଦେବା ତଥା ନିରନ୍ତର ଭାବେ ଆର୍ଥିକ ସ୍ଥିରତାକୁ ବଜାୟ ରଖିବା। ଭାରତ ସରକାରଙ୍କ ପକ୍ଷରୁ ସମାଜର ଦୁର୍ବଳ ବର୍ଗର ଜନସାଧାରଣଙ୍କୁ ତୁରନ୍ତ, ସମୟବଦ୍ଧ ଏବଂ ଲକ୍ଷ୍ୟବଦ୍ଧ ସହାୟତା ଯୋଗାଇ ଦେବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅର୍ଥମନ୍ତ୍ରୀ ତାଙ୍କର ଜି-20 ପ୍ରତିପକ୍ଷମାନଙ୍କୁ ଅବଗତ କରାଇଥିଲେ। ସେ ଆହୁରି କହିଥିଲେ ଯେ ବର୍ତ୍ତମାନସୁଦ୍ଧା, ମାତ୍ର ଦୁଇ ସପ୍ତାହ ମଧ୍ୟରେ ଭାରତ 32 କୋଟି ଲୋକଙ୍କୁ 3.9 ବିଲିୟନ ଆମେରିକୀୟ ଡଲାର ଆର୍ଥିକ ସହାୟତା ଯୋଗାଇ ସାରିଛି। ଡିଜିଟାଲ ପ୍ରଯୁକ୍ତିର ଉପଯୋଗ କରାଯାଇ ସିଧାସଳଖ ଲୋକଙ୍କ ଆକାଉଣ୍ଟକୁ ଅର୍ଥ ସ୍ଥାନାନ୍ତର କରାଯାଉଛି ଯାହା ସାର୍ବଜନୀନ ସ୍ଥାନରେ ଜନଗହଳି ହ୍ରାସ କରିଛି।

 

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614845

 

ଅଳ୍ପ ସମୟ ମଧ୍ୟରେ ଅଧିକ ଔଷଧ ଉତ୍ପାଦନ/ଉପଲବ୍ଧତା ନିମନ୍ତେ ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି, 2006ରେ ଗୁରୁତ୍ବପୂର୍ଣ୍ଣ ସଂଶୋଧନ ଆଣିଲେ ଭାରତ ସରକାର

ସାରା ବିଶ୍ବରେ ନୋଭେଲ କରୋନା ଭୂତାଣୁ (କୋଭିଡ-19) ମହାମାରୀ ବ୍ୟାପିବା କାରଣରୁ ବିଭିନ୍ନ ଔଷଧର ଉପଲବ୍ଧତା ଏବଂ ଉତ୍ପାଦନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି 27 ମାର୍ଚ୍ଚ 2020ରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଇଆଇଏ ବିଜ୍ଞପ୍ତି 2006ରେ ଏକ ସଂଶୋଧନ କରାଯାଇଛି। ବିଭିନ୍ନ ରୋଗ ପାଇଁ ଉତ୍ପାଦନ କରାଯାଉଥିବା ଅଧିକ ଔଷଧ ଏବଂ ତତସଂକ୍ରାନ୍ତ ଉପାଦାନ ସହ ଜଡ଼ିତ ସମସ୍ତ ପ୍ରକଳ୍ପ କୁ ବର୍ତ୍ତମାନର ଏ ବର୍ଗରୁ ବଦଳାଇ ବି2ରେ ସାମିଲ କରାଯାଇଛି

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614813

 

ଆମେ ଏହି ଭୂତାଣୁ ହରାଇପାରିବା ଏବଂ ହରାଇବା : . ହର୍ଷ ବର୍ଦ୍ଧନ

ଭାରତରେ କୋଭିଡ-19 ମହାମାରୀ ନିୟନ୍ତ୍ରଣ ଲାଗି ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଭିଡିଓ କନଫରେନ୍ସ ଜରିଆରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟସେବା ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614833

 

ମାର୍ଚ୍ଚ, 2020 ଶ୍ରମ ମାସ ପାଇଁ ଇସିଆର ଦାଖଲ ତାରିଖ 15.04.20 ପର୍ଯ୍ୟନ୍ତ ବୃଦ୍ଧି

କୋଭିଡ-19 ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ 24 ମାର୍ଚ୍ଚ 2020 ମଧ୍ୟ ରାତିରୁ ଲକଡାଉନ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ 2020 ମାସ ପାଇଁ ସେମାନଙ୍କ କର୍ମଚାରୀମାନଙ୍କୁ ମଜୁରି ଦେଇଥିବା ନିଯୁକ୍ତିଦାତାମାନଙ୍କ ପାଇଁ ମାର୍ଚ୍ଚ ମାସର ମଜୁରି ବାବଦ ଇଲେକ୍ଟ୍ରୋନିକ ଚାଲାଣ ତଥା ରିଟର୍ଣ୍ଣ (ଇସିଆର) ଦାଖଲ କରିବାର ତାରିଖକୁ 15.05.2020 ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614747

 

କୋଭିଡ-19 ମୁକାବିଲାରେ କ୍ୟାଣ୍ଟନମେଣ୍ଟ ବୋର୍ଡଗୁଡ଼ିକର ପ୍ରୟାସ ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କରୋନା ଭୂତାଣୁ (କୋଭିଡ-19) ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଥିବା 62ଟି କ୍ୟାଣ୍ଟନମେଣ୍ଟ ବୋର୍ଡ ପକ୍ଷରୁ ନିଆଯାଇଥିବା ନିରାକରଣ ପଦକ୍ଷେପ ସମ୍ପର୍କରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ସମୀକ୍ଷା କରିଛନ୍ତି। ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ କ୍ୟାଣ୍ଟନମେଣ୍ଟ ବୋର୍ଡଗୁଡ଼ିକ ସର୍ବୋଚ୍ଚ ମାନକର ସ୍ବଚ୍ଛତା, ପରିମଳ ଏବଂ ବିଶୋଧନ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ପ୍ରବାସୀ ଶ୍ରମିକ ଓ ଦିନ ମଜୁରିଆଙ୍କ ଭଳି ଅସହାୟ ଲୋକମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଯୋଗାଇ ଦେବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ଜୋର ଦେଇଥିଲେ।

ଅଧିକ ବିବରଣୀ ପାଇଁ :  https://pib.gov.in/PressReleseDetail.aspx?PRID=1615018

 

ଖରିଫ ଫସଲ 2020 ଉପରେ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କଲେ କୃଷି ମନ୍ତ୍ରୀ

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଖରିଫ ଲକ୍ଷ୍ୟ ହାସଲ ଏବଂ କୃଷକଙ୍କ ଆୟ ଦୁଇ ଗୁଣ କରିବା ଉପରେ ସମସ୍ତ ରାଜ୍ୟଗୁଡ଼ିକ ଗୁରୁତ୍ବାରୋପ କରିବା ଆବଶ୍ୟକ। ଖରିଫ ଫସଲ 2020 ଉପରେ ଏକ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଥିଲେ ଯେ ଭାରତ ସରକାର ବିଭିନ୍ନ ରାଜ୍ୟ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟାର ସମାଧାନ କରିବେ।  ଲକଡାଉନ ସ୍ଥିତିକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟଗୁଡ଼ିକ ଖରିଫ ଚାଷ ପାଇଁ କିଭଳି ଭାବେ ପ୍ରସ୍ତୁତ କରିଛନ୍ତି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା।

ଅଧିକ ବିବରଣୀ ପାଇଁ :  https://pib.gov.in/PressReleseDetail.aspx?PRID=1614994

 

ଲକଡାଉନ ସମୟରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରକୁ ପ୍ରୋତ୍ସାହନ ନିମନ୍ତେ କୃଷି, ସମବାୟ ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ସ୍ଥିତି

 

ସର୍ବଭାରତୀୟ କୃଷି ପରିବହନ କଲ ସେଣ୍ଟରର ଶୁଭାରମ୍ଭ କରାଯାଇଛି; 12ଟି ରାଜ୍ୟରେ 2424 କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଦାବି ବଣ୍ଟନ କରାଯାଇସାରିଛି; କିସାନ କ୍ରେଡିଟ କାର୍ଡ ଅଧୀନରେ 17,800 କୋଟି ଟଙ୍କାର 18.26 ଲକ୍ଷ ଆବେଦନକୁ ମଞ୍ଜୁର କରାଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614807

 

ଦେଶରେ ସାର ଉତ୍ପାଦନ, ପରିବହନ ଏବଂ ଉପଲବ୍ଧତା ଉପରେ ନଜର ରଖିଛି ସାର ବିଭାଗ

କୋଭିଡ-19 ମହମାରୀ ବ୍ୟାପିବା କାରଣରୁ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ଉଦ୍ଦେଶ୍ୟରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି. ଭି ସଦାନନ୍ଦ ଗୌଡ଼ା, ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏବଂ ସାର ବିଭାଗ ସଚିବ ଶ୍ରୀ ଛବିଳେନ୍ଦ୍ର ରାଉଳ ଦେଶରେ ସାର ଉତ୍ପାଦନ ଏବଂ ବିତରଣ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।  ବିଭାଗ ପକ୍ଷରୁ ଉଚ୍ଚସ୍ତରରେ ସମୀକ୍ଷା କରାଯାଉଥିବା କାରଣରୁ ଦେଶରେ ସାର ଉପଲବ୍ଧତା ସୁନିଶ୍ଚିତ ହୋଇପାରିଛି। ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳକୁ ସୁନିଶ୍ଚିତ କରିବା ନିମନ୍ତେ ବିଭାଗ ପକ୍ଷରୁ ବାସ୍ତବ ସମୟରେ ପ୍ରସଙ୍ଗର ଅନୁଧ୍ୟାନ କରାଯାଉଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614989

 

କରୋନା ମହାମାରୀକୁ ଆଖି ଆଗରେ ରଖି ପବିତ୍ର ରମଦାନ ମାସରେ କଡ଼ାକଡ଼ି ଭାବେ ଏବଂ ସଚ୍ଚୋଟତାର ସହିତ ଲକଡାଉନ, କର୍ଫ୍ୟୁ ଏବଂ ସାମାଜିକ ଦୂରତାକୁ ପାଳନ କରିବା କରିବା ଲାଗି ସମସ୍ତ ରାଜ୍ୟ ଓ୍ବାକଫ ବୋର୍ଡକୁ ନିର୍ଦ୍ଦଶେ ଦେଲେ ଶ୍ରୀ ମୁଖତାର ଆବ୍ବାସ ନକଭି

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଏବଂ କେନ୍ଦ୍ରୀୟ ଓ୍ବାକଫ ପରିଷଦର ଅଧ୍ୟକ୍ଷ ଶ୍ରୀ ମୁଖତାର ଆବ୍ବାସ ନକଭି ଆଜି 30ରୁ ଅଧିକ ରାଜ୍ୟ ଓ୍ବାକଫ ବୋର୍ଡର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। କରୋନା ମହାମାରୀ ବ୍ୟାପିବାକୁ ଆଖି ଆଗରେ ରଖି 24 ଏପ୍ରିଲ ଠାରୁ ଆରମ୍ଭ ହେଉଥିବା ପବିତ୍ର ରମଦାନ ମାସ ସମୟରେ କଡ଼ାକଡ଼ି ଏବଂ ସଚ୍ଚୋଟତା ପୂର୍ବକ ଲକଡାଉନ, କର୍ଫ୍ୟୁ ଓ ସାମାଜିକ ଦୂରତା ପାଳନ କରିବା ଲାଗି ସେ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାରା ଦେଶରେ ଓ୍ବାକଫ ବୋର୍ଡ ଅଧୀନରେ ଆସୁଥିବା 7 ଲକ୍ଷରୁ ଅଧିକ ପଞ୍ଜିକୃତ ମସଜିଦ, ଇଦଗାହ, ଇମାମବାଡା, ଦରଗାହ ଏବଂ ଅନ୍ୟ ଧାର୍ମିକ, ସାମାଜିକ ପ୍ରତିଷ୍ଠାନ ରହିଛି। ଭାରତରେ ରାଜ୍ୟ ଓ୍ବାକଫ ବୋର୍ଡଗୁଡ଼ିକର ନିୟନ୍ତ୍ରଣ ସଂସ୍ଥାନ ହେଉଛି କେନ୍ଦ୍ରୀୟ ଓ୍ବାକଫ ପରିଷଦ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614969

 

ପୁସା ବିଶୋଧନ ଏବଂ ସ୍ବଚ୍ଛତା ସୁଡ଼ଙ୍ଗକୁ ଉଦଘାଟନ କଲେ କୃଷି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୈଳାସ ଚୌଧୁରୀ

ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦର କୃଷି ଇଞ୍ଜିନିୟରିଂ ଡିଭିଜନ ପକ୍ଷରୁ ଏକ ପୁସା ବିଶୋଧନ ଏବଂ ସ୍ବଚ୍ଛତା ସୁଡ଼ଙ୍ଗ ବିକଶିତ କରାଯାଇଛି। ଏହାକୁ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୈଳାସ ଚୌଧୁରୀ ଉଦଘାଟନ କରିଛନ୍ତି

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1615005

 

ସ୍କୁଲଗୁଡ଼ିକ ପାଇଁ ଏନସିଇଆରଟି ବିକଳ୍ପ ପାଠପଢ଼ା କ୍ୟାଲେଣ୍ଡର ଜାରି କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମାର୍ଗଦର୍ଶନରେ ଏନସିଇଆରଟି ଦ୍ବାରା ବିକଳ୍ପ ପାଠପଢ଼ା କ୍ୟାଲେଣ୍ଡର ବିକଶିତ କରାଯାଇଛି। ଏହା କୋଭିଡ-19 ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ ସମୟରେ ଛାତ୍ରଛାତ୍ରୀଙ୍କୁ ଘରେ ରହି ପାଠ ପଢ଼ାଇବାରେ ଅଭିଭାବକ ଓ ଶିକ୍ଷକମାନଙ୍କୁ ସହାୟକ ହୋଇପାରିବ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1615009

 

ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ପାଠ୍ୟଜନିତ କଲ୍ୟାଣ ସୁନିଶ୍ଚିତ କରିବା ଲାଗି କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏଆଇସିଟିଇର ନିର୍ଦ୍ଦେଶ

କଲେଜ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏଆଇସିଟିଇ ପକ୍ଷରୁ କେତେକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୋଭିଡ-19 ମହାମାରୀ କାରଣରୁ ଦେଖାଦେଇଥିବା ବିପଦ ସମୟରେ ନିରାପତ୍ତା ପଦକ୍ଷେପ ସୁନିଶ୍ଚିତ କରିବା ଲାଗି କୁହାଯାଇଛି। ଏହା ଭାରତର ପ୍ରତ୍ୟେକ ନାଗରିକମାନଙ୍କର ମୌଳିକ ଦାୟିତ୍ବ ।  ଏହି ସଙ୍କଟ ସମୟରେ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ଲକଡାଉନ ନଉଠିବା ଏବଂ ସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ପାଠପଢ଼ା ଶୁଳ୍କ ଦାଖଲ କରିବା ଲାଗି ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଇପାରିବେ ନାହିଁ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1615009

 

ଏସଏସସି ଦ୍ବାରା ପରୀକ୍ଷା ସୂଚୀ ଘୋଷଣା

ଲକଡାଉନ କଟକଣା, ସାମାଜିକ ଦୂରତା ସର୍ତ୍ତାବଳୀକୁ ଆଖି ଆଗରେ ରଖି ଏସଏସସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ସମସ୍ତ ପରୀକ୍ଷା, ଯେଉଁଥିରେ ପରୀକ୍ଷାର୍ଥୀଙ୍କୁ ଦେଶର ସମସ୍ତ ଭାଗକୁ ଯାତ୍ରା କରିବାକୁ ପଡ଼ୁଛି, ସେଗୁଡ଼ିକୁ ସମୟ ସମୟରେ ସମୀକ୍ଷା କରାଯିବ। ଏହି ପରୀକ୍ଷାର ପରବର୍ତ୍ତୀ ତାରିଖ ଆୟୋଗ ଏବଂ ଏହାର କ୍ଷେତ୍ରୀୟ ଓ ଉପକ୍ଷେତ୍ରୀୟ କାର୍ଯ୍ୟାଳୟର ୱେବସାଇଟରେ ଦିଆଯିବ। ଆୟୋଗଙ୍କ ଦ୍ବାରା ବିଜ୍ଞପିତ କରାଯାଇଥିବା ପରୀକ୍ଷାର ବାର୍ଷିକ କ୍ୟାଲେଣ୍ଡର ମଧ୍ୟ ସମୀକ୍ଷା କରାଯାଇ ଅନ୍ୟ ପରୀକ୍ଷାଗୁଡ଼ିକର ପରବର୍ତ୍ତୀ ତାରିଖ ନିର୍ଦ୍ଧାରଣ କରାଯିବ। ଆହୁରି, ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଏସଏସସିର ସମସ୍ତ ଅଧିକାରୀ ଓ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମ ପିଏମ କେୟାର୍ସ ପାଣ୍ଠିରେ ଜମା କରିବେ।

ଅଧିକ ବିବରଣୀ ପାଇଁ :  https://pib.gov.in/PressReleseDetail.aspx?PRID=1614933

 

କୋଭିଡ-19 ସମୟରେ ବରିଷ୍ଠ ନାଗରିକ ଏବଂ ସେମାନଙ୍କର ଯତ୍ନ ନେଉଥିବା ଲୋକଙ୍କ ପାଇଁ ଲକଡାଉନ ସମୟରେ ମାର୍ଗଦର୍ଶିକା ଜାରି

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1615006

 

ଗ୍ରାମାଞ୍ଚଳରେ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶର ସମସ୍ତ ଗ୍ରାମ ପଞ୍ଚାୟତଗୁଡ଼ିକ ସକ୍ରିୟ ପଦକ୍ଷେପ ଗ୍ରହଣ କରୁଛନ୍ତି

 

ସାର୍ବଜନିନ ସ୍ଥାନରେ ଦୈନିକ ବିଶୋଧନ ଲାଗି ଜିଲ୍ଲା ଓ ଗ୍ରାମାଞ୍ଚଳ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଅସହାୟ ଲୋକ ଏବଂ ପ୍ରବାସୀଙ୍କ ପାଇଁ ଆଶ୍ରୟସ୍ଥଳୀ ଏବଂ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ସୁରକ୍ଷା ଉପକରଣ, ଆର୍ଥିକ ସହାୟତା ଏବଂ ଅସହାୟଙ୍କୁ ଖାଦ୍ୟ ଯୋଗାଇ ଦିଆଯିବା ସହିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି।

ଅଧିକ ବିବରଣୀ ପାଇଁ :  https://pib.gov.in/PressReleseDetail.aspx?PRID=1614907

 

କୋଭିଡ-19 ସଂକ୍ରମଣ ସମୟରେ କ୍ଷେତ୍ର ଆଧାରିତ ରଣନୀତି ଓ ନିଷ୍ପତ୍ତି ପାଇଁ ସମନ୍ବିତ ଭୂସ୍ଥାନିକ ଉପକରଣ ବିକଶିତ

ଭୂସ୍ଥାନିକ ଡାଟାସେଟ, ଷ୍ଟାଣ୍ଡାର୍ଡ ଆଧାରିତ ସେବା, ଏବଂ ବିଶ୍ଳେଷଣ ଉପାଦାନକୁ ଉପଯୋଗ କରି ଏକ ସମନ୍ବିତ ଭୂସ୍ଥାନିକ ମଞ୍ଚ ବିକଶିତ କରି ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ। ଏହା କୋଭିଡ-19 ସଂକ୍ରମଣ ସମୟରେ ନିଷ୍ପତ୍ତି ନେବା ଏବଂ କ୍ଷେତ୍ର ଆଧାରିତ ରଣନୀତି ପ୍ରସ୍ତୁତ କରିବାରେ ସହାୟକ ହେବ। ଏହା ସ୍ଥିତି ସୁଧୁରିବା ପର୍ଯ୍ୟାୟରେ ସାମାଜିକ-ଅର୍ଥନୈତିକ ପ୍ରଭାବକୁ କାର୍ଯ୍ୟକାରୀ କରିବାରେ ସହାୟକ ହୋଇପାରିବ।

ଅଧିକ ବିବରଣୀ ପାଇଁ :  https://pib.gov.in/PressReleseDetail.aspx?PRID=1614808

 

ଡିଆରଡିଓ ଗ୍ବାଲିୟରରୁ ଇନମାସ ଦିଲ୍ଲୀକୁ ପିପିଇ ଟେଷ୍ଟିଂ ସୁବିଧା ସ୍ଥାନାନ୍ତର କଲା ଡିଆରଡିଓ

ବିଳମ୍ବ ଏଡ଼ାଇବା ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ ମାସ୍କ ଶୀଘ୍ର ଯୋଗାଇ ଦେବା ଲାଗି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ପରୀକ୍ଷଣ ସୁବିଧାକୁ ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଇ) ଗ୍ବାଲିୟରରୁ ଦିଲ୍ଲୀସ୍ଥିତ ଆଣବିକ ଔଷଧ ଏବଂ ଆନୁସଙ୍ଗିକ ବିଜ୍ଞାନ (ଇନମାସ) ପରିସରକୁ ସ୍ଥାନାନ୍ତରିତ କରାଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1615019

 

ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦ୍ବିତୀୟ ୱେବିନାର ଦେଖୋ ଆପନା ଦେଶ ସିରିଜ ଆୟୋଜନ

ଦେଶବାସୀଙ୍କୁ ନିଜ ଦେଶ ବିଷୟରେ ସୂଚନା ଦେବା ଏବଂ ପର୍ଯ୍ୟଟନ ଉଦ୍ୟୋଗ, ଛାତ୍ରଛାତ୍ରୀ, ସାଧାରଣ ଜନତା ଆଦିଙ୍କ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦେଖୋ ଆପନା ଦେଶବିଷୟବସ୍ତୁକୁ ନେଇ ବର୍ତ୍ତମାନ ଏକ ୱେବିନାର ସିରିଜ ଆୟୋଜନ କରାଯାଉଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1615015

 

କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ ନିଜର ସମସ୍ତ 45ଟି ଡାକ୍ତରଖାନା/ସ୍ବାସ୍ଥ୍ୟ ୟୁନିଟକୁ ଉପଯୋଗ କରୁଛି ରାଷ୍ଟ୍ରାୟତ୍ତ ବିଦ୍ୟୁତ ଉତ୍ପାଦନ ଉଦ୍ୟୋଗ ଏନଟିପିସି

କୋଭିଡ ମାମଲାର ସମାଧାନ ଲାଗି ଏନଟିପିସି ପକ୍ଷରୁ ଦିଲ୍ଲୀ ଏବଂ ଓଡ଼ିଶା ସରକାରଙ୍କୁ ଦୁଇଟି ସମର୍ପିତ କୋଭିଡ ହସ୍ପିଟାଲ ଯୋଗାଇ ଦିଆଯାଇଛି। ଏହି ମହାରତ୍ନ ଉଦ୍ୟୋଗ ପକ୍ଷରୁ ରିଲିଫ ଯୋଗାଣ ଉଦ୍ଦେଶ୍ୟରେ ବ୍ୟାପକ କାର୍ଯ୍ୟ କରାଯାଉଛି, 168ଟି ଆଇସୋଲେସନ ଶଯ୍ୟା ସୃଷ୍ଟି କରାଯାଇଛି; ଆହୁରି 122ଟି  ଶଯ୍ୟା ଲାଗି ପ୍ରସ୍ତୁତି କରାଯାଉଛି।

ଅଧିକ ବିବରଣୀ ପାଇଁ :  : https://pib.gov.in/PressReleseDetail.aspx?PRID=1614995

 

ଜୁମ ମିଟିଂ ପ୍ଲାଟଫର୍ମର ନିରାପଦ ଉପଯୋଗ ପାଇଁ ଏମଏଚଏ ପକ୍ଷରୁ ମାର୍ଗଦର୍ଶିକା ଜାରି

କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ (ଏମଏଚଏ) ଅଧୀନ ସାଇବର ସହଯୋଗ କେନ୍ଦ୍ର (ସାଇକର୍ଡ) ପକ୍ଷରୁ ଘରୋଇ ବ୍ୟକ୍ତିବିଶେଷଙ୍କ ପାଇଁ ଜୁମ ପ୍ଲାଟଫର୍ମର ନିରାପଦ ଉପଯୋଗ ନିମନ୍ତେ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ ଏହି ପ୍ଲାଟଫର୍ମକୁ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଦାପ୍ତରିକ କାର୍ଯ୍ୟ ପାଇଁ ଉପଯୋଗ କରିବେ ନାହିଁ।

ଅଧିକ ବିବରଣୀ ପାଇଁ  : https://pib.gov.in/PressReleseDetail.aspx?PRID=1615008

 

Fact Check on #Covid19

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 



(Release ID: 1615202) Visitor Counter : 309