ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ

କୋଭିଡ-19 ଲକଡାଉନ କାଳରେ ବରିଷ୍ଠ ନାଗରିକ ଓ ସେମାନଙ୍କ ଦେଖାରଖା କରୁଥିବା ଲୋକଙ୍କ ନିମନ୍ତେ ମାର୍ଗଦର୍ଶିକା

Posted On: 16 APR 2020 4:25PM by PIB Bhubaneshwar

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ନୂଆଦିଲ୍ଲୀସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ବୟସ୍କ ଭେଷଜ ବିଭାଗ ପକ୍ଷରୁ କୋଭିଡ-19 ଲକଡାଉନ କାଳରେ ବରିଷ୍ଠ ନାଗରିକମାନଙ୍କ ଯତ୍ନ ଓ ଦେଖାରଖା କରୁଥିବା ଲୋକଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ପତ୍ର ଲେଖି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଆର. ସୁବ୍ରମଣ୍ୟମ କହିଛନ୍ତି ଯେ, 60 ବର୍ଷରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକମାନେ କୋଭିଡ-19 ସଂକ୍ରମଣରେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି । ସେ ଦୃଷ୍ଟିରୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ନାଗରିକଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିବା ସ୍ଵେଚ୍ଛାସେବୀ ସଙ୍ଗଠନଗୁଡିକ ଏ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ସହ ମାର୍ଗଦର୍ଶୀକାର ପ୍ରଚାର ପ୍ରସାର କରିବାକୁ ପତ୍ରରେ ଉଲ୍ଲେଖ କରିଛନ୍ତି

ମାର୍ଗଦର୍ଶିକାର ସବିଶେଷ ବିବରଣୀ ଲାଗି ନିମ୍ନ ପ୍ରଦତ୍ତ ଲିଙ୍କରେ ଯାଆନ୍ତୁ

For the details of the Advisory, Please Click here

 

**********



(Release ID: 1615178) Visitor Counter : 170