ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ

ପବିତ୍ର ରମଜାନ ମାସରେ କର୍ଫ୍ୟୁ ଓ ସାମାଜିକ ଦୂରତ୍ୱ ଭଳି ନିୟମାବଳୀଗୁଡିକୁ ପାଳନ କରିବା ପାଇଁ ରାଜ୍ୟ ୱାକଫ ବୋର୍ଡର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

• ୱାକଫ ବୋର୍ଡର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭୀଙ୍କ ମତବିନିମୟ
• ଆମେ ସମସ୍ତ ଗୁଜବ, ମିଥ୍ୟା ତଥ୍ୟ ଓ ଷଡଯନ୍ତ୍ରକୁ ଭୃକ୍ଷେପ ନକରି କରୋନା ବିରୋଧୀ ସଂଗ୍ରାମରେ ବିଜୟୀ ହେବା ବୋଲି କହିଲେ ଶ୍ରୀ ନକଭୀ

Posted On: 16 APR 2020 2:03PM by PIB Bhubaneshwar

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ତଥା କେନ୍ଦ୍ରୀୟ ୱାକଫ ପରିଷଦର ଅଧ୍ୟକ୍ଷ ଶ୍ରୀ ମୁକ୍ତାର ଆବ୍ବାସ ନକଭୀ ଆଜି 30ଟି ରାଜ୍ୟର ୱାକଫ ବୋର୍ଡର ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ ଭିଡ଼ିଓ କନଫରେନ୍ସ ଜରିଆରେ ମତବିନିମୟ କରିଛନ୍ତିଆସନ୍ତା 24 ତାରିଖଠାରୁ ଆରମ୍ଭ ହେଉଥିବା ପବିତ୍ର ରମଜାନ ମାସରେ ଯେପରି ଲକଡାଉନ କାଳର କର୍ଫ୍ୟୁ ସାମାଜିକ ଦୂରତ୍ୱ ନିୟମ କଡାକଡି ଭାବେ ପାଳନ କରାଯାଏ ସେ ବିଷୟରେ ସେ ଗୁରୁତ୍ୱ ଆରୋପ କରିଛନ୍ତି

ଶ୍ରୀ ନକଭୀ ପବିତ୍ର ରମଜାନ ମାସ କାଳରେ ନିଜ ଘରେ ବସି ଧାର୍ମିକ ରୀତିନୀତି ଉପାସନା ନିୟମ ପାଳନ କରିବା ଦିଗରେ ଜନସଚେତନତା ସୃଷ୍ଟି ପାଇଁ ୱାକଫ ବୋର୍ଡ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି

ଏଠାରେ ସୂଚନାଯୋଗ୍ୟ ଯେ, ଦେଶର 7  ଲକ୍ଷରୁ ଉର୍ଦ୍ଧ ପଞ୍ଜିକୃତ ମସଜିଦ, ଇଦଗା, ଇମାମବାଡ଼ା, ଦରଘା ଏବଂ ଅନ୍ୟାନ୍ୟ ଧାର୍ମିକ ସାମାଜିକ ଅନୁଷ୍ଠାନ ରାଜ୍ୟ ୱାକଫ ବୋର୍ଡ ଅଧିନରେ ରହିଛିଦେଶରେ କେନ୍ଦ୍ରୀୟ ୱାକଫ ପରିଷଦ ରାଜ୍ୟ ୱାକଫ ବୋର୍ଡଗୁଡିକର ନିୟନ୍ତ୍ରଣକାରୀ ଅଟେ

ଏହି ଅବସରେ ଶ୍ରୀ ନକଭୀ କହିଛନ୍ତି ଯେ, ଆମେମାନେ ସ୍ୱାସ୍ଥ୍ୟ କର୍ମୀ, ସୁରକ୍ଷାବଳ, ପ୍ରଶାସନିକ ଅଧିକାରୀ ପରିମଳ କର୍ମଚାରୀମାନଙ୍କୁ ସହଯୋଗ କରିବା ଆବଶ୍ୟକମହାମାରୀ କାଳରେ ଏମାନେ ନିଜ ଜୀବନକୁ ବାଜି ଲଗାଇ ଆମ ମାନଙ୍କର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତିଏକାନ୍ତବାସ ସଂଗରୋଧକୁ ନେଇ ଯେଉଁ ସବୁ ଗୁଜବ ଅପପ୍ରଚାର ଚାଲୁଛି ସେଗୁଡିକ ବିରୋଧରେ ଜନସଚେତନତା ଆବଶ୍ୟକକରୋନା ମହାମାରୀରୁ ସମାଜ ଆମ ପରିବାରକୁ ରକ୍ଷା କରିବା ପାଇଁ ଏହି କେନ୍ଦ୍ରଗୁଡିକର ବ୍ୟବସ୍ଥା କରାଯାଇଛି

ଶ୍ରୀ ନକଭୀ ଆହୁରି କହିଛନ୍ତି ଯେ, କରୋନା ମହାମାରୀ ଯୋଗୁ ଧାର୍ମିକ ଗୁରୁ ଧାର୍ମିକ ସାମାଜିକ ଅନୁଷ୍ଠାନଗୁଡିକ ପବିତ୍ର ରମଜାନ ମାସରେ ଘରେ ରହି ଧାର୍ମିକ ରୀତିନୀତି ପାଳନ କରିବାକୁ ପରାମର୍ଶ ଦେଇଛନ୍ତିଏଥି ସହିତ ସେମାନେ ଲକଡାଉନ କାଳରେ ସାମାଜିକ ଦୂରତ୍ୱ ଅନ୍ୟାନ୍ୟ ନିୟମାବଳୀ ପାଳନ କରିବାକୁ ମଧ୍ୟ ଉପଦେଶ ଦେଇଛନ୍ତିବିଶ୍ୱର ଅଧିକାଂଶ ମୁସଲମାନ ରାଷ୍ଟ୍ର ମସଜିଦ ଅନ୍ୟାନ୍ୟ ଧାର୍ମିକ ସ୍ଥଳରେ ରମଜାନ ମାସରେ ଏକତ୍ରୀତ ହେବା ଉପରେ ନିଷେଧାଦେଶ ଜାରି କରିଛନ୍ତି

ଶ୍ରୀ ନକଭୀ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ୟାନ୍ୟ ରାଜ୍ୟ ସରକାରମାନଙ୍କ ସହ ମିଶି ଦେଶବାସୀଙ୍କ ସୁରକ୍ଷା କଲ୍ୟାଣ ଦିଗରେ କାର୍ଯ୍ୟ କରୁଛନ୍ତିକରୋନା ମହାମାରୀ କାଳରେ ଜନସାଧାରଣଙ୍କ ସହଯୋଗ ଦେଶକୁ ବହୁଳ ଭାବେ ଆଶ୍ୱସ୍ଥ କରିଛିତଥାପି ଦେଶ ଆଗରେ ଅନେକ ସମସ୍ୟା ରହିଛିକେନ୍ଦ୍ର ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ଆଇନଗୁଡିକୁ ଅନୁସରଣ କରି ଆମେ କରୋନା ମହାମାରୀର ଆହ୍ୱାନକୁ ମୁକାବିଲା କରିପାରିବାଶ୍ରୀ ନକଭୀ ଲକଡାଉନ ବେଳର ନିୟମଗୁଡିକୁ ପାଳନ କରି ସାମାଜିକ ଦୂରତ୍ୱ ରକ୍ଷା ପୂର୍ବକ ପବିତ୍ର ରମଜାନ ମାସରେ ଧାର୍ମୀକ ରୀତିନୀତି ଘରେ ପାଳିବାକୁ ନିବେଦନ କରିଛନ୍ତିଭାରତ ତଥା ସମଗ୍ର ବିଶ୍ୱ କରୋନା ମହାମାରୀରୁ ମୁକ୍ତ ହେବାକୁ ଆମେ ସମସ୍ତେ ପ୍ରାର୍ଥନା କରିବା ଉଚିତ ବୋଲି ସେ କହିଛନ୍ତିଉତ୍ତରପ୍ରଦେଶ (ସିହା ସୁନ୍ନି), ଆନ୍ଧ୍ରପ୍ରଦେଶ, ଦାଦ୍ରାନଗର ହାବେଳୀ, ହରିଆଣା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର, ଆସାମ, ମଣିପୁର, ରାଜସ୍ଥାନ, ତେଲଙ୍ଗାନା, ଦିଲ୍ଲୀ, ଛତିଶଗଡ଼, ଗୁଜରାଟ, ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା, ପୁଡୁଚେରୀ, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ଅନ୍ୟାନ୍ୟ ସ୍ଥାନର ୱାର୍କଫ ବୋର୍ଡର ବରିଷ୍ଠ ଅଧିକାରୀମାନେ ଏହି ଦୃଶ୍ୟଶ୍ରାବ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ

 

*************



(Release ID: 1615024) Visitor Counter : 193