PIB Headquarters

କୋଭିଡ-19 ସମ୍ପର୍କରେ ପିଆଇବିର ଦୈନିକ ବୁଲେଟିନ

Posted On: 14 APR 2020 7:07PM by PIB Bhubaneshwar

 

                        

ତାରିଖ: 14.04.2020

 

https://static.pib.gov.in/WriteReadData/userfiles/image/image001ZTPU.jpg

 

 

 

 

 

ପତ୍ର ସୂଚନା କାର୍ଯ୍ୟାଳୟ

Text Box: •	ମେ 3 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ ବୃଦ୍ଧି ଘୋଷଣା କଲେ ପ୍ରଧାନମନ୍ତ୍ରୀ; ଲକଡାଉନ ସମୟରେ ସତର୍କ ରହିବା ତଥା ସାମାଜିକ ଦୂରତା ଅବଲମ୍ବନ କରିବାକୁ ଦେଶବାସୀଙ୍କୁ ନିବେଦନ।
•	ଗତକାଲି ଠାରୁ ଆଜି ମଧ୍ୟରେ 1211ଟି ନୂଆ କୋଭିଡ ସଂକ୍ରମିତ ମାମଲା ଏବଂ 31 ଜଣଙ୍କ ମୃତ୍ୟୂ ସୂଚନା
•	ମେ 3 ତାରିଖ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ରେଳ ଚଳାଚଳ ବାତିଲ
•	ମଜୁରି ସଂକ୍ରାନ୍ତ ଅଭିଯୋଗ ସମାଧାନ ଲାଗି ଶ୍ରମ ମନ୍ତଣାଳୟ ପକ୍ଷରୁ 20ଟି କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରାଗଲା
•	ଯଥେଷ୍ଟ ପରିମାଣର ଜରୁରି ଔଷଧ ଉତ୍ପାଦନ କରୁଛି ଭାରତୀୟ ଔଷଧ ଉଦ୍ୟୋଗ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଭାରତ ସରକାର

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1211 ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ 31 ଜଣ ପ୍ରାଣ ହରାଇଛନ୍ତି। 1036 ଜଣ ରୋଗୀ ଆରୋଗ୍ୟ ଲାଭ କରିବା ପରେ ଘରକୁ ଫେରିଛନ୍ତି। ବର୍ତ୍ତମାନସୁଦ୍ଧା ଦେଶରେ 602ଟି ସମର୍ପିତ କୋଭିଡ-19 ହସ୍ପିଟାଲ ନିର୍ମାଣ କରାଯାଇଛି। ଏଥିରେ 1 ଲକ୍ଷ 6 ହଜାର 719 ଆଇସୋଲେସନ ଶଯ୍ୟା ଏବଂ 12024ଟି ଆଇସିୟୁ ଶଯ୍ୟା ରହିଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=16140

 

ମେ 3 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ ବୃଦ୍ଧି ଘୋଷଣା କଲେ ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଆଜି ଭାରତର କୋଭିଡ-19 ମୁକାବିଲା ସମ୍ପର୍କରେ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେସେ ଆଜି ଲକଡାଉନକୁ ମେ 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ନିମନ୍ତେ ଘୋଷଣା କରିଥିଲେ ଏବଂ କମ ସଂକ୍ରମଣ ଆଶଙ୍କା ଥିବା ଅଞ୍ଚଳରେ ଏପ୍ରିଲ 20 ତାରିଖ ପର୍ଯ୍ୟନ୍ତ କେତେକ କଟକଣା କୋହଳ କରିବା ନିମନ୍ତେ କହିଥିଲେପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧିକ ସଂକ୍ରମଣ ଆଶଙ୍କା ଥିବା ଏବଂ ଏବଂ ହଟସ୍ପଟ ଅଞ୍ଚଳ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯିବ ବୟସ୍କ ଲୋକଙ୍କ ଯତ୍ନ, ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଓ ଲକଡାଉନକୁ କଡ଼ାକଡ଼ି ପାଳନ କରିବା ଆଦି 7ଟି ବିଷୟରେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଲକଡାଉନ ଯୋଗୁ ଲାଭାନ୍ବିତ ହୋଇଛିସେ କହିଥିଲେ ଆମେ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛୁ, ତଥାପି ଏହା ହିଁ ସ୍ପଷ୍ଟ ଭାବେ ସଠିକ ମାର୍ଗ କାରଣ ଏହାଦ୍ବାରା ଦେଶର ବହୁସଂଖ୍ୟକ ଜୀବନକୁ ସୁରକ୍ଷିତ ରଖାଯାଇପାରିବ

ଅଧିକ ବିବରଣୀ ପାଇଁ :  https://pib.gov.in/PressReleseDetail.aspx?PRID=1614255

ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

https://pib.gov.in/PressReleseDetail.aspx?PRID=1614215

କୋଭିଡ-19 ଲକଡାଉନ ପାଇଁ ମେ 3 ତାରିଖ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ

ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ୟୁଟିଏସ ଏବଂ ପିଆରଏସ ସମେତ ସମସ୍ତ ଟିକେଟ କାଉଣ୍ଟର ବନ୍ଦ ରହିବଇ-ଟିକେଟ ସମତେ ଟ୍ରେନ ଟିକେଟର ଅଗ୍ରୀମ ବୁକିଂ,  ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରହିବତେବେ ଟିକେଟ ବାତିଲ ନିମନ୍ତେ ଅନଲାଇନ ବ୍ୟବସ୍ଥା ଚାଲୁ ରହିବବାତିଲ ହୋଇଥିବା ଟ୍ରେନର ଟିକେଟ ବୁକିଂ ଅର୍ଥ ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରାଯିବବାତିଲ ହୋଇନଥିବା ଟ୍ରେନର ଅଗ୍ରୀମ ବୁକିଂ ବାତିଲ କଲେ ମଧ୍ୟ ଟିକେଟର ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରାଯିବ

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614272

କୋଭିଡ-19 ମୁକାବିଲା ଲାଗି ମେ 3 ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ାଇବା ଲାଗି ନିଆଯାଇଥିବା ନିଷ୍ପତ୍ତି ଦେଶର ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ନିଆଯାଇଛି : ଶ୍ରୀ ଅମିତ ଶାହ

ଏହି ନିଷ୍ପତ୍ତି ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କ ପ୍ରତି ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ ମେ 3 ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେଇଥିବା ନିଷ୍ପତ୍ତି ଦେଶବାସୀଙ୍କ ଜୀବନକୁ ସୁରକ୍ଷିତ ରଖିବା ଲାଗି ନିଆଯାଇଛି।

ଅଧିକ ବିବରଣୀ ନିମନ୍ତେ :  https://pib.gov.in/PressReleseDetail.aspx?PRID=1614300

ଲକଡାଉନର 20 ଦିନ ମଧ୍ୟରେ 1000 ଟ୍ରେନ ଭର୍ତ୍ତି ସାମଗ୍ରୀ ପରିବହନ କଲା ଏଫସିଆଇ

24.03.2020 ପରଠାରୁ ଲକଡାଉନ ସମୟରେ ଭାରତୀୟ ଖାଦ୍ୟ ନିଗମ ଏକ ବିରଳ ଉପଲବ୍ଧି ହାସଲ କରିଛି। ଏହି ସମୟ ମଧ୍ୟରେ ଏଫସିଆଇ ପକ୍ଷଣୁ 1000 ଟ୍ରେନ ଭର୍ତ୍ତି (ରେକ୍ସ) ପାଖାପାଖି 3 ମିଲିୟନ ମେଟ୍ରିକ ଟନ ଖାଦ୍ୟଶସ୍ୟ ପରିବହନ କରାଯାଇଛି। ଏହି ସମୟ ମଧ୍ୟରେ ଏଫସିଆଇ ପକ୍ଷଣୁ 950 ରେକ୍ସ ପାଖାପାଖି 2.7 ମିଲିୟନ ମେଟ୍ରିକ ଟନ ଖାଦ୍ୟଶସ୍ୟ ଅନଲୋଡ କରାଯାଇଛି ଏଫସିଆଇ ପକ୍ଷରୁ ଦୈନିକ ହାରାହାରୀ 3 ଲକ୍ଷ ମେଟ୍ରିକ ଟନ (50 କିଗ୍ରା ଲେଖାଏଁ 60 ଲକ୍ଷ ବସ୍ତା) ଦୈନିକ ଅନଲୋଡ କରାଯାଉଛି। ଯାହାକି ସାଧାରଣ ହାରାହାରୀ ଠାରୁ ପ୍ରାୟତଃ ଦୁଇ ଗୁଣ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614116

ଶ୍ରମିକଙ୍କ ମଜୁରି ସଂକ୍ରାନ୍ତ ଅଭିଯୋଗ ସମାଧାନ ଲାଗି 20ଟି କଣ୍ଟ୍ରୋଲ ରୁମ ପ୍ରତିଷ୍ଠା

ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ମୁଖ୍ୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଅଧୀନରେ 20ଟି କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରାଯାଇଛି। କୋଭିଡ-19 ସଂକ୍ରମଣକୁ ଆଖି ଆଗରେ ରଖି ସାରା ଦେଶରେ ଥିବା ଅଭିଯୋଗର ଶୁଣାଣି ପାଇଁ ଏଗୁଡ଼ିକୁ ପ୍ରତିଷ୍ଠା କରାଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614222

ଇଏସଆଇ ଯୋଗଦାନ ଦାଖଲ କରିବାର ଅବଧିକୁ ଆହୁରି ବଢ଼ାଇଲା ଇଏସଆଇସି

ଦେଶରେ କୋଭିଡ-19 ମହାମାରୀ କାରଣରୁ ଅଧିକାଂଶ ସଂସ୍ଥାରେ କାର୍ଯ୍ୟ ବନ୍ଦ ହୋଇଯାଇଛି। ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ରିହାତି ଦେବା ଉଦ୍ଦେଶ୍ୟରେ କର୍ମଚାରୀ ରାଜ୍ୟ ଭବିଷ୍ୟନିଧି ନିଗମ (ଇଏସଆଇସି) ପକ୍ଷରୁ ଏହାର ଅଂଶୀଦାର ବିଶେଷ କରି ନିଯୁକ୍ତିଦାତା ଏବଂ ବୀମାଭୂକ୍ତ ଲୋକମାନଙ୍କର ଇଏସଆଇସି ପ୍ରିମିୟମ ଦାଖଲ କରିବାର ଅବଧିକୁ ଆହୁରି ବଢ଼ାଇ ଦେଇଛନ୍ତି।

ଅଧିକ ବିବରଣୀ ପାଇଁ :  : https://pib.gov.in/PressReleseDetail.aspx?PRID=1614362

 

କୋଭିଡ-19 ଲକଡାଉନ ହଟିବା ପରେ ଉଦ୍ୟମ ଆରମ୍ଭ କରିବା ଲାଗି ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଯୋଗାଇ ଦିଆଯିବା ସମ୍ପର୍କରେ ଉଦ୍ୟୋଗ ପ୍ରତିନିଧିମାନଙ୍କୁ ଆଶ୍ବାସନା ଦେଲେ ଶ୍ରୀ ଗଡ଼କରୀ

କୋଭିଡ-19 ଲକଡାଉନ ଉଚ୍ଛେଦ କରାଯିବା ପରେ ସେମାନଙ୍କ ଉଦ୍ୟୋଗ ଆରମ୍ଭ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯିବ ବୋଲି ସଡ଼କ ପରିବହନ ଓ ରାଜପଥ ଏବଂ ଏମଏସଏମଇ ମନ୍ତ୍ରୀ ଶ୍ରୀ ନୀତୀନ କଡ଼କରୀ ଆଶ୍ବାସନା ଦେଇଛନ୍ତି। ଆଜି ଏକ ୱେବ୍ ସେମିନାରେ ଫିକ୍କିର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ ସେମାନଙ୍କୁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=16143621

କେନ୍ଦ୍ରୀୟ ପ୍ରଶାସନି ଟ୍ରିବ୍ୟୁନାଲ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614326

କୋଭିଡ-19 ମୁକାବିଲାରେ ଦେଶକୁ ସହାୟତା କରିବା ଲାଗି ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ବହୁସଂଖ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି

ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଏମଏସଡିଇ ଦକ୍ଷତା ଇକୋସିଷ୍ଟମ ଅଧୀନରେ 1,75,000 ଜଣ ସ୍ବାସ୍ଥ୍ୟସେବା ପେସାଦାର ପ୍ରଶିକ୍ଷଣ ଲାଭ କରିଛନ୍ତି 33 କ୍ଷେତ୍ରୀୟ ସଂସ୍ଥାନଗୁଡ଼ିକୁ ସଙ୍ଗରୋଧ କେନ୍ଦ୍ର/ଆଇସୋଲେସନ ଓ୍ବାର୍ଡ ଭାବେ ବ୍ୟବହାର କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ପ୍ରସ୍ତାବ ଦିଆଯାଇଛି। ଜନଶିକ୍ଷଣ ସଂସ୍ଥାନ ଦ୍ବାରା ପାଖାପାଖି 5 ଲକ୍ଷ ମାସ୍କ ପ୍ରସ୍ତୁତ କରାଯାଇଛି। ସମସ୍ତ ଶିଳ୍ପସଂସ୍ଥାଗୁଡ଼ିକୁ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଆପ୍ରେଣ୍ଟିସମାନଙ୍କୁ ଲକଡାଉନ ସମୟରେ ଷ୍ଟାଇପେଣ୍ଡ ଯୋଗାଇ ଦେବାକୁ କୁହାଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614219

ସାମ୍ପ୍ରତିକ କୋଭିଡ-19 ସଙ୍କଟ ପରେ କୃଷି କ୍ଷେତ୍ରର ଉତ୍ପାଦକୁ ପୁନରୁଦ୍ଧାର କରିବା ନିମନ୍ତେ ଆଲୋଚନା ଆରମ୍ଭ କଲେ ସରକାର

କୃଷି ଏବଂ ଆନୁସଙ୍ଗିକ ଉତ୍ପାଦ ରପ୍ତାନି କ୍ଷେତ୍ରରେ ନିୟୋଜିତ ରପ୍ତାନିକାରୀମାନେ ଭୋଗୁଥିବା ସମସ୍ୟା ସିଧାସଳଖ ଭାବେ ଜାଣିବା ଲାଗି କୃଷି, ସମବାୟ ଓ କୃଷକ କଲ୍ୟାଣ ବିଭାଗ ସଚିବ ଏକ ଭିଡିଓ କନଫରେନ୍ସର ଆୟୋଜନ କରିଥିଲେ। ବର୍ତ୍ତମାନର କୋଭିଡ-19 ସଙ୍କଟ ସମୟରେ ସେମାନଙ୍କ ସମସ୍ୟାର ଆଗୁଆ ସମାଧାନ କରିବା ଲାଗି ଅର୍ଥପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେମାନଙ୍କୁ ଆଶ୍ବାସନା ଦେଇଥିଲେ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614278

କୋଭିଡ-19 ଲକଡାଉନ ସମୟରେ ବିମାନ ଚଳାଚଳ ସୁବିଧା ଯୋଗାଇ ଦେବାକୁ ବିଶାଖାପାଟଣା ବିମାନ ଘାଟୀରୁ 24 ଘଣ୍ଟିଆ ବିମାନ ଚଳାଚଳ ସୁନିଶ୍ଚିତ କଲା ଭାରତୀୟ ନୌସେନା

କୋଭିଡ-19 ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବା ସମୟରେ ବିଶାଖାପାଟଣାରେ ମିଳିତ ଉପଯୋଗ ଲାଗି ଥିବା ବିମାନ ଘାଟୀକୁ 24 ଘଣ୍ଟା ଚାଲୁ ରଖିବା ନିମନ୍ତେ ପୂର୍ବ ନୌକମାଣ୍ଡ (ଇଏନଏସ)ର ଆଇଏନଏସ ଡେଗା ପକ୍ଷରୁ ସୁନିଶ୍ଚିତ କରାଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614244

ଲକଡାଉନ ସମୟରେ ଆଇସିଏଆର କାର୍ଯ୍ୟକଳାପ ସମୀକ୍ଷା କଲେ କୃଷି ମନ୍ତ୍ରୀ

କୋଭିଡ-19 ଏବଂ ଦେଶବ୍ୟାପୀ ଲକଡାଉନ ବ୍ୟାପିବା କାରଣରୁ ଚାଷୀଙ୍କ ସମସ୍ୟା ସମାଧାନ ଲାଗି ଭାରତୀୟ କୃଷି ଗବେଷଣା ପରିଷଦର କାର୍ଯ୍ୟ ସମୀକ୍ଷା କରିଛନ୍ତି ଶ୍ରୀ ନରେନ୍ଦ୍ର ସିଂ ତୋମାର। ତିନୋଟି ଆଇସିଏଆରର ସଂସ୍ଥାନ ଲକଡାଉନ ସମୟରେ ଲୋକଙ୍କ ଉପରେ କୋଭିଡ-19 ସଂକ୍ରମଣ ପରୀକ୍ଷା କରିବା ସମୟରେ ଅନ୍ୟ ସଂସ୍ଥାନଗୁଡ଼ିକ ଲକଡାଉନ ସମୟରେ ଚାଷୀଙ୍କୁ ସହାୟତା କରିବା ଏବଂ ଦେଶବ୍ୟାପୀ କୋଟି କୋଟି କୃଷକଙ୍କ ପାଇଁ ମାର୍ଗଦର୍ଶିକ ଜାରି କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଅଧିକ ବିବରଣୀ : https://pib.gov.in/PressReleseDetail.aspx?PRID=1614381

-ନାମ ଅଧୀନରେ ଯୋଗାଣ ଶୃଙ୍ଖଳକୁ ଜାରି ରଖିବା ଏବଂ ପାଇକାରୀ ବଜାରରେ ଭିଡ଼ କମ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି : ଶ୍ରୀ ନରେନ୍ଦ୍ର ସିଂ ତୋମାର

ସେ ମଧ୍ୟ କହିଥିଲେ ଯେ 415ଟି ଅଧିକ ମଣ୍ଡିରେ ଇ-ନାମ ବ୍ୟବସ୍ଥା ଆରମ୍ଭ କରାଯିବ ଫଳରେ ଖୁବଶୀଘ୍ର 1000 ମଣ୍ଡି ଇ-ନାମ ଅଧୀନକୁ ଚାଲିଆସିବ। ଏହି ଅନଲାଇନ ପ୍ଲାଟଫର୍ମ ଭାରତରେ କୃଷି ବଜାରରେ ସଂସ୍କାରଣ ଆଣିବାରେ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ। ସେ ଆହୁରି କହିଥିଲେ ଯେ ଇ-ନାମ ପ୍ଲାଟଫର୍ମରେ 1.66 କୋଟି କୃଷକ ଏବଂ 1.28 ଲକ୍ଷ ବ୍ୟବସାୟୀ ପଞ୍ଜିକୃତ ହୋଇସାରିଲେଣି। ଚାଷୀମାନେ ଇ-ନାମ ପୋର୍ଟାଲରେ ନିଃଶୁଳ୍କ ପଞ୍ଜୀକରଣ କରିପାରିବେ ଏବଂ ସମସ୍ତ ଇ-ନାମ ମଣ୍ଡିରେ ଅନଲାଇନରେ ବ୍ୟବସାୟୀମାନଙ୍କୁ ସେମାନଙ୍କ ଉତ୍ପାଦନ ବିକ୍ରି ଲାଗି ଅପଲୋଡ କରିପାରିବେ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614110

ଲକଡାଉନ ସମୟରେ କୃଷକ ଏବଂ କୃଷି କାର୍ଯ୍ୟକଳାପ ନିମନ୍ତେ କ୍ଷେତ୍ରୀୟ ସ୍ତରରେ ସୁବିଧା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି

8.31 କୋଟି କୃଷକ ପରିବାରକୁ ପିଏମ-କିଷାନ ଯୋଜନାରେ 16,621 କୋଟି ଟଙ୍କା ଜାରି କରାଯାଇଛି। 3,985 ମେଟ୍ରିକ ଟନ ଡାଲି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଯୋଗାଣ ନିମନ୍ତେ ଜାରି କରାଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614054

ଔଷଧ ଓ ଫାର୍ମା ଉଦ୍ୟୋଗ ଏବଂ ସେମାନଙ୍କ ମହାସଂଘର ପ୍ରତିନିଧିମାନଙ୍କ ସହିତ କେନ୍ଦ୍ର ଔଷଧ ଉଦ୍ୟୋଗ ସଚିବଙ୍କ ଆଲୋଚନା

ଉଭୟ ଘରୋଇ ଏବଂ ରପ୍ତାନି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ଔଷଧ ଉଦ୍ୟୋଗ ଯଥେଷ୍ଟ ପରିମାଣର ଜରୁରି ଔଷଧ ବିଶେଷ କରି ହାଇଡ୍ରୋକ୍ସି କ୍ଲୋରୋକୁଇନ ଉତ୍ପାଦନ କରୁଛନ୍ତି ଏସବୁର ଉତ୍ପାଦନ ଏବଂ ସାରା ଦେଶରେ ଏହାର ପରିବହନକୁ ସୁନିଶ୍ଚିତ କରିବା ଲାଗି ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶର ପ୍ରଶାସନ ସହିତ ମିଶି ଔଷଧ ବିଭାଗ ନିରନ୍ତର ପ୍ରୟାସ କରୁଛି ଔଷଧ ବିଭାଗ ସଚିବ . ପି. ଡି ୱାଘେଲାଙ୍କ ସହିତ ଔଷଧ ଏବଂ ଚିକିତ୍ସା ସରଞ୍ଜାମ ଉଦ୍ୟୋଗର ପ୍ରତିନିଧିମାନଙ୍କ ସହିତ ଆଲୋଚନା ସମୟରେ ଏହା ଜଣାପଡ଼ିଛି

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614045

ସ୍ପିଡ ପୋଷ୍ଟ ଜରିଆରେ ଜରୁରି ଔଷଧ ଯୋଗାଣ

ଲକଡାଉନ ସମୟରେ ସ୍ପିଡ ପୋଷ୍ଟ ଜରିଆରେ ଔଷଧ ଯୋଗାଣ ସୁନିଶ୍ଚିତ କରିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା ଲାଗି ଡାକ ବିଭାଗ ସଚିବଙ୍କୁ ନିଦେ୍ର୍ଦଶ ଦେଇଛନ୍ତି କେନ୍ଦ୍ର ସଂଚାର, ନ୍ୟାୟ ଆଇନ, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ ଡାକ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବାକୁ ମଧ୍ୟ ସେ ନିର୍ଦ୍ଦଶେ ଦେଇଛନ୍ତି। ଯାହାଫଳରେ ସେମାନେ ଔଷଧ ପଠାଇବା ଏବଂ ଗ୍ରହଣ କରିବାରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614037

ଲକଡାଉନ ସମୟରେ ଖାଦ୍ୟଶସ୍ୟର ବିତରଣ ସମୀକ୍ଷା ଲାଗି ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶର ଖାଦ୍ୟ ମନ୍ତ୍ରୀଙ୍କ ସହିତ ଶ୍ରୀ ରାମବିଳାସ ପାଶ୍ୱାନଙ୍କ ଭିଡିଓ କନଫରେନ୍ସ ବୈଠକ

ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଜମାଖୋରୀ ରୋକିବା ସହ ସୁଲଭ ମୂଲ୍ୟ ସୁନିଶ୍ଚିତ କରିବା ନିମନ୍ତେ କେନ୍ଦ୍ର ସରକାର ନିର୍ଦ୍ଦଶେ ଦେଇଛନ୍ତି।  ୨୦୨୦-୨୧ ରବି ବିପଣନ ଋତୁ ପାଇଁ ଆସନ୍ତା ୧୫ରୁ ଆରମ୍ଭ ହେବ ଗହମ ସଂଗ୍ରହ

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614097

ଅଧିକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ କୋଭିଡ-19 ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ପକ୍ଷରୁ ସହଜ ମାର୍ଗଦର୍ଶିକା ଜାରି

ଜନଗହଳିପୂର୍ଣ୍ଣ ଅଞ୍ଚଳରେ ତୁରନ୍ତ ହାତଧୂଆ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ମାର୍ଗଦର୍ଶିକାରେ ପ୍ରସ୍ତାବ ଦିଆଯାଇଛି। ଏହାକୁ ମହାମାରୀ ରୋକିବା ଲାଗି ବିଶ୍ବବ୍ୟାପୀ ବ୍ୟବହାର କରାଯାଉଛି। ଏହି ମାର୍ଗଦର୍ଶିକାକୁ ପିଏସଏଙ୍କ କାର୍ଯ୍ୟାଳୟର ଏକ ଟିମ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଫଳପ୍ରଦ ଏବଂ ପ୍ରଭାବୀ ସରଞ୍ଜାମଗୁଡ଼ିକ କିଭଳି ଭାବେ ସକାରାତ୍ମକ ପ୍ରଭାବ ପକାଇପାରିବ। ଏହିସବୁ ଏବଂ ଅନ୍ୟ ପଦକ୍ଷେପକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ଗୋଷ୍ଠୀ ନେତୃତ୍ବ, ସ୍ବେଚ୍ଛାସେବୀ ସଂଗଠନ, କର୍ପୋରେଟ ସଂସ୍ଥା ଆଦିକୁ ପ୍ରଫେସର ରାଘବନ ନିବେଦନ କରିଛନ୍ତି। ଏହି ପ୍ରସ୍ତାବିତ ପଦକ୍ଷେପରେ ସ୍ବଚ୍ଛତା ଓ ବିଶୋଧନ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।

ଅଧିକ ବିବରଣୀ : https://pib.gov.in/PressReleseDetail.aspx?PRID=1614054

କୋଭିଡ-19 ନମୁନା ସଂଗ୍ରହ ଲାଗି ଡିଆରଡିଓ ପକ୍ଷରୁ କିଓସ୍କ ବିକଶିତ

ହାଇଦ୍ରାବାଦସ୍ଥିତ କର୍ମଚାରୀ ଭବିଷ୍ୟନିଧି ନିଗମ (ଇସଏଆଇସି)ର ଡାକ୍ତରଙ୍କ ସହିତ ପରାମର୍ଶ କରି ଡିଆରଡିଏଲ ପକ୍ଷରୁ ଏହି ୟୁନିଟ ବିକଶିତ କରାଯାଇଛି। ସନ୍ଦିଗ୍ଧ ରୋଗୀଙ୍କ ଠାରୁ କୋଭିଡ-19 ନମୁନା ସଂଗ୍ରହ ଲାଗି କୋଭସ୍ୟାକକୁ ସ୍ବାସ୍ଥ୍ୟକର୍ମୀମାନେ ବ୍ୟବହାର କରିପାରିବେ। ରୋଗୀମାନେ ଏହି କିଓସ୍କ ମଧ୍ୟରେ ପ୍ରବେଶ କରିବେ ଏବଂ ଏଥିରେ ପୂର୍ବରୁ ପ୍ରସ୍ତୁତ ଗ୍ଲୋବ୍ସ ଜରିଆରେ ସ୍ବାସ୍ଥ୍ୟକର୍ମୀ ଓ ପେସାଦାରମାନେ ନାକ ଓ ମୁହଁରୁ ସ୍ବାବ ନମୁନା ସଂଗ୍ରହ କରିବେ।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614372

 

ଦେଶରେ କୋଭିଡ-19 ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ଗ୍ରାମ ପଞ୍ଚାୟତ

ଶ୍ରେଷ୍ଠ ପଦକ୍ଷେପଗୁଡ଼ିକ ମଧ୍ୟରେ ସାମିଲ ରହିଛି ୱେବସାଇଟ୍, ସାମାଜିକ ଗଣମାଧ୍ୟମ, ପୋଷ୍ଟର ଓ କାନ୍ଥ ଚିତ୍ରଣ ମାଧ୍ୟମରେ ସଚେତନତା ସୃଷ୍ଟି କରିବା, ଗ୍ରାମବାସୀଙ୍କୁ ସ୍ଥାନୀୟ ସୁରକ୍ଷା ଉପକରଣ ବଣ୍ଟନ, ଅସହାୟ ଲୋକମାନଙ୍କୁ ମାଗଣାରେ ରାସନ ଓ ଆର୍ଥିକ ସହାୟତା ଯୋଗାଣ ଏବଂ ଜରୁରି ସାମଗ୍ରୀ ଘର ଦ୍ବାରରେ ପହଞ୍ଚାଇବା ଇତ୍ୟାଦି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614379

 

କୋଭିଡ-19 ମହାମାରୀ ମୁକାବିଲା ନିମନ୍ତେ ପିସିଏମସି ପକ୍ଷରୁ ଗ୍ରହଣ କରାଯାଇଥିବା ରଣନୀତି ଓ ସମାଧାନ

ପିମ୍ପରି ଚିଞ୍ଚଓ୍ବାଡ ମହାନଗର ନିଗମ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସ୍ବଚ୍ଛତା ସେବାରେ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି। ନିକଟରେ ପିସିଏମସି କୋଭିଡ-19 ମହାମାରୀ ମୁକାବିଲା ଲାଗି ପିସିଏମସି ପକ୍ଷରୁ ନିଆଯାଇଥିବା ତୁରନ୍ତ ଏବଂ ସତର୍କତାମୂଳକ ପଦକ୍ଷେପ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ଏହି ମହାନଗର ନିଗମ ପକ୍ଷରୁ ବିଭିନ୍ନ ଅଭିନବ ଏବଂ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614054

 

ଲକଡାଉନର ଦ୍ବିତୀୟ ପର୍ଯ୍ୟାୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଥମଥର ପାଇଁ ଲାଇଭ ଫିଟନେସ କାର୍ଯ୍ୟକ୍ରମ ଆୟୋଜନ କରିବ ଫିଟ ଇଣ୍ଡିଆ ଓ ସିବିଏସଇ

କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଫିଟ ଇଣ୍ଡିଆ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ସାରା ଦେଶରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଫିଟନେସ କାର୍ଯ୍ୟକ୍ରମର ଏକ ନୂଆ ଶୃଙ୍ଖଳା ଆରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆୟୁଷ ମନ୍ତ୍ରଣାଳୟ ପକ୍ଷଣୁ ଜାରି ମାର୍ଗଦର୍ଶିକା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଜାରି କରାଯିବ।

ଅଧିକ ବିବରଣୀ ପାଇଁ :  : https://pib.gov.in/PressReleseDetail.aspx?PRID=1614338

 

ଅପହଞ୍ଚ ଇଲାକାରେ ଘର ଦ୍ବାରରେ ସ୍କୁଲ ଶିକ୍ଷା ପହଞ୍ଚାଇବା ଲାଗି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଏନଆଇଓଏସ ପକ୍ଷରୁ ଅଭିନବ ପଦକ୍ଷେପ

କୋଭିଡ-19 ମହାମାରୀ ବ୍ୟାପିବା ସମୟରେ ଏନଆଇଓଏସ ପକ୍ଷରୁ ସ୍କାଇପେ ଜରିଆରେ ଅନଲାଇନ ଶିକ୍ଷାଦାନ ଲାଇଭ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛିଏଥିରେ ସ୍ବୟଂପ୍ରଭା ଡିଟିଏଚ ଚ୍ୟାନେଲ ମାଧ୍ୟମରେ କେଭିଏସ, ଏନଭିଏସ ଏବଂ ସିବିଏସଇ ଓ ଏନସିଇଆରଟି ଯୋଡ଼ି ହୋଇଛନ୍ତି।

ଅଧିକ ବିବରଣୀ ପାଇଁ :   https://pib.gov.in/PressReleseDetail.aspx?PRID=1614299

 

ଆଇଏସଓ ତୃତୀୟ ଶ୍ରେଣୀର  1.10 ଲକ୍ଷ କଭରାଲ ପ୍ରସ୍ତୁତ କଲା ଗୋଳାବାରୁଦ କାରଖାନା

ଓଏଫବି ପକ୍ଷରୁ ଆଇଏସଓ ତୃତୀୟ ଶ୍ରେଣୀର ଏକ୍ସପୋଜର ମାନକର କଭରାଲ ଯୋଗାଣ ଆରମ୍ଭ ହୋଇଛି। ଏଚଏଲଏଲ ଲାଇଫ କେୟାର ଲିମିଟେଡ ପକ୍ଷଣୁ ଦିଆଯାଇଥିବା 1.10 ଲକ୍ଷ ପ୍ରାରମ୍ଭିକ ଅର୍ଡରର ଉତ୍ପାଦନ ଦ୍ରୁତ ଗତିରେ ଆରମ୍ଭ ହୋଇଛି। ଏହା 40 ଦିନ ମଧ୍ୟରେ ଶେଷ ହେବ।

ଅଧିକ ବିବରଣୀ ପାଇଁ :  : https://pib.gov.in/PressReleseDetail.aspx?PRID=1614292

 

ଆଜି ଠାରୁଦେଖୋ ଆପନା ଦେଶୱେବିନାର ସିରିଜ ଆରମ୍ଭ କଲା ପର୍ଯ୍ୟଟନ ମନ୍ତ୍ରଣାଳୟ

ଆମର ଅତୁଳନୀୟ ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବିଷୟରେ ସୂଚନା ଯୋଗାଇ ଦେବା ଏବଂ ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ବିସ୍ତୃତ ଜ୍ଞାନ ଦେବା ଉଦ୍ଦେଶ୍ୟରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ “ଦେଖୋ ଆପନା ଦେଶ” ୱେବିନାର ଆରମ୍ଭ କରାଯାଇଛି

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614342

 

କୃଷକଙ୍କ ସୁବିଧା ପାଇଁ ୟୁରିଆ ସାର ଯୋଗାଇ ଦେଉଛି ଏନଏଫଏଲ

କୋଭିଡ-19 ସଂକ୍ରମଣ କାରଣରୁ ଲକଡାଉନ ସତ୍ତ୍ବେ ଦେଶର କୃଷକମାନଙ୍କୁ ଯଥେଷ୍ଟ ପରିମାଣରେ ୟୁରିଆ ସାର ଯୋଗାଇ ଦେଉଛି ଜାତୀୟ ସାର ଲିଃ-ଏନଏଫଏଲ ଏହା ବର୍ତ୍ତମାନ ଶତପ୍ରତିଶତ କ୍ଷମତାରେ କାର୍ଯ୍ୟ କରୁଛି।

ଅଧିକ ବିବରଣୀ ପାଇଁ : https://pib.gov.in/PressReleseDetail.aspx?PRID=1614318

 

Fact Check on #Covid19

 

 

 

 

 

 

 

 

 

 



(Release ID: 1614533) Visitor Counter : 464