ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କରେ ସଦ୍ୟତମ ସୂଚନା

Posted On: 14 APR 2020 5:02PM by PIB Bhubaneshwar

ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ମିଶି କୋଭିଦ-19ର ମୁକାବିଲା ଲାଗି ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି ସର୍ବୋଚ୍ଚ ସ୍ତରରେ ଏଗୁଡ଼ିକର ନିୟମିତ ସମୀକ୍ଷା ଓ ତଦାରଖ କରାଯାଉଛି ।

ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିମ୍ନୋକ୍ତ 7ଟି ବିଷୟ ଉପରେ ଉପରେ ଜନସାଧାରଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି ।

ପ୍ରଥମ ବିଷୟ:

ଘରେ ଥିବା ବୟସ୍କ ଓ ବିଶେଷ କରି ନୀରବଚ୍ଛିନ୍ନ ବ୍ୟାଧିରେ ପୀଡିତ ବ୍ୟକ୍ତିମାନଙ୍କର ସ୍ଵତନ୍ତ୍ର ଯତ୍ନ ନିଅନ୍ତୁ । କରୋନା ସଂକ୍ରମଣରୁ ସେମାନଙ୍କୁ ନିରାପଦ ରଖିବା ପାଇଁ ଆମକୁ ଅତିରିକ୍ତ ଯତ୍ନ ନେବାକୁ ପଡିବ

ଦ୍ଵିତୀୟ ବିଷୟ:

ଲକଡାଉନର ଲକ୍ଷ୍ମଣ ରେଖା ଓ ସାମାଜିକ ଦୂରତ୍ଵର କଡାକଡି ଅନୁପାଳନ । ଘରତିଆରି ମାସ୍କର ନିଶ୍ଚିତ ବ୍ୟବହାର । 

ତୃତୀୟ ବିଷୟ:

ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ରୋଗ ପ୍ରତିଷେଧକ ନିୟମାବଳୀର ଅନୁପାଳନ । ନିୟମିତ ଭାବେ ଗରମ ପାଣି ଓ କାଢା ପିଇବାର ଅନୁପାଳନ

ଚତୁର୍ଥ ବିଷୟ:

କରୋନା ସଂକ୍ରମଣର ପ୍ରସାର ରୋକିବା ଦିଗରେ ଆରୋଗ୍ୟ ସେତୁ ଆପ କୁ ଡାଉନଲୋଡ କରିବା ଓ ଅନ୍ୟମାନଙ୍କୁ ଏହାକୁ ଡାଉନଲୋଡ କରିବା ପାଇଁ ପ୍ରବର୍ତ୍ତାଇବା ।

ପଞ୍ଚମ ବିଷୟ:

ଯଥା ସମ୍ଭବ ଗରିବ ପରିବାରଗୁଡିକୁ ସାହାଯ୍ୟ କରିବା । ବିଶେଷକରି ସେମାନଙ୍କର ଖାଦ୍ୟ ଆବଶ୍ୟକତାକୁ ପୁରଣକରିବା

ଷଷ୍ଠ ବିଷୟ:

ବ୍ୟବସାୟ ଓ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକଙ୍କ ପ୍ରତି ଦୟା ପ୍ରଦର୍ଶନ କରି ସେମାନଙ୍କୁ ଜୀବିକାରୁ ବଞ୍ଚିତ ନକରିବା ।

ସପ୍ତମ ବିଷୟ:

ଆମର ଡାକ୍ତର, ନର୍ସ, ସଫେଇ ଓ ପୁଲିସ କର୍ମଚାରୀମାନଙ୍କ ଭଳି କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ମିଶି ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ଏପର୍ଯ୍ୟନ୍ତ 602ଟି କୋଭିଡ-19 ହସ୍ପିଟାଲ, 1,06,719 ଏକାନ୍ତବାସ ଶଯ୍ୟା ଓ 12,024 ଆଇସିୟୁ ଶଯ୍ୟା ବିକଶିତ କରିଛି

ଘନ ଜନବସତି ଅଞ୍ଚଳରେ କୋଭିଡ-19 ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କାର୍ଯ୍ୟାଳୟ ନିୟମାବଳୀ ଜାରି କରିଛି । ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସହ ଗୋଷ୍ଠୀ ସୌଚାଳୟ ପରିଚାଳନା ପାଇଁ ନିୟମାବଳୀ ଏହି ମାନୁଆଲରେ ଦିଆଯାଇଛି ।

ଗତ କାଲିଠାରୁ (13.04.2020) 1,211ଟି କୋଭିଡ-19 ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଥିବା ବେଳେ 31 ଜଣଙ୍କ ମୃତ୍ୟୁ ହୋଇଛି 1,036 ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

କୋଭିଡ-19 ସମ୍ପର୍କିତ ବୈଷୟିକ ତଥ୍ୟ, ନିୟମାବଳୀ ମାର୍ଗଦର୍ଶିକା ସମ୍ପର୍କରେ ଅଧିକ ଜାଣିବା ପାଇଁ ନିୟମିତ ଭାବେ https://www.mohfw.gov.in/ ୱେବସାଇଟରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି

କୋଭିଡ-19 ସମ୍ପର୍କିତ ବୈଷୟିକ ପ୍ରଶ୍ନୋତ୍ତର ପାଇଁ technicalquery.covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନୋତ୍ତର ଜାଣିବା ପାଇଁ ncov2019[at]gov[dot]inକୁ ଇ-ମେଲ କରିପାରିବେ

କୋଭିଡ-19 ନେଇ ଯଦି କୌଣସି ଜିଜ୍ଞାସା ଥାଏ, ତେବେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପ ଲାଇନ ନମ୍ବର - +91-11-23978046 କିମ୍ବା 1075 (ଦେୟମୁକ୍ତ)କୁ ଯୋଗାଯୋଗ କରିପାରିବେ । କୋଭିଡ-19 ଲାଗି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ହେଲ୍ପ ଲାଇନ ନମ୍ବରର ତାଲିକା https://www.mohfw.gov.in/pdf/coronvavirushelplinenumber.pdf ରେ ଉପଲବ୍ଧ

  

**********

 



(Release ID: 1614450) Visitor Counter : 212