ରେଳ ମନ୍ତ୍ରଣାଳୟ

କରୋନା ଚିକିତ୍ସକଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷିତ ପୋଷାକ ଉତ୍ପାଦନ କରିବ ରେଳବାଇ

• ପ୍ରତିଦିନ 1000 ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ପ୍ରସ୍ତୁତ କରିବ ରାଳବାଇ

Posted On: 07 APR 2020 12:45PM by PIB Bhubaneshwar

କରୋନା ସଂକ୍ରମିତଙ୍କୁ ଚକିତ୍ସା କରୁଥିବା ଚିକିତ୍ସକ ଓ ସ୍ୱାସ୍ୱ୍ୟକର୍ମୀମାନଙ୍କ ପାଇଁ ସଂପୂର୍ଣ୍ଣ ସୁରକ୍ଷିତ ବ୍ୟକ୍ତିଗତ ପୋଷାକ ପତ୍ର (ପିପିଇ) ପ୍ରସ୍ତୁତ କରିବାକୁ ଭାରତୀୟ ରେଳବାଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ନିଜସ୍ୱ ଉଦ୍ୟମରେ ରେଳବାଇ ପ୍ରତିଦିନ ଏଭଳି 1000 ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ପ୍ରସ୍ତୁତ କରି ନିଜର ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ଯୋଗାଇ ଦେବ ।

ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇ ତାହାର ମୋଟ ଉତ୍ପାଦିତ ପିପିଇର 50 ଭାଗ  ଅନ୍ୟାନ୍ୟ କ୍ଷେତ୍ରରେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ନିଯୁକ୍ତ ଚିକିତ୍ସକ ଓ କର୍ମଚାରୀଙ୍କୁ ଯୋଗାଇଦେବାକୁ ବିଚାର କରୁଛି ।

ପଞ୍ଜାବର ଜଗଧାରୀଠାରେ ଥିବା ରେଳବାଇ ୱର୍କସପରେ ପ୍ରଥମ କରି ଏ ଧରଣର ସୁରକ୍ଷା ପୋଷାକ ଉପକରଣ ତିଆରି ଆରମ୍ଭ  ହୋଇଛି । ମୋଟ 17ଟି ୱାର୍କସପରେ ଏହି ଉପକରଣ ଉତ୍ପାଦନ କରିବାକୁ ପ୍ରସ୍ତୁତି ଚାଲିଛି ।

ଜଗଧାରୀ ୱାର୍କସପ୍ରେ ତିଆାରି ହୋଇଥିବା ଏହି ପିପିଇର ମଡେଲକୁ ଡିଆରଡିଓ ନିଜ  ଲାବୋରେଟାରୀରେ ପରୀକ୍ଷା କରି ସ୍ୱୀକୃତି ଦେଇଛି । ଏହାର ବ୍ୟବହାର ପାଇଁ  ଡିଆରଡିଓର  ଅନୁମୋଦନ ବାଧ୍ୟତାମୂଳକ । ଜଗଧାରୀ ୱାର୍କସପ୍ ଏହି ପିପିଇ ତିଆରି ପାଇଁ ଯେଉଁ ଡିଜାଇନ୍ ବସ୍ତ୍ର ଓ ସାମଗ୍ରୀ ପ୍ରସ୍ତୁତ କରିଛି ସେହି ଢାଂଚାରେ ଅନ୍ୟ ୱାର୍କସପରେ ଉତ୍ପାଦନ ଆରମ୍ଭ ହେବ । ରେଳବାଇ ହସପିଟାଲଗୁଡିକରେ କରୋନା ଚିକିତ୍ସା ପାଇଁ ଯେଉଁ ସବୁ ସୁବିଧା ଓ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି ସେଥିରେ ଚିକିତ୍ସକ ଓ ଚିକିତ୍ସା କର୍ମଚାରୀଙ୍କ ପାଇଁ ସଂପୂର୍ଣ୍ଣ ସୁରକ୍ଷା ଉପକରଣ ଏବଂ  ପୋଷାକ ବ୍ୟବହାର ଅନିବାର୍ଯ୍ୟ । ଜଗଧାରୀ ବ୍ୟତୀତ ଏବେ  ଅନ୍ୟ 17ଟି ୱାର୍କସପରେ ଏହି ପିପିଇ ତିଆରି କରାଯିବ ଓ ଯଥାଶୀଘ୍ର ସମ୍ଭବ ହୋଇ ଯୋଗାଣ ଆରମ୍ଭ ହେବ । ଜଗଧାରୀ ୱାର୍କସପ ପଞ୍ଜାବର ସର୍ବ ବୃହତ ବୟନ ଶିଳ୍ପାଂଚଳ ନିକଟରେ ଅବସ୍ଥିତ । ତେଣୁ ସୁରକ୍ଷା ଉପକରଣରେ ବ୍ୟବହାର ହେଉଥିବା ସ୍ୱତନ୍ତ୍ର ଉଚ୍ଚମାନରେ କପଡା ଏହି ଶିଳ୍ପାଂଚଳରୁ ସୁବିଧାରେ ମିଳୁଛି ।

ସମୟକ୍ରମେ ରେଳବାଇ ପିପିଇ ଉତ୍ପାଦନକୁ ବୃଦ୍ଧି  କରିବାକୁ ନିଷ୍ପତି ଦେଇଛି । ପ୍ରଥମ ପର୍ଯ୍ୟାୟ ପିପିଇ ଉତ୍ପାଦନ ପାଇଁ ଆବଶ୍ୟକ ସାମଗ୍ରୀ ସମ୍ମୁହୀତ ହୋଇ ରଖାଯାଇଛି ଓ ଯେ କୌଣସି ମୂହୁର୍ତ୍ତରେ ହେଉ ଉତ୍ପାଦ ଆରମ୍ଭ ହେବ ।  ଏହି ସାମଗ୍ରୀର  ପ୍ରେରଣ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ଆଗୁଆ  ଚୁଡାନ୍ତ ହୋଇଛି ।

ଏସବୁ ସୁରକ୍ଷା ଉପକରଣ ସିଲେଇ ପାଇଁ ରେଳବାଇ ଲୋକ ଓ ମେସିନ୍ ବ୍ୟବସ୍ଥା କରିଛି । ଘଂଟାକୁ ଜଣେ କରିବାର  ଗୋଟିଏ ମେସିନ ରେ ତିନିଟି ସୁରକ୍ଷା ପୋଷାକ ପ୍ରସ୍ତୁତ କରିପାରିବ । ଆବଶ୍ୟକତା ଅନୁସାରେ  ଏହାର ଉତ୍ପାଦନ ବୃଦ୍ଧି କରାଯିବ ।

 

**********



(Release ID: 1612034) Visitor Counter : 190