ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାହାରିନ ସମ୍ରାଟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ
Posted On:
06 APR 2020 8:34PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାହାରିନ ସମ୍ରାଟ ମହାମହୀମ ଶେଖ ହମଦ ବିନ ଇସା ଅଲ ଖଲିଫାଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ଉଭୟ ନେତା ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ମହାମାରୀ କୋଭିଡ଼-19 ସଂକଟ ଏବଂ ଏହାର ପରିଣାମ, ଏଥିପାଇଁ ଆବଶ୍ୟକ ଲଜିଷ୍ଟିକ୍ସ ଚେନ୍ ତଥା ଆର୍ଥିକ ବଜାର ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।
ମହାମହୀମ ସମ୍ରାଟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ବର୍ତ୍ତମାନର ସ୍ୱାସ୍ଥ୍ୟ ସଂକଟ ପରିସ୍ଥିତିରେ ବାହାରିନରେ ବସବାସ କରୁଥିବା ବିଶାଳ ଭାରତୀୟ ସମୁଦାୟଙ୍କ ସୁରକ୍ଷା ତଥା କଲ୍ୟାଣ ସଂପର୍କରେ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ସେ ଦେଶରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କ ପ୍ରତି ବାହାରିନ କର୍ତ୍ତୃପକ୍ଷ ସଦାବେଳେ ପ୍ରଦର୍ଶନ କରି ଆସିଥିବା ଯତ୍ନ ତଥା ସ୍ନେହ ଲାଗି ପ୍ରଧାନମନ୍ତ୍ରୀ ସେ ଦେଶର ନରେଶଙ୍କ ପ୍ରତି ହୃଦୟର କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଉଭୟ ନେତା ସହମତ ହୋଇଛନ୍ତି ଯେ କୋଭିଡ଼-19 ଭଳି ଆହ୍ଵାନର ସଫଳ ମୁକାବିଲା ସକାଶେ ଦୁଇ ରାଷ୍ଟ୍ରର ଅଧିକାରୀମାନେ ପରସ୍ପର ସହ ନିରନ୍ତର ସଂପର୍କରେ ରହିବେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାହାରିନ ସମ୍ରାଟଙ୍କୁ ସୂଚୀତ କରିଛନ୍ତି ଯେ ଭାରତ ସଦାବେଳେ ବାହାରିନକୁ ନିଜର ସଂପ୍ରସାରିତ ପ୍ରତିବେଶୀକ ରାଷ୍ଟ୍ରର ଗୁରୁତ୍ୱ ଦେଇଆସିଛି । ଏହି ଅବସରରେ ଗତ ବର୍ଷ ପ୍ରଧାନମନ୍ତ୍ରୀ ବାହାରିନ ଗସ୍ତରେ ଯାଇଥିବା ଅନୁଭୂତି ସଂପର୍କରେ ସେ ଦେଶ ସମ୍ରାଟଙ୍କୁ ସ୍ମରଣ କରାଇଥିଲେ ।
**********
(Release ID: 1611902)
Visitor Counter : 224
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam