କ୍ୟାବିନେଟ ସଚିବାଳୟ

ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଭିଡିଓ କନଫରେନ୍ସ ସମ୍ମିଳନୀ

Posted On: 01 APR 2020 3:14PM by PIB Bhubaneshwar

ତାବ୍ଲିଗ ଜମାତ ଅଂଶଗ୍ରହଣକାରୀଙ୍କ ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକ ଏହାର ଅଂଶଗ୍ରହଣକାରୀମାନଙ୍କୁ ଚିହ୍ନଟ କରିବା ଲାଗି କୁହାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଏହି ଚିହ୍ନଟକ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ତାବ୍ଲିଗ ଜମାତ ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀ ପ୍ରତିନିଧିମାନେ ଭିସା କଟକଣା ଉଲଂଘନ କରିଥିବା ଦୃଷ୍ଟିକୁ ଆସିଛି । ଭିସା କଟକଣାକୁ ଉଲଂଘନ କରିଥିବା ବିଦେଶୀ ଆୟୋଜକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟମାନଙ୍କୁ କୁହାଯାଇଛି । ଏହାଛଡା ରାଜ୍ୟଗୁଡିକ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ସପ୍ତାହକ ମଧ୍ୟରେ ଲାଗୁ କରିବାକୁ କୁହାଯାଇଛି । ଏହାଦ୍ୱାରା ହିତାଧିକାରୀମାନଙ୍କ ହାତକୁ ପର୍ଯ୍ୟାପ୍ତ ନଗଦ ପଇସା ଆସିପାରିବ । ତେବେ ସାମାଜିକ ଦୂରତ୍ୱ ରକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବାକୁ ପଡିବ । ସମଗ୍ର ଦେଶରେ ଲକଡାଉନକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ଆନ୍ତଃରାଜ୍ୟ ମାଲ ପରିବହନକୁ ସୁନିଶ୍ଚିତ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖିବା ସହ ସେଗୁଡିକର ସୁଚାରୁ ବଂଟନ ସୁନିଶ୍ଚିତ କରିବାକୁ ମଧ୍ୟ ରାଜ୍ୟଗୁଡିକୁ କୁହାଯାଇଛି ।

 

**********

 



(Release ID: 1610004) Visitor Counter : 155