ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
12 MAR 2026 11:41PM by PIB Bhubaneswar
- ରାଷ୍ଟ୍ରପତି ପେଜେସ୍କିଆନ୍ ଇରାନ ଏବଂ ଏହି ଅଞ୍ଚଳର ପରିସ୍ଥିତି ଉପରେ ନିଜର ଦୃଷ୍ଟିକୋଣ ସେୟାର କରିଛନ୍ତି
- ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ଦିଗରେ ଭାରତର ସ୍ଥିର ଆଭିମୁଖ୍ୟକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
- ପ୍ରଧାନମନ୍ତ୍ରୀ ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ କଲ୍ୟାଣ ତଥା ଶକ୍ତି ଏବଂ ସାମଗ୍ରୀର ନିରବଚ୍ଛିନ୍ନ ପରିବହନ ସମ୍ବନ୍ଧରେ ଭାରତର ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନ ଇସଲାମୀୟ ଗଣରାଜ୍ୟର ରାଷ୍ଟ୍ରପତି ମାନ୍ୟବର ଡ. ମାସୁଦ ପେଜେସ୍କିଆନଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।
ରାଷ୍ଟ୍ରପତି ପେଜେସ୍କିଆନ୍ ପ୍ରଧାନମନ୍ତ୍ରୀଙ୍କୁ ଇରାନର ବର୍ତ୍ତମାନର ପରିସ୍ଥିତି ବିଷୟରେ ସୂଚନା ଦେଇଥିଲେ ଏବଂ ଏହି ଅଞ୍ଚଳର ସାମ୍ପ୍ରତିକ ବିକାଶ ଉପରେ ନିଜର ଦୃଷ୍ଟିକୋଣ ବାଣ୍ଟିଥିଲେ।
ଏହି କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁରକ୍ଷା ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ ଏବଂ କଥାବାର୍ତ୍ତା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ହେବା ଆବଶ୍ୟକ ବୋଲି ଭାରତର ସ୍ଥିର ଆଭିମୁଖ୍ୟକୁ ଦୋହରାଇଥିଲେ।
ଇରାନ ସମେତ ଏହି ଅଞ୍ଚଳରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ କଲ୍ୟାଣ ସମ୍ବନ୍ଧରେ ଭାରତର ପ୍ରାଥମିକତା ତଥା ଶକ୍ତି ଏବଂ ସାମଗ୍ରୀର ନିରବଚ୍ଛିନ୍ନ ପରିବହନର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।
ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।
HS
(ରିଲିଜ ଆଡି: 2255129)
ପରିଦର୍ଶକ କାଉଣ୍ଟର : 23
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam