ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଖ୍ରୀଷ୍ଟମାସ ସକାଳର ପ୍ରାର୍ଥନା ସେବାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 DEC 2025 10:43AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର 'ଦି କ୍ୟାଥେଡ୍ରାଲ୍ ଚର୍ଚ୍ଚ ଅଫ୍ ଦି ରିଡେମ୍ପସନ୍'ରେ ଆୟୋଜିତ ଖ୍ରୀଷ୍ଟମାସ ସକାଳର ପ୍ରାର୍ଥନା ସେବାରେ ଯୋଗ ଦେଇଥିଲେ। ଏହି ପ୍ରାର୍ଥନା ସେବା ପ୍ରେମ, ଶାନ୍ତି ଓ କରୁଣାର କାଳଜୟୀ ବାର୍ତ୍ତାକୁ ପ୍ରତିଫଳିତ କରିଥିଲା। ଖ୍ରୀଷ୍ଟମାସର ଭାବନା ଆମ ସମାଜରେ ସମ୍ମିଳନ ଓ ସଦଭାବକୁ ପ୍ରେରଣା ଦେଉ,” ବୋଲି ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
"ଦିଲ୍ଲୀର ଦି କ୍ୟାଥେଡ୍ରାଲ୍ ଚର୍ଚ୍ଚ ଅଫ୍ ଦି ରିଡେମ୍ପସନ୍ରେ ଆୟୋଜିତ ଖ୍ରୀଷ୍ଟମାସ ସକାଳର ପ୍ରାର୍ଥନା ସେବାରେ ଯୋଗ ଦେଇଥିଲେ। ଏହି ସେବା ପ୍ରେମ, ଶାନ୍ତି ଏବଂ କରୁଣାର କାଳଜୟୀ ବାର୍ତ୍ତାକୁ ପ୍ରତିଫଳିତ କରୁ। ଖ୍ରୀଷ୍ଟମାସର ଭାବନା ଆମ ସମାଜରେ ସମ୍ମିଳନ ଓ ସଦଭାବକୁ ପ୍ରେରଣା ଦେଉ ।"
*****
MT
(ରିଲିଜ ଆଡି: 2237126)
ପରିଦର୍ଶକ କାଉଣ୍ଟର : 38
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam