ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତେଲ ଅଭିଭ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ

प्रविष्टि तिथि: 25 FEB 2026 7:42PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସରକାରୀ ଗସ୍ତରେ ଇସ୍ରାଏଲରେ ପହଞ୍ଚିଛନ୍ତି । ତେଲ ଅଭିଭ୍ ବିମାନବନ୍ଦରରେ ପହଞ୍ଚିବା ପରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ସାରା ନେତାନ୍ୟାହୁ ତାଙ୍କୁ ସ୍ୱାଗତ କରିଥିଲେ ।
ଆଗମନ ସମାରୋହ ପରେ, ଦୁଇ ପ୍ରଧାନମନ୍ତ୍ରୀ ଏକ ସଂକ୍ଷିପ୍ତ ସାକ୍ଷାତ କରିଥିଲେ । ହୋଟେଲରେ, ଭାରତୀୟ ସମ୍ପ୍ରଦାୟର ସଦସ୍ୟ ଏବଂ ଇହୁଦୀ ଭାରତୀୟ ପ୍ରବାସୀ ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କର ଭବ୍ୟ ସ୍ୱାଗତ କରିଥିଲେ । ସ୍ୱାଗତ ସମାରୋହରେ ଭାରତୀୟ ଏବଂ ଇସ୍ରାଏଲୀ କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା, ଯାହା ଦୁଇ ରାଷ୍ଟ୍ର ମଧ୍ୟରେ ସ୍ଥାୟୀ ବନ୍ଧୁତାର ପ୍ରତୀକ ଥିଲା ।

SR


(रिलीज़ आईडी: 2232875) आगंतुक पटल : 62
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam