ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ୭୭ତମ ଜନରାଜ୍ୟ ଦିବସର ଶୁଭେଚ୍ଛା ପାଇଁ ବିଶ୍ୱ ନେତାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 JAN 2026 11:12PM by PIB Bhubaneshwar

ଭାରତର ୭୭ତମ ଜନରାଜ୍ୟ ଦିବସ ଉପଲକ୍ଷେ ବିଶ୍ୱନେତାମାନେ ଜଣାଇଥିବା ଶୁଭେଚ୍ଛା ପାଇଁ ଆଜି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି

ଭୂଟାନ ପ୍ରଧାନମନ୍ତ୍ରୀଙ୍କ ଏକ ‘X’ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି,

‘ଭାରତର ୭୭ତମ ଜନରାଜ୍ୟର ଶୁଭେଚ୍ଛା ପାଇଁ ଭୂଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ ଟବଗେ ଭୂଟାନବାସୀଙ୍କୁ ଧନ୍ୟବାଦ ଦୁଇ ଦେଶ ଭିତରେ ରହିଥିବା ସ୍ୱତନ୍ତ୍ର ବନ୍ଧୁତା ଆହୁରି ମଜଭୂତ ହେଉ

@tsheringtobgay’

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏକ ‘X’ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି,

‘ଭାରତର ୭୭ତମ ଜନରାଜ୍ୟ ଦିବସର ଶୁଭେଚ୍ଛା ପାଇଁ ଧନ୍ୟବାଦ ମୋର ବନ୍ଧୁ ପ୍ରେସିଡେଣ୍ଟ, ଇମାନୁଏଲ ମାକ୍ରନ ଆଗାମୀ ଦିନରେ ଭାରତ ଆସିବାକୁ ଅନୁରୋଧ ଭାରତ-ଫ୍ରାନ୍ସ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ମଜଭୂତ ହେଉ

@EmmanuelMacron’

ସାଇପ୍ରସ ରାଷ୍ଟ୍ରପତିଙ୍କ ଏକ ‘X’ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି,

‘ଶୁଭେଚ୍ଛା ପାଇଁ ଧନ୍ୟବାଦ ରାଷ୍ଟ୍ରପତି ନିକସ ଖ୍ରୀଷ୍ଟୋଦଉଲିଦେଶ ସାଇପ୍ରସ ଏକ ଉତମ ବନ୍ଧୁ  ଏକ ବିଶ୍ୱାସୀ ଅଂଶୀଦାର ଆମ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ମଜଭୂତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଆଗାମୀ ଦିନରେ ଆପଣ ଭାରତ ଆସିବାକୁ ଅନୁରୋଧ

@Christodulides’

ମାଲଦ୍ୱୀପ ରାଷ୍ଟ୍ରପତିଙ୍କ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଲେ,

‘ଧନ୍ୟବାଦ ରାଷ୍ଟ୍ରପତି ମୁଇଜୁ ଭାରତର ୭୭ତମ ଜନରାଜ୍ୟ ଦିବସରେ ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଉଭୟ ଦେଶର ନାଗରିକଙ୍କ ମଙ୍ଗଳ ପାଇଁ ଆମେ ମିଳିତ ଭାବେ କାମ କରିବା ଆନନ୍ଦମୟ ଉତ୍ସବ ପାଇଁ ଆପଣଙ୍କୁ ମାଲଦ୍ୱୀପ ବନ୍ଧୁମାନଙ୍କୁ ଶୁଭେଚ୍ଛା

@MMuizzu’

PBD


(ରିଲିଜ ଆଡି: 2227355) ପରିଦର୍ଶକ କାଉଣ୍ଟର : 11