ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୨୬ ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
25 JAN 2026 7:16PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସମସ୍ତ ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ କ୍ଷେତ୍ରରେ ପୁରସ୍କାର ବିଜେତାମାନଙ୍କ ଉତ୍କର୍ଷତା, ସମର୍ପଣ ଏବଂ ସେବା ସମାଜର ଗଠନକୁ ସମୃଦ୍ଧ କରିଥାଏ। ସେ ଉଲ୍ଲେଖ କରିଥିଲେ ଯେ ଏହି ସମ୍ମାନ ପ୍ରତିବଦ୍ଧତା ଏବଂ ଉତ୍କର୍ଷର ଭାବନାକୁ ପ୍ରତିଫଳିତ କରିଥାଏ, ଯାହା ପିଢ଼ିକୁ ଅନୁପ୍ରାଣିତ କରିଚାଲିଛି।
୨୦୨୬ ମସିହା ପାଇଁ ପଦ୍ମ ପୁରସ୍କାର ଘୋଷଣା କରୁଥିବା ଏକ 'ଏକ୍ସ ’ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି;
"ଆମ ଦେଶ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସମସ୍ତ ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ। ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଉତ୍କର୍ଷତା, ସମର୍ପଣ ଏବଂ ସେବା ଆମ ସମାଜର ଗଠନକୁ ସମୃଦ୍ଧ କରିଥାଏ। ଏହି ସମ୍ମାନ ପ୍ରତିବଦ୍ଧତା ଏବଂ ଉତ୍କର୍ଷର ଭାବନାକୁ ପ୍ରତିଫଳିତ କରେ ଯାହା ପିଢ଼ି ପରେ ପିଢ଼ିକୁ ପ୍ରେରଣା ଜାରି ରଖିଛି ।’’
(रिलीज़ आईडी: 2218981)
आगंतुक पटल : 5
इस विज्ञप्ति को इन भाषाओं में पढ़ें:
Telugu
,
Malayalam
,
Kannada
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Punjabi
,
Gujarati