ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ବାଳିକାମାନଙ୍କ ମର୍ଯ୍ୟାଦା, ସୁଯୋଗ ଏବଂ ସଶକ୍ତିକରଣ ପ୍ରତି ପ୍ରତିବଦ୍ଧତା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 24 JAN 2026 7:08PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତ୍ୟେକ ଝିଅ ଯେପରି ମର୍ଯ୍ୟାଦା, ସୁଯୋଗ ଏବଂ ଆଶାର ଜୀବନଯାପନ କରିପାରିବେ ତାହା ସୁନିଶ୍ଚିତ କରିବା ଲାଗି ସରକାରଙ୍କ ଅତୁଟ ସଂକଳ୍ପକୁ ଦୋହରାଇଛନ୍ତି।
ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗତ ଦଶ ବର୍ଷ ଧରି ବାଳିକାମାନଙ୍କ ପାଇଁ ଶିକ୍ଷା, ଦକ୍ଷତା ଏବଂ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଉପରେ ନିରନ୍ତର ଧ୍ୟାନ ଦିଆଯାଇଛି। ସେ ଉଲ୍ଲେଖ କରିଥିଲେ ଯେ ଏହି ପ୍ରୟାସ ଏକ ସକ୍ଷମ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛି ଯେଉଁଥିରେ ଝିଅମାନେ ଉନ୍ନତି କରିପାରିବେ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
"ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ, ଝିଅମାନେ ଯେପରି ମର୍ଯ୍ୟାଦା, ସୁଯୋଗ ଏବଂ ଆଶାର ସହ ଜୀବନଯାପନ କରିପାରିବେ, ତାହା ସୁନିଶ୍ଚିତ କରିବା ଲାଗି ଆମେ ଆମର ଅତୁଟ ସଂକଳ୍ପକୁ ଦୋହରାଇଛୁ। ଗତ ଦଶ ବର୍ଷ ମଧ୍ୟରେ, ଆମେ ଝିଅମାନଙ୍କ ପାଇଁ ଉନ୍ନତ ଶିକ୍ଷା, ଦକ୍ଷତା ଏବଂ ସ୍ୱାସ୍ଥ୍ୟସେବା ଉପରେ ଧ୍ୟାନ ଦେଇଛୁ। ଏହା ଏପରି ଏକ ପରିବେଶ ସୁନିଶ୍ଚିତ କରିଛି ଯେଉଁଠାରେ ଝିଅମାନେ ବିକାଶ କରିପାରିବେ ଏବଂ ଏକ ବିକାଶିତ ଭାରତ ଦିଗରେ ପ୍ରଭାବଶାଳୀ ଭାବରେ ଯୋଗଦାନ କରିପାରିବେ ।’’ 
HS


(रिलीज़ आईडी: 2218698) आगंतुक पटल : 4
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Malayalam