ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର କୋଇଲା କ୍ଷେତ୍ର କିପରି ନିଜକୁ ପରବର୍ତ୍ତୀ ପିଢ଼ିର ଇନ୍ଧନ ଭାବେ ପୁନଃ ଉଦ୍ଭାବନ କରୁଛି, ସେ ସମ୍ପର୍କରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 JAN 2026 4:11PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି, ଯେଉଁଥିରେ କୁହାଯାଇଛି ଗତ ୧୧ ବର୍ଷ ମଧ୍ୟରେ ଭାରତର କୋଇଲା କ୍ଷେତ୍ର କିପରି ପରବର୍ତ୍ତୀ ପିଢ଼ିର ଇନ୍ଧନ ଭାବେ ନିଜକୁ ପୁନଃ ଉଦ୍ଭାବନ କରୁଛି। "ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ କୋଇଲା ସବୁଜ ପ୍ରଯୁକ୍ତିବିଦ୍ୟା ସହିତ ନିରବଚ୍ଛିନ୍ନ ଭାବେ ସମନ୍ୱିତ ହୋଇ ବିକଶିତ ଭାରତ ୨୦୪୭ ଦିଗରେ ଭାରତର ଯାତ୍ରାରେ ଯୋଗଦାନ ଜାରି ରଖିବ" ବୋଲି ଶ୍ରୀ ମୋଦୀ କହିଛନ୍ତି।

ଏକ୍ସରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି:

"ଏହି ନିବନ୍ଧରେ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ ଗତ ୧୧ ବର୍ଷ ମଧ୍ୟରେ ଭାରତର କୋଇଲା କ୍ଷେତ୍ର କିପରି ପରବର୍ତ୍ତୀ ପିଢ଼ିର ଇନ୍ଧନ ଭାବେ ନିଜକୁ ପୁନଃ ଉଦ୍ଭାବନ କରୁଛି, ତାହା ପ୍ରତିଫଳିତ କରିଛନ୍ତି।

ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, କୋଇଲା ସବୁଜ ପ୍ରଯୁକ୍ତିବିଦ୍ୟା ସହିତ ନିରବଚ୍ଛିନ୍ନ ଭାବରେ ସମନ୍ୱିତ ହୋଇ ବିକଶିତ ଭାରତ ୨୦୪୭ ଦିଗରେ ଭାରତର ଯାତ୍ରାରେ ଯୋଗଦାନ ଜାରି ରଖିବ ।’’

HS


(ରିଲିଜ ଆଡି: 2214050) ପରିଦର୍ଶକ କାଉଣ୍ଟର : 39